ETV Bharat / politics

ନିଯୁକ୍ତି ଅଭାବ ଓ ଶିକ୍ଷାର ଦୂରାବସ୍ଥାକୁ ନେଇ ସରକାରଙ୍କୁ ଘେରିଲା ବିଜେପି ଯୁବ ମୋର୍ଚ୍ଚା - BJP Yuva Morchha Protest

author img

By ETV Bharat Odisha Team

Published : May 4, 2024, 11:01 PM IST

BJP Yuva Morchha Protest: ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ବିଜେଡି ସରକାରଙ୍କ ବିଫଳତାକୁ ନେଇ ଧାରଣା ଦେଇଛି ବିଜେପି ଯୁବ ମୋର୍ଚ୍ଚା । ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ନେତୃତ୍ବରେ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଅଧିକ ପଢନ୍ତୁ

BJP Yuva Morchha Protest
BJP Yuva Morchha Protest (Etv Bharat)

BJP Yuva Morchha Protest (ETV BHARAT ODISHA)

ଭୁବନେଶ୍ବର: ରାଜ୍ୟରେ ଯୁବ ବର୍ଗଙ୍କ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ବିଜେଡି ସରକାରଙ୍କ ବିଫଳତାକୁ ଟାର୍ଗେଟ କରିଛି ବିଜେପି ଯୁବ ମୋର୍ଚ୍ଚା । ଆଜି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ନେତୃତ୍ବରେ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, 'ରାଜ୍ୟରେ ସ୍ଥାୟୀ ସରକାର ଥିଲେ ରାଜ୍ୟରେ ବିକାଶ କରିବ ବୋଲି ଆଶା କରାଯାଏ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ବିଜେଡି ଶାସନ ଥିବା ବେଳେ ରାଜ୍ୟରେ ବିକାଶ ପଛୁଆ ପଛୁଆ ଚାଲୁଛି । ଓଡିଶାରେ ଅନେକ ସରକାରୀ ସହିତ ବେସରକାରୀ କଳକାରଖାନା ବନ୍ଦ ହୋଇଯାଇଛି । ରାଜ୍ୟରେ ଚାଲୁଥିବା ବେସରକାରୀ କଳକାରଖାନାରେ ୮୦ ପ୍ରତିଶତ ଅଣଓଡିଆ ନିଯୁକ୍ତି ପାଇଛନ୍ତି । ଆଜି ଓଡିଆ ଯୁବକ ମାନେ ନିଯୁକ୍ତିର ବାଟ ଖୋଜୁଛନ୍ତି । ଆଜି ଓଡିଆ ଯୁବକ ମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ ... 'ନୂଆ-ଓ' କଲ ସେଣ୍ଟରରୁ ଭୋଟ୍ ପାଇଁ ପିଲାଙ୍କୁ ଆସୁଛି କଲ: ବିଜେପି - Code Of Conduct Violation

ଏହା ସହ ଅଭିଳାଷ କହିଛନ୍ତି, 'ସରକାରୀ ଚାକିରିରେ କିଛି ପଦ ବାହାରୁଛି ମାତ୍ର ୧୫ ଲକ୍ଷରେ ରାଜ୍ୟ ସରକାରଙ୍କ ଏଜେଣ୍ଟ ଦଲାଲି କରି ବିକ୍ରି କରୁଛନ୍ତି । ରାଜ୍ୟରେ ସ୍ଥିତି ଏକଦମ ଶୋଚନୀୟ ହୋଇପଡିଛି । ଦେଢ କୋଟିରୁ ଊର୍ଦ୍ଧ୍ବ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ପ୍ରାକୃତିକ ସମ୍ପଦ ଭରପୂର ଥିବା ବେଳେ ଯୁବ ବର୍ଗକୁ ରୋଜଗାର ମିଳୁନି । ସରକାରୀ ସ୍ତରରେ ୪୪ ହଜାରରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ପଦବୀ ଖାଲି ପଡିଛି । ସେହିପରି ପୋଲିସ ବିଭାଗରେ କନେଷ୍ଟବଳରେ ୧ ଲକ୍ଷ ପଦବୀ ଖାଲି ପଡିଛି । ଏଥିରୁ ଜଣା ପଡୁଛି ରାଜ୍ୟ ଅବସ୍ଥା କେତେ ଶୋଚନୀୟ ।'

'ରାଜ୍ୟରେ ଜଣେ ଅଣଓଡିଆ ଅଫିସର ବିଜେଡିର ୨ ନମ୍ବର ଷ୍ଟାର ପ୍ରଚାରକ ସାଜିଛନ୍ତି । ଯାହାକୁ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି ।ଏହା ଓଡିଆ ଅସ୍ମିତା ପ୍ରତି କୁଠାରାଘାତ । ତେଣୁ ପଇସା କାରବାର ନ ହୋଇ ମେରିଟ ଅନୁସାରେ ଚାକିରି ମିଳୁ । ଲୁଟ ହେଉଥିବା ଖଣି ଖାଦାନ ପ୍ରକ୍ରିୟା ବନ୍ଦ ହେଉ । ଯୁବକ ମାନେ କେବଳ ଭୋଟର ନ ହୋଇ ପରିବର୍ତ୍ତନର ସ୍ବର (ଚେଞ୍ଜ ଏଜେଣ୍ଟ) ଭାବେ କାମ କରିବେ । ସେମାନେ ଗାଁ, ପଞ୍ଚାୟତ, ୱାର୍ଡ ସ୍ତରରେ ମତ ସୃଷ୍ଟିକାରୀ (ଓପିନିୟନ ମେକର) ଭାବେ ନିଜର ନିର୍ବାଚନରେ ସକ୍ରିୟ ଭାଗିଦାରୀ ସାବ୍ୟସ୍ତ କରିବେ । ଓଡିଶାରେ ମଧ୍ୟ ସରକାର ପରିବର୍ତ୍ତନ ପାଇଁ ସେମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ହେଲାଣି ' ବୋଲି କହିଛନ୍ତି ଅଭିଳାଷ । ଆଗାମୀ ଦିନରେ ଯୁବମୋର୍ଚ୍ଚା ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି କହିଛି ଯୁବ ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.