ETV Bharat / politics

ବୌଦ୍ଧରେ ଆଚରଣ ବିଧି ଉଲ୍ଲଂଘନ, ସରକାରୀ କର୍ମଚାରୀଙ୍କ ନାଁରେ ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ - Code Of Conduct Violation

author img

By ETV Bharat Odisha Team

Published : May 3, 2024, 4:27 PM IST

Code Of Conduct Violation: ସରକାରୀ କର୍ମଚାରୀ ଶାସକ ଦଳର ନିର୍ବାଚନୀ ପ୍ରଚାରରେ ଲିପ୍ତ ଅଭିଯୋଗ । ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Code Of Conduct Violation
Code Of Conduct Violation (ETV Bharat Odisha)

ବୌଦ୍ଧ: ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନ ଜୋରଦାର ଚାଲିଛି । କେତେକ ସ୍ଥାନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ନେଇ ଅଭିଯୋଗ ହୋଇଛି । ବିଶେଷ ଭାବରେ ଶିକ୍ଷା ବିଭାଗ, ସମବାୟ ବିଭାଗ ଓ ଜଙ୍ଗଲ ବିଭାଗର କେତେକ କର୍ମଚାରୀ ଶାସକ ଦଳ ପାଇଁ ଖୁଲମଖୁଲା ନିର୍ବାଚନ କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲ୍ଲାର କେତେକ ସରକାରୀ କର୍ମଚାରୀ ଶାସକ ଦଳର ହାତବାରିସି ସାଜି ନିର୍ବାଚନରେ ଲିପ୍ତ ରହୁଥିବା ନେଇ ବିଜେପି ବିଧାୟକ ପ୍ରାର୍ଥୀ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିଛନ୍ତି ।

ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରଗରମ ପ୍ରଚାର ଅଭିଯାନ । ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ ପରେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିର ପ୍ରାର୍ଥୀଙ୍କ ସହିତ ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ସେପଟେ କେତେକ ସ୍ଥାନରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ଶାସକ ଦଳର ନିର୍ବାଚନ ପ୍ରଚାରରେ କେତେକ ସରକାରୀ କର୍ମଚାରୀ ଲିପ୍ତ ରହୁଥିବା ନେଇ ବିଜେପି ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନର ନୂଆ କୀର୍ତିମାନ ସ୍ଥାପନ କରୁଛି ବିଜେପି: ବିଜେଡି - BJD MEET CEO

ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ଶିକ୍ଷା ବିଭାଗ, ସମବାୟ ବିଭାଗ ଓ ଜଙ୍ଗଲ ବିଭାଗ ସମେତ କେତେକ ବିଭାଗର କର୍ମଚାରୀମାନେ ଏହି ନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ କରି ନିର୍ବାଚନରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ବରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କେତେକ ଶିକ୍ଷକ, ସମବାୟ କର୍ମଚାରୀ ଓ ଜଙ୍ଗଲ କର୍ମଚାରୀଙ୍କ ବଦଳି ତଥା ନିଲମ୍ବିତ କରିସାରିଥିବା ସୂଚନା ମିଳିଛି । ଜଙ୍ଗଲ ବିଭାଗର ଜଣେ ସରକାରୀ କର୍ମଚାରୀ ନିର୍ବାଚନର ଆଚରଣବିଧି ଉଲ୍ଲଙ୍ଘନ କରୁଥିବା ନେଇ ଆଜି ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.