ETV Bharat / politics

ମେଣ୍ଟକୁ ମନା କଲେ, ପୁଣି ଦିଲ୍ଲୀ ଗଲେ ମନମୋହନ

author img

By ETV Bharat Odisha Team

Published : Mar 10, 2024, 7:29 PM IST

Updated : Mar 10, 2024, 7:39 PM IST

BJP Leaders On Delhi Visit: ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ଓ ଟିମ୍ । ଯାହାକୁ ନେଇ ପୁଣି ବଢିଛି ମେଣ୍ଟ ଚର୍ଚ୍ଚା । ଅଧିକ ପଢନ୍ତୁ

ବଢିଲା ମେଣ୍ଟ ଚର୍ଚ୍ଚା
ବଢିଲା ମେଣ୍ଟ ଚର୍ଚ୍ଚା
ବଢିଲା ମେଣ୍ଟ ଚର୍ଚ୍ଚା

ଭୁବନେଶ୍ବର: ମେଣ୍ଟକୁ ନେଇ ପୁଣି ବଢିଲା ଚର୍ଚ୍ଚା । ମେଣ୍ଟ ଚର୍ଚ୍ଚା ଭିତରେ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ଓ ଟିମ୍ । ଡାକରା ଆସିବା ଦିଲ୍ଲୀ ଗସ୍ତ କଲେ ରାଜ୍ୟ ବିଜେପି ଟିମ୍ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ବିଜେପି ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଥିବା ଜଣାପଡ଼ିଛି । ଏନେଇ ବିଜୟ ପାଲ ସିଂ ତୋମାର କହିଛନ୍ତି, "ସବୁ ସିଟ ଉପରେ ଆଲୋଚନା ହେବ । ପର୍ଯ୍ୟବେକ୍ଷକ ମାନଙ୍କଠାରୁ ରିପୋର୍ଟ ଉପରେ ଆଲୋଚନା ହେବ । ମେଣ୍ଟ ଉପରେ ଚର୍ଚ୍ଚା ହୋଇନାହିଁ । ଅତୀତରେ ବିଜେଡ଼ି ମେଣ୍ଟ ସମର୍ଥନ ଦେଇଥିଲା । 147 ବିଧାନସଭା ଏବଂ 21 ଲୋକସଭା ଉପରେ ଆଲୋଚନା ହେବ । ମୋ ଜାଣିବାରେ ମେଣ୍ଟ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ ।"

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟାରେ କହିଛନ୍ତି, "ଦିଲ୍ଲୀରୁ ଯେତେବେଳେ ଡାକରା ଆସିବ ସେତେବେଳେ ଯିବୁ । କୌଣସି ବୈଠକ ସ୍ଥିର ହୋଇନାହିଁ । ଡାକରା ଆସିଲେ ଟିମ୍ ଦିଲ୍ଲୀ ଯିବ । ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେବେ କଣ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀଙ୍କ 'ମିଛ ଓ ଗୁଜବ' ମନ୍ତବ୍ୟ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନମୋହନ । ସେ କହିଛନ୍ତି, "ସେସବୁ ଉପରେ ଟିପ୍ପଣୀ କରିବା ମୋର ଠିକ୍ ହେବ ନାହିଁ ।"ଓଡ଼ିଶା ରାଜନୀତିରେ ମିଥ୍ୟା ଗୁଜବ କରାଯାଉଛି କି ବୋଲି ପ୍ରଶ୍ନରେ ମନମୋହନ କହିଛନ୍ତି, "ଜନସାଧାରଣ ବେଷ୍ଟ ଜଜ୍ । ସେମାନେ ହିଁ ନିଷ୍ପତ୍ତି ନେବେ ।"

ଏହା ବି ପଢନ୍ତୁ...ଦୁର୍ବଳତା ଲୁଚେଇବାକୁ ମେଣ୍ଟ: ମୋକିମ

ସୂଚନା ଅନୁସାରେ, ପୂର୍ବରୁ ମେଣ୍ଟ ଚର୍ଚ୍ଚା ଭିତରେ ମନମୋହନ ସାମଲ ଓ ବିଜୟ ପାଲ ସିଂ ତୋମାରଙ୍କ ବୟାନ ମେଣ୍ଟ ଚର୍ଚ୍ଚାକୁ ଥଣ୍ଡା ପକାଇ ଦେଇଥିଲା । ମମମୋହନ ସାମଲ ଓ ତୋମାର କହିଥିଲେ କି ରାଜ୍ୟରେ ବିଜେପି ଏକାକୀ ଲଢିବ । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । ବିଜେଡି-ବିଜେପି ମେଣ୍ଟ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ଯେଉଁ ବୟାନ ଦେଇଥିଲେ ଆଜି ସମାନ କଥା ଦୋହରାଇଛନ୍ତି ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି । ହେଲେ ପୁଣି ଥରେ ସମସ୍ତଙ୍କ ଦିଲ୍ଲୀ ଗସ୍ତ ମେଣ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 10, 2024, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.