ETV Bharat / politics

ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ହେଉଛି ନିର୍ବାଚନୀ ହିଂସା: ପ୍ରଦୀପ ପୁରୋହିତ - BJP ON POLL VIOLENCE

BJP Targets Pandian: ବିଜେଡି ନେତା ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲା ବିଜେପି । ହିଂସା ପଛରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ହାତ ଥିବା କହି ବର୍ଷିଛନ୍ତି ପ୍ରଦୀପ ପୁରୋହିତ ।

author img

By ETV Bharat Odisha Team

Published : May 27, 2024, 8:40 PM IST

BJP Targets Pandian
BJP Targets Pandian (ETV Bharat Odisha)

ଭୁବନେଶ୍ବର: ନିର୍ବାଚନୀ ହିଂସା ପ୍ରସଙ୍ଗ ଉଠାଇ ତାତିଲା ବିଜେପି । ହିଂସା ପଛରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ହାତ ଥିବା ନେଇ ଦଳ ଅଭିଯୋଗ ଆଣିଛି । ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି, "ପାଣ୍ଡିଆନଙ୍କ ପ୍ରରୋଚନାରେ ଓଡ଼ିଶାରେ ହେଉଛି ନିର୍ବାଚନୀ ହିଂସା । ଏବେ ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସାରା ଚାଲୁ ନାହିଁ । ଯାହା କରୁଛନ୍ତି ସବୁ ପାଣ୍ଡିଆନ କରୁଛନ୍ତି । ତାମିଲନାଡୁ ଭଳି ପାଣ୍ଡିଆନ ଓଡ଼ିଶାରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଛନ୍ତି ।’’ ଭିକେ ପାଣ୍ଡିଆନ ନେତା ନୁହଁନ୍ତି, ସେ ବିଜୁ ଜନତା ଦଳର ମାଲିକ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଦୀପ ।

BJP Targets Pandian (ETV Bharat Odisha)

ନିର୍ବାଚନୀ ହିଂସା ପଛରେ ପାଣ୍ଡିଆନ ଥିବା ନେଇ ଅଭିଯୋଗ ଆଣିଛି ବିଜେପି । ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆହୁରି କହିଛନ୍ତି, "ପାଣ୍ଡିଆନ ପ୍ରରୋଚନାରେ ଓଡ଼ିଶାରେ ନିର୍ବାଚନୀ ହିଂସା ହେଉଛି । ନବୀନ ବାବୁଙ୍କ ଇସାରାରେ ଆଉ ଚାଲୁନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିଲେ ଦୁଃଖ ଲାଗୁଛି । ହେଲେ ନବୀନ ବାବୁଙ୍କ ଛାଇ ହୋଇ ଯିଏ ନେତୃତ୍ୱ ନେଉଛନ୍ତି, ଯିଏକି ବିଜେଡିର ମାଲିକ ସାଜିଛନ୍ତି ସେ ଏଭଳି କରୁଛନ୍ତି । ଭିକେ ପାଣ୍ଡିଆନ ଚାହୁଁଛନ୍ତି ଓଡ଼ିଶାରେ ଆତଙ୍କରାଜ। କାରଣ ଏହା ଓଡ଼ିଶାର ସଂସ୍କୃତି ନୁହେଁ, ସେ ତାମିଲ ଚାଲିଚଳନର ପ୍ରଭାବ ଏଠାରେ ପକାଇବାକୁ ଚାହୁଁଛନ୍ତି । "

ଏହା ମଧ୍ୟ ପଢନ୍ତୁ...ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ, ସେହି ନ୍ୟାୟ ହେଉଛି: ବିଜେପି - Prasant Jagdev Arrest Issue

ଏହା ମଧ୍ୟ ପଢନ୍ତୁ...ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫକୁ ବିରୋଧ, ଖୋର୍ଦ୍ଧା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ବିଜେପି - Prashant Jagdev Arrest Case

"ତାମିଲ ଗୁଣ୍ଡା ଗର୍ଦ୍ଦି ଓଡି଼ଶାରେ ଲଗାଇବାକୁ ଚେଷ୍ଟା କରୁଛନ୍ତି ପାଣ୍ଡିଆନ । ବିଜେପି କର୍ମୀମାନଙ୍କୁ ମାରପିଟ୍ କରିବା, ପୋଲିସ ଲଗେଇ ଧମକ ଦେବା ଭଳି ଘଟଣା ଘଟୁଛି । ହେଲେ ତାମିଲ ଗୁଣ୍ଡାରାଜ ଓଡ଼ିଶାରେ କାମ ଦେବନାହିଁ । ସେମାନେ ଯେତେ ଚେଷ୍ଟା କଲେ ବି ବିଜେପି କର୍ମୀଙ୍କ ମନୋବଳ ଭାଙ୍ଗିପାରିବେନି । ବିଜେପି ସରକାର ଆସୁଛି । ୨୦୨୪ ନିର୍ବାଚନରେ ବିଜେଡି ଅଧିକ ଭୟଭୀତ ହୋଇଯାଇଛି । ସେଥିପାଇଁ ହାରିଯିବା ଭୟରେ ଏମିତି ହିଂସାକାଣ୍ଡ କରୁଛି ବିଜେଡି । ସେହିପରି ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଘଟଣା ନେଇ ମଧ୍ୟ ଅଭିଯୋଗ ଆଣିଛି ବିଜେପି । ପ୍ରଶାନ୍ତଙ୍କୁ ତୁରନ୍ତ ନିର୍ଦ୍ଦୋଷରେ ଖଲାସ କରାଯାଉ ବୋଲି ଦଳ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.