ETV Bharat / politics

ବିଜୁବାବୁଙ୍କୁ ଅସମ୍ମାନ ଓଡ଼ିଶାରେ ବାଂଲାଦେଶ ଭଳି ସମସ୍ୟା ଆଣିବ, ସଂତୃପ୍ତଙ୍କ ବୟାନକୁ ନେଇ କଡ଼ା ଜବାବ ରଖିଲା ବିଜେପି - BJP Targets Santrupt Misra

author img

By ETV Bharat Odisha Team

Published : Aug 9, 2024, 9:58 PM IST

BJP Targets Santrupt Misra: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ରଙ୍କ ବୟାନକୁ ନେଇ ବିଜେପି ବିଜେଡି ମୁହାଁମୁହିଁ । ଏଭଳି କହିଥିଲେ ସଂତୃପ୍ତ । କଡ଼ା ଜବାବ ଦେଲା ବିଜେପି । ଅଧିକ ପଢ଼ନ୍ତୁ

BJP Targets Santrupt Misra
BJP Targets Santrupt Misra (ETV Bharat Odisha)

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ସାଂଘାତିକ ବୟାନ । ଓଡିଶାକୁ ବାଂଲାଦେଶ ସହ ଯୋଡି ମନ୍ତବ୍ୟ ଦେଇଛନ୍ତି ସଂତୃପ୍ତ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହିତ ଯୋଡି ହୋଇଥିବା କଥାକୁ ଲିଭେଇ ଦେବାକୁ ଚେଷ୍ଟା ହେଉଛି । ବିଜୁବାବୁଙ୍କୁ ଅସମ୍ମାନ ବାଂଲାଦେଶ ଭଳି ସମସ୍ୟା ଆଣିବ ବୋଲି କହିବା ପରେ ସଂତୃପ୍ତଙ୍କ କଠାକୁ ନେଇ କାଉଣ୍ଟର କରିଛି ବିଜେପି । ବିଜୁବାବୁଙ୍କୁ ଅସମ୍ମାନ କହି ସଂତୃପ୍ତ ମିଶ୍ର ବାଂଲାଦେଶ ସହ ତୁଳନା କରିବା ସୁସ୍ଥ ମସ୍ତିଷ୍କ କାମ ନୁହେଁ ବୋଲି କହିଛି ବିଜେପି ।

Santrupt Misra (ETV Bharat Odisha)

ବିଜୁବାବୁଙ୍କ ସହିତ ଯୋଡି ହୋଇଥିବା କଥାକୁ ଲିଭେଇ ଦେବାକୁ ଚେଷ୍ଟା ହେଉଛି:

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର କହିଛନ୍ତି, "ବିଜେଡିକୁ ନେଇ ଅନେକ ପ୍ରକାର ଅପଚେଷ୍ଟା ହେଉଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହିତ ଯୋଡି ହୋଇଥିବା ଅନେକ କଥାକୁ ଲିଭେଇ ଦେବାକୁ ଚେଷ୍ଟା ହେଉଛି । ଏହା ଦୁର୍ଭାଗ୍ୟଜନକ । ପୃଥିବୀରେ ଯେଉଁ ଘଟଣା ହେଲେ ମଧ୍ୟ ରାଜ୍ୟ ତଥା ରାଷ୍ଟ୍ର ଗଠନରେ ଅବଦାନ ରହିଥିବା ବ୍ୟକ୍ତିଙ୍କୁ ଅବମାନନା କରିବା ଆମକୁ ବାଂଲାଦେଶର ସମସ୍ୟାକୁ ନେଇଯିବ । ବାଂଲାଦେଶ ପ୍ରତିଷ୍ଠାତା ମୁଜିବୁର ରେହେମାନଙ୍କ ମୂର୍ତ୍ତିକୁ ଯେଉଁଭଳି ଭାବେ ଭଙ୍ଗା ଯାଉଛି, ତାହା ନିନ୍ଦନୀୟ ।"

ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁନଃଗଠନ ହେଉଛି ବିଜେଡି:

ସେ ଆହୁରି ମଧ୍ୟ କହିଛନ୍ତି, "ବିଜୁ ପଟ୍ଟନାୟକ ଓଡ଼ିଶାର ଷ୍ଟିଲ ପ୍ଲାଣ୍ଟ, ପାରାଦ୍ବୀପ ପୋର୍ଟ କରିଛନ୍ତି । କୌଣସି ରାଜ୍ୟର ପ୍ରଚେଷ୍ଟା ନଥାଇ କଳିଙ୍ଗ ପୁରସ୍କାର ଚାଲିଥିଲା । ଏହାକୁ ନୂଆ ସରକାର ସମର୍ଥନ ନକରିବା ଦୁର୍ଭାଗ୍ୟଜନକ କଥା । ମୋର ଆଶା ବିଜେଡି ଯେଭଳି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁନଃଗଠନ କରୁଛି । ଆମେ ଏସବୁ କଥା ଓଡିଶାବାସୀଙ୍କ ଆଗରେ ରଖିବୁ । ଅତୀତରେ ଯେପରି ଓଡ଼ିଶାବାସୀଙ୍କ ପାଇଁ ଲଢେଇ କରିଥିଲୁ ସେମିତି କରିବୁ । ଭାରତର ଗଣତନ୍ତ୍ର ମଜବୁତ । ଗଣତନ୍ତ୍ରରେ ସମ୍ମାନ କରି ଶିଖିବା ଉଚିତ । ଅସମ୍ମାନ କଲେ ଗଣତନ୍ତ୍ରର ମୂଳଭିର୍ତ୍ତି ଖରାପ ହୋଇଯାଏ । ଯେଉଁ ଦଳ ଯେଉଁ ରାଜ୍ୟରେ କ୍ଷମତାରେ ଥିଲେ ମଧ୍ୟ ଗଣତନ୍ତ୍ରକୁ ସୁଦୃଢ କରିବା ଉଚିତ ।"

ସଂତୃପ୍ତଙ୍କୁ ପରିବହନ ମନ୍ତ୍ରୀଙ୍କ ସମାଲୋଚନା:

ସଂତୃପ୍ତଙ୍କ ଅଭିଯୋଗର ଜବାବ ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବିଭୂତି କହିଛନ୍ତି, "ବିଜୁ ବାବୁଙ୍କ ନାଁ'କୁ ତ କେହି ଲିଭେଇ ନାହାନ୍ତି । ବିଜୁ ବାବୁଙ୍କ ନାଁ ଲିଭେଇବା ଲାଗି ଆମ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ଆମ ରାଜ୍ୟ ଗଠନ ଲାଗି ବହୁ ମହାପୁରୁଷଙ୍କ ତ୍ୟାଗ ଓ ତପସ୍ୟା ରହିଛି । ସେମାନଙ୍କ ନାଁ ଧରିବାରେ ଆପତ୍ତି ନାହିଁ । ବିଜେଡି ସେମାନଙ୍କ ନାଁ ଧରୁନଥିଲା । ବିଜେପି ସେମାନଙ୍କ ନାଁ ଧରିଲେ କିମ୍ବା କିଛି କାର୍ଯ୍ୟକ୍ରମ କଲେ ବିଜେଡିକୁ ଅସୁବିଧା ହେବା କଥା ନୁହେଁ । ଶାନ୍ତି ପ୍ରିୟ ଓଡିଶା । ଜଗନ୍ନାଥ ଧାମ ଓଡିଶା । ବାଂଲାଦେଶ ସହ କାହିଁକି ଓଡିଶା ସହ ତୁଳନା କରାଯାଉଛି ? "

'ହତାଶାବୋଧ ପାଇଁ ସଂତୃପ୍ତ ବାବୁ ଅପରିପକ୍ଵତା ବନ୍ଦ କରନ୍ତୁ':

ସଂତୃପ୍ତ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ କହିଛନ୍ତି, "ବିଜୁ ବାବୁଙ୍କ ଫଟୋ ପୋଷ୍ଟରରୁ ହଟାଇ ଦିଆଯାଇ ଜଣେ ପ୍ରଶାସକରୁ ନେତା ସାଜିଥିବା ଲୋକର ଫଟୋ ଲଗାଇ ପାରୁଥିବା ଦଳଠାରୁ ଆଉ କିଏ ଅଧିକ ବିଜୁ ବାବୁଙ୍କ ଅସମ୍ମାନ କରୁଥିବ । ବିଜୁବାବୁଙ୍କ ଅସମ୍ମାନ ନେଇ ସଂତୃପ୍ତ ମିଶ୍ରଙ୍କ ବାଂଲାଦେଶ ସହ ତୁଳନା କରିବା ସୁସ୍ଥ ମସ୍ତିଷ୍କ କାମ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସବୁ ଡାଳ ଯାଇଛି କେବଳ ଥୁଣ୍ଟ ଗଛ ଠିଆ ହେଇଛି । କହିଲା ବେଳେ ଓ ମନ୍ତବ୍ୟ ଦେଲା ବେଳେ ଚିନ୍ତା କରିବା ଉଚିତ । ଦଳ ପୁନରୁଦ୍ଧାର କରନ୍ତୁ କିନ୍ତୁ ଦଳର ରିମୋଟ କାହା ହାତରେ ରହିବ ସେକଥା ସ୍ପଷ୍ଟ କରନ୍ତୁ । ଦଳେ କହୁଛନ୍ତି ପାଣ୍ଡିଆନ ପାଇଁ ହାରିଗଲୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ପାଣ୍ଡିଆନ ଆମ ପାଇଁ ଅପରିହାର୍ଯ୍ୟ । ଏହା ହେଉଛି ଦଳର ବାସ୍ତବ ସ୍ଥିତି । କିନ୍ତୁ ଯେତେ ମାଠି ହେଲେ ସେ ଫାଟ ବୁଜି ହେବନାହିଁ । କଟକରେ ନବୀନ ବାବୁ ଯେଉଁ ସଂତୃପ୍ତ ମିଶ୍ରଙ୍କୁ ମଞ୍ଜି ଭାବେ ପୋତିଥିଲେ ସେ ମଞ୍ଜି ଗଜା ଧରିଲାନି । ତେଣୁ ହତାଶାବୋଧ ପାଇଁ ସଂତୃପ୍ତ ବାବୁ ଅପରିପକ୍ଵତା ବନ୍ଦ କରନ୍ତୁ ।"

ମମତାଙ୍କ ପ୍ରସଙ୍ଗରେ ବିଜେଡିକୁ ତାଚ୍ଛଲ୍ୟ:

ସେପଟେ ମମତା ମହନ୍ତଙ୍କ ପ୍ରସଙ୍ଗକୁ ନେଇ ସୁରଥ ବିଶ୍ବାଳ କହିଛନ୍ତି, "ମାଳମାଳ ନେତା ବିଜୁ ଜନତାଦଳ ଛାଡ଼ୁଛନ୍ତି ଓ ଆଗକୁ ବି ଛାଡିବେ । ବିଶେଷ କରି ମୟୂରଭଞ୍ଜ କୁଡ଼ୁମୀ ସମାଜର ଜଣେ ମହିଳା ରାଜ୍ୟସଭା ସାଂସଦ ଥିଲେ ଏବେ ଦଳ ଛାଡିଛନ୍ତି ଯାହାଙ୍କୁ ସଂତୃପ୍ତ ମିଶ୍ର ଗୋଟେ ଗଛର ଡାଳ ସହ ସମାନ ବୋଲି କହିଛନ୍ତି । ଏହା କୁଡ଼ୁମୀ ସମାଜ ଓ ମୟୂରଭଞ୍ଜବାସୀଙ୍କ ପ୍ରତି କେତେ ସମ୍ମାନ ଜନକ ବିଜୁ ଜନତା ଦଳ ଚିନ୍ତା କରିବା ଉଚିତ । ଗୋଟେ ବ୍ୟକ୍ତି କୋଟିକୋଟି ଟଙ୍କା ଅପବ୍ୟୟ କରି ହେଲିକ୍ୟାପ୍ଟରରେ ବୁଲିଲେ ନେତାଙ୍କୁ ଠିଆ କରେଇ ଦେଲେ । ଟ୍ରାଫିକ ପୋଲିସ ସଜେଇଦେଲେ । ଏହା କ'ଣ ଗଣତନ୍ତ୍ର ନା ଏହା ସମ୍ମାନ ।"

ଏହା ମଧ୍ୟ ପଢ଼ନ୍ତୁ...ପୋଲାଭରମ ପ୍ରକଳ୍ପ; ଗ୍ରାଉଣ୍ଡରେ ବିଜେଡି ଫ୍ୟାକ୍ଟ-ଫାଇଣ୍ଡିଂ ଟିମ୍, ଦଳୀୟ ସୁପ୍ରିମୋଙ୍କୁ ଦେବେ ସରଜମିନ ରିପୋର୍ଟ - BJDs fact finding team

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.