ETV Bharat / politics

ନବ ଦାସ ହତ୍ୟାକାଣ୍ଡକୁ ପୁରିଲା ବର୍ଷେ: ଢିଲା ତଦନ୍ତ ନେଇ ବିଜେପିର ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି - ମନ୍ତ୍ରୀ ନବ ଦାସ ହତ୍ଯାକାଣ୍ଡ

Former Minister Naba Das Death Anniversary: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଆମେରିକା ତଦନ୍ତକାରୀ ସଂସ୍ଥା ଏଫବିଆଇ ତଦନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବାବେଳେ ତାହା କୁଆଡ଼େ ଗଲା ବୋଲି ବିଜେପି ପ୍ରଶ୍ନ କରିଛି । ଅଧିକ ପଢନ୍ତୁ

naba das murder case
ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି
author img

By ETV Bharat Odisha Team

Published : Jan 29, 2024, 7:37 PM IST

ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି

ଭୁବନେଶ୍ବର: ଆଜି ନବ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ । ହେଲେ ଏଯାଏଁ ଆଖିଦୃଶିଆ ତଦନ୍ତ ହୋଇନଥିବା ଅଭିଯୋଗ ଆଣିଛି ବିଜେପି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଦଳ । ପୁଣି ଥରେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଏନେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, "ରାଜ୍ୟରେ ଆଇନଶୃଙ୍ଖଳାର ଅଧୋଃଗତି ହୋଇଛି । ତଦନ୍ତ ତା' ବାଟରେ ଚାଲିଛି ବୋଲି କହିଲେ ସରକାର । ନବ ଦାସଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିଲା। କିନ୍ତୁ ଷଡ଼ଯନ୍ତ୍ର ବାବଦରେ ତଦନ୍ତ କରାଗଲା ନାହିଁ ।"

"ଆଜି କ୍ୟାବିନେଟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ବର୍ଷେ ପୁରିଛି । ହେଲେ ଏପର୍ଯ୍ୟନ୍ତ ଦୋଷୀ କିଏ ଜଣାପଡ଼ିଲା ନାହିଁ। ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଭ୍ରମିତ କରାଇଲେ । ଗଣତନ୍ତ୍ରର ମନ୍ଦିର ବିଧାନସଭାକୁ ମୁଖ୍ୟମନ୍ତ୍ରୀ ମିଛ କହି ଅପବିତ୍ର କରିଛନ୍ତି । ତେଣୁ ଆସନ୍ତା ବିଧାନସଭା ଅଧିବେଶନରେ ମିଛ କହିଥିବା କାରଣରୁ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ । ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଲେ ଆମେରିକା ତଦନ୍ତକାରୀ ସଂସ୍ଥା ଏଫବିଆଇ ତଦନ୍ତ କରିବ । ଏଫବିଆଇ କୁଆଡେ ଗଲା ? ଏଭଳି ଉଦ୍ଭଟ ପରିକଳ୍ପନା କାହିଁକି କଲେ ମୁଖ୍ୟମନ୍ତ୍ରୀ ?" ବୋଲି ପ୍ରଶ୍ନ କରିଛି ବିଜେପି । ଏହାସହ ଆସନ୍ତା 5 ତାରିଖ ବିଧାନସଭା ଆରମ୍ଭ ହେଲେ ମୁଖ୍ୟମନ୍ତ୍ରୀ ମିଛ କହିଥିବାରୁ ଯୋଡ଼ ହସ୍ତରେ ଓଡିଶାବାସୀଙ୍କୁ କ୍ଷମା ମାଗିବା ପାଇଁ ଦାବି କଲା ବିଜେପି ।

ଏହା ମଧ୍ୟ ପଢନ୍ତୁ...ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ, ସ୍ମୃତିରେ ଦୌଡିଲା ଝାରସୁଗୁଡା

ସେ ଆହୁରି ମଧ୍ୟ କହିଛନ୍ତି, "ଗଣତନ୍ତ୍ରର ପ୍ରଥା ଓ ପରମ୍ପରା ଅନୁସାରେ ସଂସଦ କିମ୍ବା ବିଧାନସଭାକୁ ଗଣତନ୍ତ୍ରର ମନ୍ଦିର କୁହାଯାଏ । ଓଡି଼ଶା ବିଧାନସଭା ଭଳି ପବିତ୍ର ଗୃହ ବା ଗଣତନ୍ତ୍ରର ମନ୍ଦିରରେ ମୁଖ୍ୟମନ୍ତ୍ରୀ ଜାଣିଶୁଣି ମିଛ କହିଛନ୍ତି । ନିଜର ଅପାରଗତାକୁ ଲୁଚାଇବା ପାଇଁ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଏଫବିଆଇ ତଦନ୍ତ ଭଳି ଚିନ୍ତାଧାରା ଓ ମିଥ୍ୟା ଆସ୍ଫାଳନ କରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସମର୍ଥନକୁ କଟାକ୍ଷ କରିଛନ୍ତି । କହିବାକୁ ଗଲେ, ସରକାରର ହତ୍ୟା ହେଲା ଜଣେ ସରକାରୀ କର୍ମଚାରୀଙ୍କ ଦ୍ୱାରା । ଓଡି଼ଶା ଶାସନର ଇତିହାସ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ସଦାସର୍ବଦା ନିନ୍ଦିତ କରିବ । ରାଜ୍ୟ କ୍ରାଇମବ୍ରାଞ୍ଚ ନାମକୁ ମାତ୍ର ତଦନ୍ତ କରି କେବଳ ଗୋପାଳ ଦାସକୁ ଦୋଷୀ ସଜାଇ ବସିଯାଇଛି । କେଉଁମାନେ ହତ୍ୟାର ଷଡଯନ୍ତ୍ରକାରୀ ସେ ବିଷୟରେ ତଦନ୍ତ ନକରି ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିଦିଆଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ନାହିଁ । ଦୋଷୀ ଦୋଷ କରି ଖସି ଯାଉଛି । ରାଜ୍ୟରେ ପ୍ରତ୍ୟେକ ଦିନ ଅଞ୍ଜନା,ମମିତା ଓ ପରୀ ଭଳି ଘଟଣା ଘଟୁଛି । ଏଥିପାଇଁ ଅପାରଗ ପ୍ରଶାସନ ହିଁ ଦାୟୀ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.