ETV Bharat / politics

ଢେଙ୍କାନାଳରୁ ନାମାଙ୍କନ ଭରିଲେ ରୁଦ୍ର ନାରାୟଣ ପାଣି, ସାଙ୍ଗରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ - RUDRA NARAYAN FILES NOMINATION - RUDRA NARAYAN FILES NOMINATION

Rudra Narayan Pani Files Nomination: ଆଜି ବିଜେପିର ରୁଦ୍ର ନାରାୟଣ ପାଣି ଶୋଭାଯାତ୍ରାରେ ଯାଇ ଢେଙ୍କାନାଳ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ,

Rudra Narayan Files Nomination
Rudra Narayan Files Nomination (Etv Bhrat Odisha)
author img

By ETV Bharat Odisha Team

Published : May 3, 2024, 6:07 PM IST

Rudra Narayan Files Nomination (Etv Bhrat Odisha)

ଢେଙ୍କାନାଳ: ରାଜ୍ୟରେ ପାଖେଇ ଆସୁଛି ନିର୍ବାଚନ । ଆସନ୍ତା 13 ତାରିଖରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଯାହା ପାଇଁ ରାଜ୍ୟରେ ଚାଲିଛି ନାମାଙ୍କନର ପର୍ବ । ତେବେ ସେହି କ୍ରମରେ ଆଜି ଢେଙ୍କାନାଳ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ବିଜେପିର ରୁଦ୍ର ନାରାୟଣ ପାଣି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି କର୍ମୀ ଓ ସମର୍ଥକ ମାନଙ୍କ ମେଳରେ ଏକ ବିଶାଳ ଶୋଭାଯାତ୍ରାରେ ବାଜିଚୌକ ଛକରୁ ବାହାରି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ ରୁଦ୍ର ନାରାୟଣ ପାଣି । ଲୋକବଳର ବିଜୟ ସୁନିଶ୍ଚିତ ବୋଲି ଶୋଭାଯାତ୍ରାରେ ସାମିଲ ହୋଇ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନାମାଙ୍କନ ଦାଖଲ କରିବା ପରେ ରୁଦ୍ର କହିଛନ୍ତି ଯେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ତାଙ୍କର ଲଢେଇ । ଏ ଲଢେଇ କଳାଧନ ବିରୁଦ୍ଧରେ । ଆଉ ରାଜ୍ୟର ଜନତା ନିଶ୍ଚିତ ଭାବେ ଚଳିତ ଥର ମାନ୍ୟବର ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମର୍ଥନ କରିବେ। ଉଭୟ କେନ୍ଦ୍ର ଓ ରାଜ୍ୟରେ ବହୁମତ ସାବ୍ୟସ୍ତ କରି ଡବଲ ଇଞ୍ଜନ ସରକାର ଗଢିବ ବୋଲି ପ୍ରକାଶ କରିଛନ୍ତି ସାଂସଦ ପ୍ରାର୍ଥୀ ରୁଦ୍ର ପାଣି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଯାଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଦଳୀୟ କର୍ମୀ ସମର୍ଥକ ଓ ଶୁଭେଚ୍ଛୁ ମାନଙ୍କ ଗହଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ହଜାର ହଜାର ସମର୍ଥକଙ୍କ ଆସି ନାମାଙ୍କନ ଭରିଲେ ତାଳଚେର ବିଧାୟକ ବ୍ରଜକିଶୋର - BRAJAKISHORE FILES NOMINATION

ଏହି ଅବସରରେ ଗଣମାଧ୍ୟମକୁ ନିଜର ବକ୍ତବ୍ୟ ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି ଲଢେଇ ଲୋକବଳ ମାଧ୍ୟମରେ ହେବାକୁ ଯାଉଛି । ଆଉ ଲୋକବଳର ବିଜୟ ସୁନିଶ୍ଚିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି । ଅପରପକ୍ଷରେ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ସାଥିରେ ଭାରତର ଜନତା ଅଛନ୍ତି ଆଉ ଓଡ଼ିଶାର ଜନତା ଏବେ ମୋଦିଙ୍କ ସହିତ ମନ ବଳାଇଛନ୍ତି । ଜନ ସାଧାରଣଙ୍କ ପାଇଁ ଜୀବନ ବ୍ୟାପି ସଂଗ୍ରାମ କରି ଆସୁଥିବା ରୁଦ୍ର ନାରାୟଣ ପାଣି ବିଜୟୀ ହେଲେ ସମସ୍ୟା ବହୁଳ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଗରିବ, ଶ୍ରମିକ, ଚାଷୀ, ପଛୁଆ ବର୍ଗ, କ୍ଷତିଗ୍ରସ୍ତ ପ୍ରଜାଙ୍କ କଥା ସଂସଦରେ ଉପସ୍ଥାପିତ କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି "ଏହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ମୋ ଉପରେ ରହିବ । ଆମେ ଦୁହେଁ ମିଶି ଯୁବକ ମାନଙ୍କ ଆଶା ଓ ଆକାଂକ୍ଷା ପୁରଣ କରିବା ସହିତ ମହିଳା ମାନଙ୍କର ସଶକ୍ତି କରଣକୁ ଆହୁରି ଆଗକୁ ବଢ଼ିବାରେ ଉଦ୍ୟମ କରିବୁ । ଏ ଅଞ୍ଚଳର ରୋଜଗାର ଏବଂ ଅର୍ଥନୀତି ବଢାଇବା ସହିତ ଦେଶର ଅଗ୍ରଗତିରେ ଢେଙ୍କାନାଳକୁ ସାମିଲ କରିବୁ । ଚଳିତ ନିର୍ବାଚନରେ ଢେଙ୍କାନାଳ ଲୋକସଭା ସମେତ ଏହା ଅଧୀନରେ ଥିବା ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ଅନୁଗୋଳ, ତାଳଚେର ଓ ପାଲଲହଡ଼ା ଆଦି ସମସ୍ତ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ମାନଙ୍କର ବିଜୟ ସୁନିଶ୍ଚିତ ହେବା ସଙ୍ଗେ ସଙ୍ଗେ ମୋଦି ଲହର ଓଡ଼ିଶାରେ ବିଜେପିର ସରକାର ବନିବ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.