ETV Bharat / politics

ବାଙ୍ଗିରିପୋଷି ବିଜେପି ପ୍ରାର୍ଥୀଙ୍କୁ ଦଳୀୟ କର୍ମୀ ବିରୋଧ, ଉଠିଲା ପରିବର୍ତ୍ତନ ସ୍ବର - Bangriposi Assembly BJP

author img

By ETV Bharat Odisha Team

Published : May 3, 2024, 10:50 PM IST

BJP Workers Protest Against Bangriposi Assembly BJP MLA Candidate: ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା ପ୍ରାର୍ଥିନୀ ସଞ୍ଜଳୀ ମୁର୍ମୁଙ୍କୁ ପରିବର୍ତ୍ତନ କରି ଅନ୍ୟ ଜଣଙ୍କୁ ଟିକଟ ଦେବା ପାଇଁ ଦଳୀୟ କର୍ମୀଙ୍କ ଦାବି । ଅଧିକ ପଢ଼ନ୍ତୁ

ବାଙ୍ଗିରିପୋଷି ବିଜେପି ବିଧାୟିକା ପ୍ରାର୍ଥିନୀଙ୍କୁ ଦଳୀୟ କର୍ମୀ ବିରୋଧ, ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି
ବାଙ୍ଗିରିପୋଷି ବିଜେପି ବିଧାୟିକା ପ୍ରାର୍ଥିନୀଙ୍କୁ ଦଳୀୟ କର୍ମୀ ବିରୋଧ, ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି (ETV Bharat Odisha)

ରାଇରଙ୍ଗପୁର: ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟିକା ପ୍ରାର୍ଥିନୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ । ତାଙ୍କୁ ପରିବର୍ତ୍ତନ କରାଯାଇ ଅନ୍ୟଜଣଙ୍କୁ ଟିକଟ ଦେବା ପାଇଁ ଦାବି କରିଛନ୍ତି ଖୋଦ ବିଜେପି କର୍ମୀ । ତୁରନ୍ତ ବିଧାୟିକା ପ୍ରାର୍ଥିନୀଙ୍କୁ ପରିବର୍ତ୍ତନ ନକଲେ ନେତା ଓ କର୍ମୀ ବିକଳ୍ପ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ବିଜେପି କର୍ମୀ ।

ମୟୂରଭଞ୍ଜ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ । ଏଠାରେ ପୂର୍ବତନ ବିଧାୟକ ପ୍ରାର୍ଥୀ ସୁଗଦା ମୁର୍ମୁଙ୍କ ଝିଅ ସଞ୍ଜଳୀ ମୁର୍ମୁଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥିନୀ କରାଯାଇଛି । ତେବେ ସଞ୍ଜଳିଙ୍କୁ ବିଧାୟିକା ପ୍ରାର୍ଥିନୀ ଭାବେ ଘୋଷଣା କରା ଯାଇଥିବାରୁ ବିଜେପି କର୍ମୀ ମ‌ହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିଜେପି ପକ୍ଷରୁ ଜଣେ ଅନୁପଯୁକ୍ତ ଓ ଅନଭିଜ୍ଞଙ୍କୁ ବିଧାୟିକା ପ୍ରାର୍ଥିନୀ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ତେଣୁ ପ୍ରାର୍ଥିନୀ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି କୁଳିଅଣା ବ୍ଲକର ବିଜେପି କର୍ମୀ । ଏନେଇ ମୟୂରଭଞ୍ଜ ଜିଲ୍ଲାର କୁଚେଇ ଠାରେ କର୍ମୀ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରିଛନ୍ତିି ସ୍ଥାନୀୟ ବିଜେପି କର୍ମୀ ।

ତେବେ ଦଳରେ ପୂର୍ବତନ ସାଂସଦ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଳି ଅଭିଜ୍ଞ ପ୍ରାର୍ଥୀ ଥିବାବେଳେ ସଞ୍ଜଳି ମୁର୍ମୁଙ୍କୁ ଦଳ କିଭଳି ପ୍ରାର୍ଥୀ କଲା ବୋଲି ବିଜେପି ନେତା ତଥା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ପ୍ରଶ୍ନ ଉଠାଇଛନ୍ତି । ସେପଟେ ସଞ୍ଜଳିଙ୍କୁ ବିରୋଧ କରି ବିଜେପି ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ଫାଗୁ ହାଁସଦା କହିଛନ୍ତି, "ଗତ ୨୦୧୯ର ପ୍ରାର୍ଥୀ ସୁଗୁଦା ମୁର୍ମୁ ବହୁ ପୁରୁଣା କାର୍ଯ୍ୟକର୍ତ୍ତାମାନଙ୍କୁ ଉପେକ୍ଷା କରିବା ସହ ଆର୍ଥିକ ଅନିୟମିତତା କରିଛନ୍ତି । ଯାହାଦ୍ଵାରା ବିଜେପି ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲା । ଗତ ପଞ୍ଚାୟତ ନିର୍ବାଚନରେ ସୁଗୁଦା ମୁର୍ମୁ ଓ ତାଙ୍କ ସ୍ତ୍ରୀ ଓ ବର୍ତ୍ତମାନର ଭାରତୀୟ ଜନତା ପାର୍ଟିର ବିଧାୟିକା ପ୍ରାର୍ଥିନୀ ସଞ୍ଜଳୀ ମୁର୍ମୁ ସମିତି ସଭ୍ୟା ଲଢ଼ି ଉଭୟେ ଅମାନତ ହରାଇଥିଲେ । ପରବର୍ତ୍ତୀ ସମୟରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ସାଂଗଠନିକ ଦାୟିତ୍ବ ଦିଆଯାଇଥିବା କହି ଏକତରଫା ସଂଗଠନ କରିବା ସହ ଦଳୀୟ ବଳିଷ୍ଠ, ଦକ୍ଷ ଓ ଯୋଗ୍ୟ କର୍ମକର୍ତ୍ତାଙ୍କୁ ଅଣଦେଖା କରି ଚାଲିଛନ୍ତି । ଶୀର୍ଷ ନେତୃବୃନ୍ଦ ଏହି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ତୁରନ୍ତ ବଦଳ ନକଲେ ନେତା ଓ କର୍ମୀ ବିକଳ୍ପ ପନ୍ଥା ଗ୍ରହଣ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରଚାର ମଇଦାନରେ ମାରାଣ୍ଡି ଦମ୍ପତି, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ - Lok Sabha Election 2024

ସେପଟେ ଏହି ଆସନରୁ ମନ୍ତ୍ରୀ ସୁଦାମ ମାରାଣ୍ଡି ବାରମ୍ବାର ପ୍ରତିଦ୍ବନ୍ଦିତା କରି ଜିତି ଆସୁଛନ୍ତି । ଆଉ ଏଥର ମଧ୍ୟ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଧର୍ମପତ୍ନୀ ରଞ୍ଜିତା ମାରାଣ୍ଡି ବିଜେଡିର ବିଧାୟିକା ପ୍ରାର୍ଥିନୀ ହୋଇଛନ୍ତି । ତେଣୁ ବିଜେପି ପକ୍ଷରୁ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ପରିବାରବାଦ ରାଜନୀତିରୁ ଦୁରରେ ରହି ପୁର୍ନବାର ବିଚାର ବିମର୍ଶ କରି ଉଚିତ ପ୍ରାର୍ଥୀ ଦେବାକୁ ଦାବି କରିଛନ୍ତି ବିଜେପି କର୍ମୀ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଉକ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଧର୍ମପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ବିଜେଡି ବିଧାୟିକା ପ୍ରାର୍ଥିନୀ ଘୋଷଣା କରିଛି । ଏହି ସମୟରେ ବିଜେପି କର୍ମୀ ମହଲରେ ତୀବ୍ର ଅସନ୍ତୋଷ ଯୋଗୁଁ ବିଜେପିକୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି । ଆଜିର ଉକ୍ତ ବୈଠକରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ଫାଗୁ ହାଁସଦା, ବାସନ୍ତୀ ଟୁଡୁ, ମକରଧ୍ୱଜ ମୁର୍ମୁ, ଭୀମ ସରେନ, ଗୀତା ହେମ୍ବ୍ରମ, କାହ୍ନୁ ସିଂ ଓ ସଞ୍ଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.