ETV Bharat / politics

'ଜନଜାତିର ବିକାଶ ପାଇଁ କଣ କରିଛି ବିଜେଡ଼ି': କାଳିରାମ ମାଝୀ - BJP Leader Kaliran Majhi - BJP LEADER KALIRAN MAJHI

BJP Leader Kaliran Majhi Called Press Meet: ଆଜି ଭୁବନେଶ୍ବରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ବିଜେପି ଉପରେ ବର୍ଷିଲେ ବିଜେପି ଜାତୀୟ ସାଧାରଣ ସମ୍ପାଦକ କାଳିରାମ ମାଝୀ । ଅଧିକ ପଢ଼ନ୍ତୁ

BJP Leader Kaliran Majhi Called Press Meet
BJP Leader Kaliran Majhi Called Press Meet (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 11:02 PM IST

BJP Leader Kaliran Majhi Called Press Meet (ETV Bharat Odisha)

ଭୁବନେଶ୍ବର: ଜନଜାତିଙ୍କ ବିକାଶ ପାଇଁ କଣ କରିଛି ବିଜେଡ଼ି ବୋଲି ପ୍ରଶ୍ନ କରିଛି ବିଜେପି । ଆଜି ଭୁବନେଶ୍ବ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଜାତୀୟ ସାଧାରଣ ସମ୍ପାଦକ କାଳିରାମ ମାଝୀ ଏହି ପ୍ରସଙ୍ଗରେ କହିଛନ୍ତି । ତେବେ ବିଜେଡ଼ି ପକ୍ଷରୁ ଦିଆଯାଉଥିବା ମନ୍ତବ୍ୟକୁ ଖଣ୍ଡନ କରି ବିଜେପି ସମ୍ମିଳନୀର ଆୟୋଜନ କରିଥିଲେ । ଯେଉଁଥିରେ କାଲିରାମ କହିଛନ୍ତି ଯେ, ବିଜେଡି ସବୁ ସମୟରେ ଆଦିବାସୀ ସରକାର ଚାପି ଦେବାକୁ ଚେଷ୍ଟା କରୁଛନ୍ତି । କେନ୍ଦ୍ରରେ ଥିବା ମୋଦି ସରକାର ଓଡ଼ିଶାରେ ଥିବା ଜନଜାତିଙ୍କ ବିକାଶ ପାଇଁ ୩ ହଜାର ୭୦୦ କୋଟି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଅର୍ଥରେ ହିଁ ଓଡ଼ିଶାରେ ଥିବା ଜନଜାତିଙ୍କ ବିକାଶ ହେଉଛି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଯାହା ଆଦିବସୀଙ୍କ ବିକାଶ ହୋଇଛି ତାହା କେନ୍ଦ୍ରୀୟ ଅନୁଦାନରେ କରାଯାଇଛି । ୧୫ ଜନଜାତିଙ୍କୁ ଆଦିବାସୀ ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟରେ ଥିବା ବିଜେଡି ସରକାର ଅନେକ ଆଦିବାସୀଙ୍କ ଜାତି ତାଲିକା ପଠେଇ ନଥିବାରୁ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳି ପାରୁ ନାହିଁ । ଓଡ଼ିଶାରେ ୬୪ ପ୍ରକାର ଜନଜାତି ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଟି ପ୍ରାଚୀନ ଆଦିବାସୀ ଅଛନ୍ତି । ତେବେ ତାଙ୍କ ବିକାଶ ପାଇଁ ୧୪୬.୩ କୋଟି ଟଙ୍କାର ଅନୁଦାନ ଆସିଥିବା କାଲିରାମ କହିଛନ୍ତି । ପ୍ରଧାନମନ୍ତ୍ରୀ ସେମାନଙ୍କୁ ସ୍ୱତନ୍ତ ସୁବିଧା ଦେବାକୁ ଯୋଜନା କରିଛନ୍ତି । ଆଦିବାସୀ ମଡେଲ ସ୍କୁଲ ହେଇଛି । ଆଦିବାସୀଙ୍କ ଲାଗି ଗବେଷଣା ପାଇଁ ଅନୁଦାନ ବ୍ୟବସ୍ଥା କରାଯାଇଛି ବୋଲି କାଲିରାମ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଓଡ଼ିଶାରେ ଉତ୍କଳର ଜଣେ ଭୂମିପୁତ୍ର ହେବ ମୁଖ୍ୟମନ୍ତ୍ରୀ: ଶାହ - Amit Shah In Sambalpur

ବିଜେଡି କେବଳ ଆଦିବାସୀଙ୍କ ବିକାଶ ନାଁରେ ମିଛ କହିଛି । ବାସ୍ତବିକ ଭାବରେ କେନ୍ଦ୍ରରେ ଥିବା ମୋଦି ସରକାର ହିଁ ଏ ଦିଗରେ ପଦକ୍ଷେପ ନେଇଛନ୍ତି ବୋଲି କାଲିରାମ କହିଛନ୍ତି । ବିଜେପି ସେମାନଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଜଳଯୋଗାଣ, ଦିଗରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଦଳ ହେବା ସତ୍ୱେ ଓଡିଶାର ଜଣେ ଆଦିବାସୀ ମହିଳା ଦୌପଦୀ ମୁର୍ମୁଙ୍କୁ ସମ୍ବିଧାନର ସର୍ବୋଚ୍ଚ ସ୍ଥାନରେ ଦେଇ ରାଷ୍ଟ୍ରପତି କରାଇଛନ୍ତି । ସେତିକି ନୁହେଁ ଆଦିବାସୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ୧୫ନଭେମ୍ବରକୁ ଜନଜାତୀୟ ଗୌରବ ଦିବସ ରୂପେ ୨୦୨୧ ମସିହାଠାରୁ ପାଳନ କରାଯାଉଛି । ଓଡ଼ିଶାର ଆଦିବାସୀ ସମାଜକୁ ମୋଦି ଯେଉଁ ଗୌରବ ଦେଇଛନ୍ତି ତାହା ଆଜି ପର୍ଯ୍ୟନ୍ତ କେହି ଦେଇନାହାନ୍ତି ବୋଲି କାଳିରାମ କହିଛନ୍ତି ।

ଜନଜାତିଙ୍କ ବିକାଶ କଥା ଚିନ୍ତାକଲେ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଯେଉଁ ସରକାର ଗଠନ ହୋଇଥିଲା ସେ ସମୟରେ ଜନଜାତିଙ୍କ ସ୍ୱତନ୍ତ୍ର ଅନୁଦାନ, ଆଦିବାସୀଙ୍କ କଳା, ସଂସ୍କୃତିକୁ ଉଜ୍ଜିବୀତ କରିବା ପାଇଁ ମନ୍ତ୍ରଣାଳୟ ଖୋଲାଯାଇଥିଲା । ଅଟଳ ବିହାରୀ ଯେଭଳି ଜନଜାତିଙ୍କ ବିକାଶ ପାଇଁ ଚିନ୍ତା କଲେ ସେଭଳି ଓଡ଼ିଶାର ଜଣେ ଆଦିବାସୀ ଲୋକ ଜୁଏଲ ଓରାମଙ୍କୁ ପ୍ରଥମ କରି ଅନୁଦାନ ମନ୍ତ୍ରଣାଳୟର ମନ୍ତ୍ରୀ କରିଥିଲେ । ଜୁଏଲ ଆଦିବାସୀଙ୍କ ବିକାଶ କରିବା ସହ ଆଦିବାସୀ ଭାଷାର ମାନ୍ୟତା କରାଇଥିବା କାଳିରାମ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.