ETV Bharat / politics

ବେଗୁନିଆରେ ବିଜେପି ଦୁଇଫାଳ ! ଅପରାଜିତାଙ୍କ ବିରୋଧରେ ଦଳୀୟ କର୍ମୀଙ୍କ ମେଳି - ଅପରାଜିତାଙ୍କୁ ବିରୋଧ

BJP Workers Opposing Aparajita: ବେଗୁନିଆ ଏବଂ ବୋଲଗଡ ବ୍ଲକରେ ଏବେ ବି ବିଜେପି ଶିବିରରେ ଅସନ୍ତୋଷ ଲାଗି ରହିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ କରିଛନ୍ତି ଦଳୀୟ କର୍ମକର୍ତ୍ତା । ଅଧିକ ପଢନ୍ତୁ

BJP Workers Meeting
BJP Workers Meeting
author img

By ETV Bharat Odisha Team

Published : Feb 17, 2024, 10:30 AM IST

BJP Workers Meeting

ଖୋର୍ଦ୍ଧା: ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଜେପିରେ ଅନ୍ତଃକନ୍ଦଳ ଦେଖାଦେଇଛି । ବେଗୁନିଆ ନିର୍ବାଚନ ମଣ୍ଡଳୀର ବେଗୁନିଆ ଏବଂ ବୋଲଗଡ ବ୍ଲକରେ ବିଜେପି ଶିବିରରେ ଅସନ୍ତୋଷ ବଢୁଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ କରୁଛନ୍ତି ଦଳୀୟ କର୍ମକର୍ତ୍ତା । ଦଳୀୟ କର୍ମକର୍ତ୍ତାଙ୍କୁ ଅଣଦେଖା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ପୁଣି ମେଳି ହୋଇଛନ୍ତି ଅପରାଜିତାଙ୍କ ବିରୋଧୀ ଗୋଷ୍ଠୀ । ଯାହାକୁ ନେଇ ସାଂସଦଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେଉଛି ।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ତୃଣମୂଳ ସ୍ତରରେ ଥିବା ନିଜ ଦଳୀୟ କର୍ମକତ୍ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ବେଗୁନିଆ-ବୋଲଗଡ଼ ବ୍ଲକର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବେଗୁନିଆର ଏକ ଫାର୍ମ ହାଉସଠାରେ ବୈଠକ ବସିଥିଲା । ଯେଉଁଥିରେ ସାଂସଦ ଅପରାଜିତାଙ୍କୁ ଖୋଲାଖୋଲି ବିରୋଧ କରାଯାଇଛି । ଅପରାଜିତା ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ତୃଣମୂଳ ସ୍ତରୀୟ କର୍ମକର୍ତ୍ତା । ଏଥିସହ ଚଳିତ ସାଧାରଣ ନିର୍ବାଚନରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ନ କରିବାକୁ ସେମାନେ ଦାବି କରିଛନ୍ତି ।

ଏପରିକି ଅପରାଜିତାଙ୍କ କଥାରେ କୌଣସି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀଙ୍କୁ ଟିକେଟ୍ ନଦେବାକୁ କର୍ମୀମାନେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ନେତୃବୃନ୍ଦଙ୍କଠାରେ ଫେରାଦ ହେବେ ବୋଲି କହିଛନ୍ତି । ଏନେଇ ପାଞ୍ଚଗଡ଼ ମଣ୍ଡଳ ପୂର୍ବତନ ସଭାପତି ସୁବାଷ ମିଶ୍ର କହିଛନ୍ତି, "ପଞ୍ଚାୟତସ୍ତରୀୟ କର୍ମକର୍ତ୍ତାମାନେ ତୃଣମୂଳ ସ୍ତରରେ ସଂଗଠନ ମଜବୁତ ରଖିଛନ୍ତି । ହେଲେ ଅପରାଜିତା ଦଳର ବରିଷ୍ଠ କର୍ମକତ୍ତାକୁ ଅଣଦେଖା କରୁଛନ୍ତି । ୪୦ଟି ପଞ୍ଚାୟତର ବିଜେପିର ତୃଣମୂଳ ସ୍ତରର କର୍ମକର୍ତ୍ତାଙ୍କ ସହ ଛାମୁଆ ସଂଗଠକମାନେ ବୈଠକ କରି ସାଂସଦଙ୍କ ବିରୋଧରେ ମେଳି ହୋଇଛନ୍ତି ।

ଏହା ବି ପଢନ୍ତୁ...ସାଂସଦଙ୍କ ପ୍ରତି ବିପଦ ଥିଲେ ବଢିବ ସୁରକ୍ଷା: କମିଶନର

ସେପଟେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଭଲ କରିବ ବୋଲି ଆଶା ବାନ୍ଧି ଥିବାବେଳେ ଦଳୀୟ କନ୍ଦଳ ଚିନ୍ତା ବଢାଇଛି । ଏହି ବୈଠକରେ ପାଞ୍ଚଗଡ଼ ମଣ୍ଡଳ ପୂର୍ବତନ ସଭାପତି ସୁବାଷ ମିଶ୍ରଙ୍କ ସମେତ ଦକ୍ଷିଣ ବେଗୁନିଆ ପୂର୍ବତନ ମଣ୍ଡଳ ସଭାପତି ସଞ୍ଜୟ ଛୁଆଳ ସିଂହ ଯୋଗ ଦେଇଥିଲେ । ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଶାନ୍ତି ଶେଖର ମହାପାତ୍ର ଏଥିରେ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୋଲଗଡ଼ ମଣ୍ଡଳ ସଭାପତି ସଞ୍ଜୟ ବେହେରା, ଦକ୍ଷିଣ ମଣ୍ଡଳ ପୂର୍ବତନ ସାଧାରଣ ସମ୍ପାଦକ ଧ୍ରୁବ ଚରଣ ବାହିନୀପତି, ଧନେଶ୍ୱର ପ୍ରଧାନ, ପ୍ରଦୀପ ମହାଭୋଇ, ଦୟାନିଧି ବେହେରା, ସୁରେଶ ପ୍ରଧାନ, ପ୍ରଫୁଲ୍ଲ କୁମାର ରଥ, ସୁଧାକର ମାର୍ଥା, ପ୍ରମୋଦ ରାଉତରାୟ, ସହଦେବ ବେହେରା, ଅରକ୍ଷିତ ସାମଲଙ୍କ ସମେତ ବେଗୁନିଆ, ବୋଲଗଡ଼ ବ୍ଲକର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.