ETV Bharat / politics

ମୋ ହାତକୁ ନେଇ ଆଲୋଚନା ବିଜେପି ପାଇଁ ଫଳପ୍ରଦ ହେବନି: ମୁଖ୍ୟମନ୍ତ୍ରୀ - Naveen Patnaik on viral Video

Naveen Patnaik reacts on viral Video: ନବୀନ ପଟ୍ଟନାୟକଙ୍କ ହାତ ଥରିବା ଓ ପାଣ୍ଡିଆନ ଏହି ହାତକୁ ଅନ୍ୟ ସ୍ଥାନକୁ ନେଇଯିବା ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ ବିଜେପି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି । ମୋ ହାତକୁ ନେଇ ଆଲୋଚନା କରିବା ଫଳପ୍ରଦ ହେବନି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 28, 2024, 8:47 PM IST

Naveen Patnaik reacts on viral Video
Naveen Patnaik reacts on viral Video (ETV Bharat Odisha)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା କଥା ବହୁ ସମୟରେ ଓଡ଼ିଶା ରାଜନୀତିରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ବିଶେଷ କରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଏହି ପ୍ରସଙ୍ଗରେ ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରୁଛି । ଅସୁସ୍ଥ ମୁଖ୍ୟମନ୍ତ୍ରୀଙ୍କୁ ଆୟତ୍ତ କରି ବିଜେଡି ନେତା ଭିକେ ପାଣ୍ଡିଆନ ରାଜ୍ୟର ଶାସନ ଭାର ଅକ୍ତିଆର କରିଥିବା ବିଭିନ୍ନ ସମୟରେ ବିଜେପି ଅଭିଯୋଗ କରୁଛି । ଏଭଳି ସମୟରେ ମୁଖ୍ୟମନ୍ତ୍ରୀଙ୍କର ଏକ ଭିଡିଓ ଆଜି ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ଥରିବା ଓ ପାଣ୍ଡିଆନ ତାଙ୍କ ହାତକୁ ଅନ୍ୟ ସ୍ଥାନକୁ ନେଇଯିବା ଦେଖିବାକୁ ମିଳୁଛି । ଏଭଳି ଭିଡିଓକୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ବିଜେପିକୁ ଟାର୍ଗେଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ଥରିବା, ସେତିକିବେଳେ ତାଙ୍କ ପାଖରେ ଛିଡ଼ା ହୋଇଥିବା ବିଜେଡି ନେତା ଭିକେ ପଣ୍ଡିଆନ ନବୀନଙ୍କ ଏହି ହାତକୁ ନେଇ ଅନ୍ୟ ସ୍ଥାନରେ ରଖିବା । ଏହି ଭିଡିଓକୁ ବିଜେପିର ବହୁ ନେତା ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି । ଏପରିକି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏହି ଭିଡିଓକୁ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଏହାକୁ ଓଡ଼ିଶା ବିଜେପିର ଆଧିକାରିକ ଏକ୍ସ ହାଣ୍ଡେଲରୁ ମଧ୍ୟ ରି-ପୋଷ୍ଟ କରାଯାଇଛି । ଆଜି ଅପରାହ୍ନରୁ ଏହି ଭିଡିଓ ଭାଇରାଲ ପ୍ରକ୍ରିୟା ଜାରି ରହିଛି । ଶେଷରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ଜାରି ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା । ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୁଁ ବିଶ୍ବାସ କରେ, ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାରେ ବିଜେପି ଜଣାଶୁଣା । ମୋ ହାତକୁ ନେଇ ଆଲୋଚନା କରିବା ବିଜେପି ପାଇଁ ଫଳପ୍ରଦ ହେବନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ମିଛ କହୁଛି ବିଜେପି, ଦେଖନ୍ତୁ ମୁଁ ସମ୍ପୂର୍ଣ୍ଣ ଫିଟ୍‌: ନବୀନ - Naveen Patnaik to BJP

ସୂଚନା ଥାଉ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବାନେଇ ବିରୋଧୀ ବିଭିନ୍ନ ସମୟରେ ଆଲୋଚନା କରୁଛନ୍ତି । ଗତ କିଛିଦିନ ଧରି ଶାସକ ଦଳ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଆସୁଛି ବିଜେପି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର ଭିଡିଓକୁ ନେଇ ଟାର୍ଗେଟ କରି କହିଥିଲେ ଯେ 'ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସଫ୍ଟୱେର ‘ଡିପଫେକ’ ବ୍ୟବହାର କରି ନବୀନଙ୍କ ଭିଡିଓ ପ୍ରସ୍ତୁତ କରାଯାଉଛି । ନବୀନଙ୍କ ଅଗୋଚରରେ ତାଙ୍କୁ କଣ୍ଢେଇ ପରି ନଚାଯାଉଛି ।' ସେହିପରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଆସୁଥିବା କେନ୍ଦ୍ରୀୟ ନେତା ମଧ୍ୟ ସମାନ କଥାକୁ ଦୋହରାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡିଲେଣି ଓ ସେ ପୁଣିଥରେ ଶାସନ କରିବା ସମ୍ଭବ ନୁହେଁ ବୋଲି ଅଭିଯୋଗ କରୁଛନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଭିଡିଓ ଭାଇରାଲ ହେବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ହେଲେ ନିଜେ ମୁଖ୍ୟମନ୍ତ୍ରୀ ଏହାକୁ କାଉଣ୍ଟର କରିବା ରାଜନୀତିରେ ଆହୁରି ଉଷ୍ମତା ଭରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.