ETV Bharat / politics

ନିଆଁରେ ଘିଅ ଢାଳିଲେ ପାଟ୍ଟଶାଣୀ; ‘ପାଣ୍ଡିଆନଙ୍କ ପାଇଁ ଛାଡିଥିଲେ ବିଜେଡି’, ଜବାବ ରଖିଲେ ଲେନିନ

ପାଣ୍ଡିଆନ ପ୍ରସଙ୍ଗରେ ଏଣ୍ଟ୍ରି ମାରିଲେ ବାବା ପାଟ୍ଟଶାଣୀ । କହିଲେ ଦଳ ଛାଡିବାର କାରଣ ଭି.କେ ପାଣ୍ଡିଆନ । କାଉଣ୍ଟର କରି ଏମିତି କହିଲେ ଲେନିନ୍‌ ।

author img

By ETV Bharat Odisha Team

Published : 10 hours ago

ନିଆଁରେ ଘିଅ ଢାଲିଲେ ପାଟ୍ଟଶାଣୀ; କହିଲେ ପାଣ୍ଡିଆନଙ୍କ ପାଇଁ ଛାଡିଥିଲେ ବିଜେଡି, ଜବାବ ରଖିଲେ ଲେନିନ
ନିଆଁରେ ଘିଅ ଢାଲିଲେ ପାଟ୍ଟଶାଣୀ; କହିଲେ ପାଣ୍ଡିଆନଙ୍କ ପାଇଁ ଛାଡିଥିଲେ ବିଜେଡି, ଜବାବ ରଖିଲେ ଲେନିନ (ETV Bharat Odisha)

ଭୁବନେଶ୍ବର: ସାଧାରଣ ଓ ବିଧାନସଭା ନିର୍ବାଚନରେ ବଡ଼ ବିପର୍ଯ୍ୟୟ ପରେ ‘ବିଜେଡ଼ି’ରେ ସବୁ କିଛି ଏବେ ଠିକ ନାହିଁ । ଭି.କେ ପାଣ୍ଡିଆନଙ୍କ ପ୍ରସଙ୍ଗରେ ଯେଉଁ ଅନ୍ତକନ୍ଦଳ ଥିଲା, ତାହା ଧିରେ ଧିରେ ବିସ୍ଫୋରଣ ହେବାରେ ଲାଗିଛି । ମୁହଁ ଖୋଲିବାରେ ଲାଗିଛନ୍ତି ଜଣେ ପରେ ଜଣେ ବରିଷ୍ଠ ନେତା । ଏହାରି ମଧ୍ୟରେ ଦଳର ପରିଚାଳନାଗତ ବ୍ୟବସ୍ଥାକୁ ଟାର୍ଗେଟ କରିଛନ୍ତି ଦଳରେ ଥିବା ଓ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଇଥିବା କିଛି ବରିଷ୍ଠ ନେତା । ଏହିକ୍ରମରେ ଆଜି ବିଜେଡି ଓ ପୂର୍ବତନ ନେତା ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଦଳର ଅନ୍ୟତମ ପୂର୍ବତନ ପ୍ରତିଷ୍ଠାତା-ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ ।

ପାଣ୍ଡିଆନ ହିଁ ପରାଜୟର କାରଣ:-

ନିଆଁରେ ଘିଅ ଢାଲିଲେ ପାଟ୍ଟଶାଣୀ; କହିଲେ ପାଣ୍ଡିଆନଙ୍କ ପାଇଁ ଛାଡିଥିଲେ ବିଜେଡି, ଜବାବ ରଖିଲେ ଲେନିନ (ETV Bharat odisha)

ବିଜେଡିର ବିପର୍ଯ୍ୟୟ ପାଇଁ ସେ ସିଧା ଭି.କେ ପାଣ୍ଡିଆନଙ୍କୁ ଦାୟୀ କରିବା ସହ ଏକାଧିକ ବିସ୍ଫୋରକ ଟିପ୍ପଣୀ କରିଛନ୍ତି । ସେ ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡିଥିଲେ । ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା ଓ ଯେପର୍ଯ୍ୟନ୍ତ ଦଳ ଆଖପାଖରେ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ‘ବିଜେଡି’ କ୍ଷମତାକୁ ଆସିବନାହିଁ ବୋଲି ସିଧାସଳଖ କହିଛନ୍ତି ବାବା ପାଟ୍ଟଶାଣୀ । କେବଳ ସେତିକି ନୁହେଁ, ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କ ମନ୍ତବ୍ୟକୁ ସେ ସମର୍ଥନ ମଧ୍ୟ କରିଛନ୍ତି । ଅନ୍ୟପଟେ ପ୍ରସନ୍ନ ପାଣ୍ଡିଆନଙ୍କ ନାଁ ଉଠେଇବାରୁ ଚିହିକି ଉଠିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

  • ପାଣ୍ଡିଆନଙ୍କ ପାଇଁ ଦଳ ଛାଡିଥିଲେ ବାବା ପ୍ରସନ୍ନ !

ପ୍ରସନ୍ନ ପାଟ୍ଟଶାଣୀ ହେଉଛନ୍ତି ‘ବିଜୁ ଜନତା ଦଳର’ ଜଣେ ପ୍ରତିଷ୍ଠାତା ସଦସ୍ୟ । ତେବେ ଚଳିତ ନିର୍ବାଚନର ଠିକ୍‌ ପରେ ପରେ ସେ ‘ବିଜେଡି’ ଛାଡି ‘ବିଜେପି’ରେ ସାମିଲ ହୋଇଥିଲେ । ଏବେ ନିର୍ବାଚନୀ ପରାଜୟ ଓ ବିଜେଡିରେ ପାଣ୍ଡିଆନଙ୍କ ଫ୍ୟାକ୍ଟରକୁ ନେଇ ବାବା ବଡ ବୟାନ ରଖିଛନ୍ତି । କହିଛନ୍ତି "ମୁଁ ବିଜେଡି ଲୋକ । ମୋ ଜନ୍ମ-ଜାତକରେ ବିଜେଡିରେ ମୋ ନାଁ ପଢିବେ । ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସିନଥାନ୍ତି । ବରିଷ୍ଠ ନେତା ଅମର ଶତାପଥି ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି । କିନ୍ତୁ ଭଲ ମନ୍ଦ କିଏ ବୁଝୁଛି, ମୋତେ ଦୁଃଖ ଲାଗୁଛି । ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ । ରାଜନୀତିରୁ ସନ୍ୟାସ ନେବେ ବୋଲି ପାଣ୍ଡିଆନ କହିଥିଲେ । ସେ ଭୁଲ ନା ସେ ବୁଝି ପାରୁଛନ୍ତି ନା ଆମେ ଦେଖି ପାରୁଛୁ ।"

  • ‘ ପାଣ୍ଡିଆନଙ୍କ ଯୋଗୁଁ ଲୋକପ୍ରିୟ ସରକାର ଚାଲିଗଲା ’

ପ୍ରସନ୍ନ ଆହୁରି ମଧ୍ୟ କହିଛନ୍ତି, "ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି । କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା । ବିଜେଡିରେ ତ କେହି ନବୀନଙ୍କ ବିରୋଧରେ କହୁ ନାହାନ୍ତି । ପାଣ୍ଡିଆନଙ୍କୁ କାହିଁ କହୁଛନ୍ତି । ଏବେ ନୂଆ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି । ରାଜନୀତି କରିବା ପାଇଁ ବହୁତ ଭଲ ଭଲ ଲୋକ ଅଛନ୍ତି । ପାଣ୍ଡିଆନ ପଛରେ ଧାଇଁଲେ କଣ ହେବ ? ଲୋକ ମାନେ ଯେଉଁ ଦଳକୁ ଫୋପାଡି ଦେଲେ ସେ ଦଳର କଣ ହେବ ? ମୁଁ ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି ।"

  • ପରିବାର ପାଇଁ 4 ଟିକେଟ ନମିଳିବାରୁ ପ୍ରସନ୍ନଙ୍କ ରାଗ :-

ପାଣ୍ଡିଆନଙ୍କୁ ନେଇ ବରିଷ୍ଠ ନେତା ପ୍ରସନ୍ନ ପଟ୍ଟଶାଣୀ ଦେଇଥିବା ମନ୍ତବ୍ୟକୁ ନେଇ ତାତି ଉଠିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି, "ପ୍ରସନ୍ନ ଆଜିକୁ ବର୍ଷ ତଳେ ଯେଉଁ ବ୍ୟକ୍ତିକୁ ପ୍ରଶଂସାରେ ସତମୁଖ ହେଉଥିଲେ, ଆଜି ତାଙ୍କ ବିରୋଧରେ କହୁଛନ୍ତି । ଏହାର ଅର୍ଥ ପ୍ରସନ୍ନ ଜଣେ ବରିଷ୍ଠ ନେତା ହୋଇ ମଧ୍ୟ କେତେବେଳେ କଣ କୁହନ୍ତି ସିଏ ନିଜେ ଜାଣନ୍ତି ନାହିଁ । ଯେତେବେଳେ ତାଙ୍କର ଭିଡିଓ ଭାଇରାଲ ହୋଇଥିଲା, ସେତେବେଳେ ଦଳ ତାଙ୍କୁ ବାହାର କରିଦେବା କଥା । କିନ୍ତୁ ମୁରବି ଦୁଷ୍ଟିକୋଣରୁ ପ୍ରସନ୍ନଙ୍କୁ ଦଳ ବାହାର କରିନଥିଲା । ନିର୍ବାଚନ ପୂର୍ବରୁ ତାଙ୍କ ପରିବାରକୁ 4 ଟି ଟିକେଟ ଦେବାକୁ ବାବା ଦାବୀ କରୁଥିଲେ । ବିଜେଡି ଏକ ଗଣତାନ୍ତ୍ରିକ ଦଳ ହୋଇଥିବାରୁ ଦାବୀକୁ ଗ୍ରହଣ କରିନଥିଲା । ଯଦି ଗୋଟିଏ ପରିବାରକୁ 4ଟି ଟିକେଟ ଦିଆଯିବ ତେବେ ଅନ୍ୟମାନେ କୁଆଡେ ଯିବେ ।"

ବିଜେଡି ଛାଡିବେ କି ଅମର ? ଶ୍ୱାସରୁଦ୍ଧ ହୋଇଥିଲେ ଦଳ ଛାଡନ୍ତୁ କହିଲେ ଲେନିନ, ବିଜେପି କହିଲା...

ଏହା ବି ପଢନ୍ତୁ- ନିଜ ଦଳର ପୋଲ୍‌ ଖୋଲିଲେ ବିଜେଡି ବିଧାୟକ ସୌଭିକ !

ଏହା ବି ପଢନ୍ତୁ- ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖାରେ ଜାଲିଆତି ! ରାଜଭବନ ଘେରିଲା ଛାତ୍ର କଂଗ୍ରେସ

  • ‘ପଟ୍ଟଶାଣୀଙ୍କୁ କ୍ଷମା କରିଦେଇଥିଲେ ନବୀନ ’: ଲେନିନ୍‌

ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ବାବୁ ମହାନିୟତା ପ୍ରସନ୍ନ ପଟ୍ଟଶାଣୀ ବାରମ୍ବାର ଭୁଲ ପରେ ମଧ୍ୟ ତାଙ୍କୁ କ୍ଷମା ଦେଇଥିଲେ । ତେଣୁ ପ୍ରସନ୍ନ ପଟ୍ଟଶାଣୀ କାହା କଥାରେ ଭାସି ନିଜର ରାଜନୈତିକ ଛବିକୁ ମଳିନ କରୁଛନ୍ତି । ରାଜ୍ୟରେ ବିଜେଡି ଏକ ଜନପ୍ରିୟ ଦଳ । ନବୀନ ପଟ୍ଟନାୟକ ଏବେବି ଲୋକଙ୍କ ମାନରେ ରହିଛନ୍ତି । ବିଜେଡି ଆଗକୁ ମଧ୍ୟ ସଂଖ୍ୟା ଗରିଷ୍ଠତାର ସହ ଶାସନ ଫେରିବ । କିନ୍ତୁ ଏଭଳି ରାଜନେତା ରାଜନୀତି ପାଇଁ ଶୁଭଙ୍କର ନୁହେଁ । ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇଯାଇଛନ୍ତି ବୋଲି ଘୋଷଣା କରିଛନ୍ତି । ତେଣୁ ତାଙ୍କ ନା ନେଇ ପ୍ରସନ୍ନ ପଟ୍ଟଶାଣୀ ରାଜନୈତିକ ମାଇଲେଜ ନେବାକୁ ଚାହୁଁଛନ୍ତି । ଏହା ଏକ ଶସ୍ତା ରାସ୍ତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.