ETV Bharat / politics

ଢେଙ୍କାନାଳରେ ନାବାଳିକା ହତ୍ୟା ପ୍ରସଙ୍ଗ; ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

author img

By ETV Bharat Odisha Team

Published : Mar 3, 2024, 10:52 PM IST

BJP Mahila Morcha Conduct Pressmeet: ନିକଟରେ ଢେଙ୍କାନାଳ ଟାଉନରେ ହତ୍ୟା କରାଯାଇଥିବା ନାବାଳିକାଙ୍କ ପରିବାରକୁ ଭେଟିଛି ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ବିଜେଡି ସରକାର ଉପରେ ବର୍ଷିଛି ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ

ଢେଙ୍କାନାଳରେ ନାବାଳିକା ହତ୍ୟା ପ୍ରସଙ୍ଗ;ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ବିଜେଡି ସରକାର ଉପରେ ବର୍ଷିଛି ବିଜେପି ମହିଳା ମୋର୍ଚ୍ଚା । ନିକଟରେ ଢେଙ୍କାନାଳ ଟାଉନରେ ପଥରରେ ଛେଚି ନାବାଳିକାଙ୍କୁ ହତ୍ୟା କରାଯାଇଥିଲା । ଗତକାଲି ଘଟଣା ସ୍ଥଳ ଯାଇ ମୃତକଙ୍କ ପରିବାରକୁ ଭେଟିବା ପରେ ବିଜେପି ମହିଳା ମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ କରିଛି ।

ମହିଳା ମୋର୍ଚ୍ଚା କହିଛି, ଓଡ଼ିଶାରେ ପ୍ରତ୍ୟେକ ଦିନ ମହିଳା ଓ ନାବାଳିକାମାନଙ୍କ ପ୍ରତି ଦୁଷ୍କର୍ମ, ଗଣଦୁଷ୍କର୍ମ, ହିଂସା ଓ ହତ୍ୟା ମାମଲା ବଢ଼ିବାରେ ଲାଗିଛି । ନାବାଳିକା ଅପହରଣ, ଦୁଷ୍କର୍ମରେ ଓଡ଼ିଶା ଏକ ନମ୍ବର ସ୍ଥାନ କରିବା ଦୁର୍ଭାଗ୍ୟଜନକ । ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ବଢ଼ୁଥିବା ହିଂସା ଓ ହତ୍ୟା ନେଇ ରାଜ୍ୟ ସରକାରଙ୍କ ନିରବତା ଚିନ୍ତାଜନକ । ରାଜ୍ୟ ସରକାର ମହିଳାଙ୍କ ପ୍ରତି ଘଟୁଥିବା ହିଂସା ପ୍ରତି ଆଦୌ ସମ୍ବେଦନଶୀଳ ନୁହନ୍ତି କି ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।

ଏହା ମଧ୍ୟ ପଢନ୍ତୁ ...ନୂଆ ନେତା ସୃଷ୍ଟି କରିବାରେ ବିଜେପି ଅସମର୍ଥ: ବିଜେଡି

ଓଡ଼ିଶାରେ ମହିଳା, ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଓଡ଼ିଶାର ଏକ ବଡ ବେମାରୀ ହୋଇ ଠିଆ ହୋଇଛି । ଏହା ରାଜ୍ୟର ପ୍ରଥମ ଘଟଣା ନୁହେଁ ପ୍ରତ୍ୟେକ ଦିନ ସକାଳେ ଖବର କାଗଜ ଓଲଟାଇଲେ ମହିଳା ଓ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ନଜରକୁ ଆସୁଛି । ପୋଲିସ ଓ ବିଜେଡି ସରକାରର ଅପାରଗତା ପାଇଁ ରାଜ୍ୟରେ ଶିଶୁ, ନାବାଳିକା ଏବଂ ମହିଳା ଉତ୍ପୀଡନର ଶିକାର ହେବା ସହ ହତ୍ୟାର ଶିକାର ହେଉଛନ୍ତି । ରାଜ୍ୟ ସରକାର ମହିଳାଙ୍କ ପ୍ରତି ନିର୍ଦୟ ନହୋଇ ତୁରନ୍ତ ନାବାଳିକା ଜସ୍ମିନଙ୍କ ହତ୍ୟାର ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ।

ପୋଲିସର ଅପାରଗତା ପାଇଁ ଏମିତି ଘଟଣା ଘଟିଛି ବୋଲି ଅଭିଯୋଗ କରିଛି ମହିଳା ମୋର୍ଚା । ଏ ଯାଏଁ କାହିଁକି ଅପରାଧୀ ପାଖରେ ପହଞ୍ଚି ପାରିଲାନି ପୋଲିସ । ଅପରାଧୀଙ୍କୁ ପସ୍କୋ ଆଇନରେ ମୃତ୍ୟୁ ଦଣ୍ଡ ପାଇଁ ଦାବି କରିଛି ମହିଳା ମୋର୍ଚ୍ଚା । ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଐଶର୍ଯ୍ୟା ବିଶ୍ଵାଳ କହିଛନ୍ତି ଯେ, ଏହି ଘଟଣା ଓଡ଼ିଶାରେ ମହିଳା କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠାଉଛି । ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର କମ ଥିବାରୁ ଅପରାଧୀଙ୍କ ସାହସ ବଢୁଛି । ନିର୍ଭୟା ପାଣ୍ଠିର ସଠିକ ବିନିଯୋଗ ପାଇଁ ମଧ୍ୟ ଦାବି କରୁଛୁ । ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ଓଡିଶାରେ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ଓଡ଼ିଶାରେ ମାତ୍ର ୯.୩ ପ୍ରତିଶତ ମହିଳା ହିଂସାରେ ଅଭିଯୁକ୍ତକୁ ଦଣ୍ଡ ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.