ETV Bharat / politics

୨୪ରେ ନିର୍ଣ୍ଣାୟକ ହେବେ ଯୁବ ଭୋଟର, ଆଜି ବିଜେପିର ନବ ମତଦାତା ସମ୍ମିଳନୀ - ନବ ମତଦାତା ସମ୍ମିଳନୀ

New Voter Summit By BJP: ଚଳିତ ନିର୍ବାଚନରେ ମୁଖ୍ୟ ନିର୍ଣ୍ଣାୟକ ସାଜିବେ ନୂତନ ମତଦାତା । ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପିର ବଡ଼ ପ୍ଲାନ । ଆଜି ସାରା ଦେଶରେ ୫ ହଜାର ସ୍ଥାନରେ ନବ ମତଦାତା ସମ୍ମିଳନୀ ଆୟୋଜନ କରିବ ଦଳ । ଅଧିକ ପଢନ୍ତୁ

୨୪ରେ ନିର୍ଣ୍ଣାୟ ହେବେ ଯୁବ ଭୋଟର ,ଆସନ୍ତାକାଲି ବିଜେପିର ନବ ମତଦାତା ସମ୍ମିଳନୀ

author img

By ETV Bharat Odisha Team

Published : Jan 25, 2024, 7:20 AM IST

୨୪ରେ ନିର୍ଣ୍ଣାୟ ହେବେ ଯୁବ ଭୋଟର ,ଆସନ୍ତାକାଲି ବିଜେପିର ନବ ମତଦାତା ସମ୍ମିଳନୀ

ଭୁବନେଶ୍ବର: ନୂଆ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ବିଜେପିର ବଡ ପ୍ଲାନ । ଆଜି(ଗୁରୁବାର) ନବ ମତଦାତା ସମ୍ମିଳନୀ କରିବ ବିଜେପି । ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ହେବ ନବ ମତଦାତା ସମ୍ମିଳନୀ । ନୂଆ ଭୋଟରଙ୍କ ସହ ସିଧାସଳଖ ଯୋଡ଼ି ହେବେ ଦଳ । ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ରାଜ୍ୟରେ ନୂତନ ଭୋଟର ମାନଙ୍କୁ କିପରି ବିଜେପି ନିଜ ଅକ୍ତିଆରକୁ ଆଣିବାକୁ ହେବ ପ୍ରମୁଖ ଭୂମିକା ନେବ ଯୁବମୋର୍ଚ୍ଚା ।

ନୂଆ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ଆଜି ନବ ମତଦାତା ସମ୍ମିଳନୀ କରିବ ବିଜେପି । ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନ ସହ ସାରା ଦେଶରେ ୫ ହଜାର ସ୍ଥାନରେ ହେବ ନବ ମତଦାତା ସମ୍ମିଳନୀ । ନୂଆ ଭୋଟରଙ୍କ ସହ ସିଧାସଳଖ ଯୋଡ଼ି ହେବେ । ପ୍ରଧାନମନ୍ତ୍ରୀ ବାର୍ତ୍ତା ରଖିବା ସହ ଯୁବ ଭୋଟରଙ୍କ ସହ କଥା ହେବେ । ପ୍ରତି ସ୍ଥାନରେ ପ୍ରାୟ ୧ ହଜାରରୁ ଅଧିକ ନୂଆ ଭୋଟରଙ୍କୁ ସାମିଲ କରିବାକୁ ଯୋଜନା କରିଛି ବିଜେପି । ୨୦୧୪ ଓ ୨୦୧୯ ରେ ନୂଆ ଭୋଟର ମୋଦୀଙ୍କ ପାଖରେ ଥିଲେ । ୨୦୨୪ରେ ମଧ୍ୟ ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପାଇଁ ଯୁବ ବର୍ଗଙ୍କ ମଧ୍ୟରେ ତତ୍ପରତା ଓ ଉତ୍ସାହ ଅଛି । ସେହି ଦୃଷ୍ଟିରୁ ଯୁବ ଭୋଟରଙ୍କୁ ଦଳରେ ସାମିଲ କରିବା । ୯ ବର୍ଷରେ ମୋଦି ସରକାରଙ୍କ ଯୁବ କଲ୍ୟାଣ କାରି ଯୋଜନା ବିଷୟରେ ଅବଗତ କରାଇବ । ନୂତନ ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ଅବଗତ କରିବେ ।

ଏହା ମଧ୍ୟ ପଢନ୍ତୁ ......ନିର୍ବାଚନ ମୈଦାନକୁ ଫେରିବାକୁ ଅଣ୍ଟା ସଳଖୁଛି କଂଗ୍ରେସ, ଫେରୁଛନ୍ତି ହେଭିୱେଟ୍‌

ଦେଶବ୍ୟାପୀ ନୂତନ ମତଦାତା ସମ୍ମିଳନୀ ଆୟୋଜନ କରାଯିବ । ଏହି ସମ୍ମିଳନୀରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଅଂଶଗ୍ରହଣ କରିବେ । ନୂତନ ମତଦାତା ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ । ପ୍ରଥମ ଥର ଭୋଟରଙ୍କୁ ପ୍ରେରଣା ଯୋଗାଇବ, ଯାହାକି ଦେଶରେ ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା କରାଇବାରେ ସହାୟକ ହେବ । ବିଶ୍ବ ଗୁରୁ ଭାରତ ଗଠନରେ ଆଜିର ଯୁବକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି କହିଛନ୍ତି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ।

ସେହିପରି ଯୁବମୋର୍ଚ୍ଚା ୫୦୦୦ ସମ୍ମିଳନୀ ଆୟୋଜନ କରିବା ସହ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଅତି କମରେ ୧୦୦୦ ନୂତନ ମତଦାତା ନିୟୋଜିତ ହେବେ । ନୂତନ ମତଦାତାଙ୍କୁ ବିକଶିତ ଆମ୍ବାସଡର ପରିଗଣିତ କରାଯାଇ ଗଣତନ୍ତ୍ର, ସକ୍ରିୟ ନାଗରିକତ୍ବ ଓ ଦାୟିତ୍ବ, ଦେଶ ଗଠନରେ ଯୁବକଙ୍କ ଭାଗିଦାରୀତା ଆଦି ସଂପର୍କରେ ଅବଗତ କରାଯିବ । ଏହା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବଡ ନିଷ୍ପତ୍ତି ନେଇଛି ବିଜେପି ଯୁବମୋର୍ଚ୍ଚା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.