ETV Bharat / politics

ବିଜେପିର CEC ବୈଠକ ଜାରି, 5ମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ଉପରେ ମାନସମନ୍ଥନ - BJP CEC meeting

BJP holds CEC meeting: ଦିଲ୍ଲୀରେ ଜାରି ରହିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । 5ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ନେଇ ମାନସ ମନ୍ଥନ ଜାରି । 4 ପର୍ଯ୍ୟାୟରେ ଦଳ ଏପର୍ଯ୍ୟନ୍ତ ଘୋଷଣା କରିସାରିଛି ମୋଟ 291 ପ୍ରାର୍ଥୀ । ଅଧିକ ପଢନ୍ତୁ

ଦିଲ୍ଲୀରେ ବିଜେପିର CEC ବୈଠକ ଜାରି, ପରବର୍ତ୍ତୀ ପ୍ରାର୍ଥୀ ଘୋଷଣା ଉପରେ ମାନସମନ୍ଥନ

author img

By ETV Bharat Odisha Team

Published : Mar 23, 2024, 10:18 PM IST

ନୂଆଦିଲ୍ଲୀ: ଲୋକସଭା ଓ 4ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହ ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବାରେ ଲାଗିଛନ୍ତି । ପୂର୍ବରୁ 4 ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ଭାରତୀୟ ଜନତା ପାର୍ଟିର ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ସମସ୍ତ ସଦସ୍ୟ ଓ ତମାମ ବରିଷ୍ଠ ନେତାମାନେ ସାମିଲ ହୋଇଛନ୍ତି ।

ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ଏହି ବୈଠକ ଏବେ ଜାରି ରହିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକଙ୍କ ସମେତ ପାର୍ଟିର ଏକାଧିକ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ ସାମିଲ ରହିଛନ୍ତି ।

ଦେଶରେ ଏପ୍ରିଲ 19 ତାରିଖରୁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହେବା ସହ ମୋଟ 7ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବାକୁ ଯାଉଛି । କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଏପର୍ଯ୍ୟନ୍ତ ମୋଟ 4ଟି ପର୍ଯ୍ୟାୟରେ 291ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ପ୍ରଥମ ପର୍ଯ୍ୟାୟରେ 195 ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ, ରାଜନାଥ ସିଂଙ୍କ ପରି ବଡ ନେତାଙ୍କ ନାମ ଘୋଷଣା କରିସାରିଛି ଦଳ । ଶେଷରେ ଜାରି କରାଯାଇଥିବା ତାଲିକାରେ ଦଳ ତାମିଲନାଡୁ ପାଇଁ 15 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଚଳିତ ଥର ଦଳ ଏକାକୀ 370ରୁ ଅଧିକ ଆସନ ଓ ‘ଏନଡିଏ’ ସହଯୋଗୀ ଦଳଙ୍କ ସମର୍ଥନରେ 400 ପାର କରିବାର ଲକ୍ଷ୍ୟ ସହ ନିର୍ବାଚନ ଲଢିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଭାରତ ସମେତ ବିଶ୍ବ ପାଳିଲା ‘ଆର୍ଥ ଆଓ୍ବାର ଡେ’: ଇଣ୍ଡିଆଗେଟରୁ ହାଓ୍ବଡା ବ୍ରିଜ୍‌... ଘଣ୍ଟାଏ ବନ୍ଦ ହେଲା ଲାଇଟ୍‌ - Earth Hour Day 2024

‘ମୋଦି ଗ୍ୟାରେଣ୍ଟି’ ନାମରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବ ଦଳ । ସେହିପରି ‘ଇଣ୍ଡିଆ’ ମେଣ୍ଟର ଅବସ୍ଥା ସେପରି ସୁଦୃଢ ସ୍ଥିତିରେ ଥିବା ପରି ଦୃଶ୍ୟମାନ ହେଉନି , କଂଗ୍ରେସ ବିଭିନ୍ନ ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ଭାଗଭଣ୍ଟା କରି ପ୍ରାର୍ଥୀ ଘୋଷଣା କରିବା ପ୍ରକ୍ରିୟା ଜାରି ରଖିଛି । ଦଳର ଷ୍ଟାରପ୍ରଚାରକ ରାହୁଲ ଗାନ୍ଧୀ ପୂର୍ବଥର ପରି କେରଳର ଓ୍ବାଇନାଡ ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଦଳର ପରବର୍ତ୍ତୀ ତାଲିକାରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ମଧ୍ୟ ପ୍ରକାଶ ପାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.