ETV Bharat / politics

ଏକାମ୍ରରେ ବିଜେପିର ଶକ୍ତି ପଦର୍ଶନ, ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଲେ ବାବୁ ସିଂ - Ekamra Assembly constituency

author img

By ETV Bharat Odisha Team

Published : Apr 3, 2024, 10:18 PM IST

Ekamra Bhubaneswar Assembly constituency: ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଭୁବନେଶ୍ବର ଏକାମ୍ର ବିଧାନସଭା ଆସନ ବିଜେପି ପ୍ରାର୍ଥୀ ବାବୁ ସିଂ । ଅଧିକ ପଢ଼ନ୍ତୁ

ଏକାମ୍ରରେ ବିଜେପିର ଶକ୍ତି ପଦର୍ଶନ
ଏକାମ୍ରରେ ବିଜେପିର ଶକ୍ତି ପଦର୍ଶନ

ଏକାମ୍ରରେ ବିଜେପିର ଶକ୍ତି ପଦର୍ଶନ

ଭୁବନେଶ୍ବର: ବିଜେପି ପକ୍ଷରୁ ଗତକାଲି (ମଙ୍ଗଳବାର) ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ବାବୁ ସିଂଙ୍କ ନାଁ ଘୋଷଣା କରିଛି ଦଳ । ଦଳରୁ ଟିକେଟ ପାଇବା ପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ପ୍ରଚାର ମୈଦାନକୁ ଓହ୍ଲାଇ ଏକାମ୍ରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରଚାର ଆରମ୍ଭରୁ ହିଁ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବାବୁ ।

ଆଜି ଏକାମ୍ର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ବାବୁ ସିଂ ମହାପ୍ରଭୂ ଲିଙ୍ଗରାଜଙ୍କୁ ଦର୍ଶନ କରି ପ୍ରଚାର ଆରମ୍ଭ କରିଛନ୍ତି । ଶତାଧିକ କର୍ମୀ, ସମର୍ଥକଙ୍କ ସହ ପଦଯାତ୍ରାରେ ସୁନ୍ଦରପଦାରୁ ଆସି ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ । ବାବୁ ସିଂଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ । ଏକ ବିରାଟ ପଟୁଆର ସହ ଶହଶହ ଲୋକଙ୍କ ସମର୍ଥନକୁ ନେଇ ବାବୁ ସିଂ ଓ ଅପରାଜିତା ଷଢଙ୍ଗୀ ପଦଯାତ୍ରାରେ ଆସି ନିଜର ଶକ୍ତି ପଦର୍ଶନ କରିଛନ୍ତି । ଆଉ ନିର୍ବାଚନରେ ତାଙ୍କୁ ବିଜୟୀ କରିବା ପାଇଁ ଏକାମ୍ରବାସୀଙ୍କ ସମର୍ଥନ ଲୋଡ଼ିଛନ୍ତି ବାବୁ ସିଂ।

ଏହି ଅବସରରେ ବାବୁ କହିଛନ୍ତି, "ଏଣିକି ନିର୍ବାଚନ ପ୍ରଚାର ଜୋର ହେବ ଓ ଚଳିତ ନିର୍ବାଚନରେ ଦୁର୍ନିତୀ ଗ୍ରସ୍ତ, ଭ୍ରଷ୍ଟାଚାରୀ ନେତାଙ୍କୁ ଏକାମ୍ର ଜନତା ଉଚିତ୍ ଜବାବ ଦେବେ । କେବଳ ଏକାମ୍ର ନିର୍ବାଚନ ମଣ୍ଡଳୀ ନୁହେଁ ଭୁବନେଶ୍ବରର ଉତ୍ତର, ମଧ୍ୟ ଓ ଜୟଦେବ ନିର୍ବାଚନ ମଣ୍ଡଳୀବାସୀ ଓଡ଼ିଶାର ଦୂରାଚାରୀ ନେତାଙ୍କୁ ଜବାବ ଦେବେ । ପାପୀ ନେତାକୁ ହଟାଇବା ପାଇଁ ଲିଙ୍ଗରାଜଙ୍କୁ ପ୍ରାର୍ଥନା କରିଛି । ଆମେ କେବଳ ଟିକେଟ ପାଇଥିବାରୁ ନିର୍ବାଚନ ରଣନୀତିରେ ଜଣେ ଜଣେ ସେନାପତି । ତେଣୁ ଏଥର ଓଡିଶାବାସୀ, ଭୁବନଶ୍ବରବାସୀ ନିଜେ ନିର୍ବାଚନ ଲଢିବେ ଆଉ ୨୪ ବର୍ଷର ଦୂରାଚାରୀ ଶାସନକୁ ହଟାଇବେ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିକୁ ବିଜେପିର ଟାର୍ଗେଟ୍, କହିଲା ସେମାନେ ଖୋଜୁଛନ୍ତି ଆମଦାନୀ କେଉଁଠୁ କରିବେ - BJP Targets BJD

ବାବୁ ଏହା ମଧ୍ୟ କହିଛନ୍ତି, " ଚଳିତ ନର୍ବାଚନରେ ଗାଦିରେ ବସିଥିବା କଳଙ୍କିତ ଶାସନକାରୀଙ୍କୁ ହଟାଇବେ ଜନତା । ମୋ, କାର୍ଯ୍ୟକର୍ତ୍ତା ପ୍ରସ୍ତୁତ ଅଛନ୍ତି । ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ । କେଉଁଭଳି ବିଧାୟକ ଏକାମ୍ର ପାଇଁ ଦରକାର ଲୋକ ବିଚାର କରିବେ ଆଉ ଭୋଟ ଦେବେ । ପ୍ରତିପକ୍ଷ ଯିଏ ବି ରହୁନା କାହିଁକି ହାତରେ ହତିଆର ନେଇ ଲୋକଙ୍କ ପାଇଁ କାମ କରିବି । ମୋ କର୍ମୀ ପ୍ରସ୍ତୁତ ଅଛନ୍ତି । ଓଡିଶାବାସୀ ଏ ଭ୍ରଷ୍ଟ ଓ କଳଙ୍କିତ ଶାସନକୁ ହଟାଇବା ପାଇଁ ମନସ୍ତ କରିସାରିଛନ୍ତି । ସେମାନେ ହିଁ ଆମକୁ ନିର୍ବାଚନ ବୈତରଣୀ ପାର କରାଇବେ ଆଉ ଆମକୁ ଜିତାଇବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.