ETV Bharat / politics

'ପରାଜୟ ଭୟରେ ରକ୍ତମୁଖା ବିଜେଡି'; ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି - BJP Delegation Meet CEO

BJP Meet CEO: ବିଜେଡି ବିପୁଳ ପରାଜୟ ଆଡ଼କୁ ଅଗ୍ରସର ହେଉଥିବା ଜାଣିପାରି ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି କରିଥିବା ଅଭିଯୋଗ କରିଛି ବିଜେପି । ବିଶୃଙ୍ଖଳାକାରୀ, ଅପରାଧୀ ଓ ଟଙ୍କା ବଣ୍ଟାରେ ସମ୍ପୃକ୍ତ ବିଜେଡିର ଗୁଣ୍ଡାମାନଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ଆଜି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jun 1, 2024, 10:06 PM IST

BJP Meet CEO
BJP Meet CEO (ETV Bharat Odisha)

ଭୁବନେଶ୍ବର: ବିଜେଡି ହାରିବା ନିଶ୍ଚୟ ଜାଣିପାରି ବିଭିନ୍ନ ସ୍ଥାନରେ ହିଂସା, ମାରପିଟ୍ ଓ ବୁଥ୍ ରିଗିଙ୍ଗ୍ କରିବା ଭଳି ଅପଚେଷ୍ଟା କରିଛି । ଏଭଳି ସଙ୍ଗୀନ ଅଭିଯୋଗ କରିଛି ବିଜେପି । ଓଡିଶାରେ ବିଜେଡି ପକ୍ଷରୁ ପ୍ରାୟୋଜିତ ଆଜିର ନିର୍ବାଚନୀ ହିଂସା ପଶ୍ଚିମବଙ୍ଗକୁ ବଳିଯାଇଛି ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । ବିଶୃଙ୍ଖଳାକାରୀ, ଅପରାଧୀ ଓ ଟଙ୍କା ବଣ୍ଟାରେ ସମ୍ପୃକ୍ତ ବିଜେଡିର ଗୁଣ୍ଡାମାନଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ଆଜି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ।

BJP Meet CEO (ETV Bharat Odisha)

ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ଚଳିତ ନିର୍ବାଚନରେ ବିପୁଳ ପରାଜୟ ଆଡ଼କୁ ଅଗ୍ରସର ହେଉଥିବା ଜାଣିପାରି ବିଭିନ୍ନ ପ୍ରକାର ଅନୈତିକ ପନ୍ଥା ଆପଣାଇଛି ବିଜେଡି । ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ଓଡିଶାର ଜନସାଧାରଣମାନେ ବିଜେପିର ପ୍ରାର୍ଥୀମାନଙ୍କୁ ବିପୁଳ ପରିମାଣରେ ଭୋଟ ଦେଇଛନ୍ତି । ସେହି ସମୟରେ ମଧ୍ୟ ବିଜେଡି ଏଭଳି ହିଂସାତ୍ମକ ପନ୍ଥା ଆପଣାଇଥିଲା । କିନ୍ତୁ ବାଲାଟ୍ ମାଧ୍ୟମରେ ଓଡିଶାର ଜନସାଧାରଣ ଏହାର ଦୃଢ ଜବାବ୍ ଦେଇଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ବିଜେଡି ହାରିବା ନିଶ୍ଚୟ ଜାଣିପାରି ବିଭିନ୍ନ ସ୍ଥାନରେ ହିଂସା, ମାରପିଟ୍ ଓ ବୁଥ୍ ରିଗିଙ୍ଗ୍ କରିବା ଭଳି ଅପଚେଷ୍ଟା କରିଛି । ଔଷଧ ବିକଳରେ ତାଟିଆ କାମୁଡିବା ନ୍ୟାୟରେ ଗୁଣ୍ଡାଗର୍ଦ୍ଦି କରି କେଉଁଠି ଭୋଟରଙ୍କୁ ତ କେଉଁଠି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛି । ଏପରିକି ହତ୍ୟା କରିବାକୁ ପଛଘୁଞ୍ଚା ଦେଇନାହାଁନ୍ତି ।"

ସେ ଆହୁରି କହିଛନ୍ତି, "ଦୀର୍ଘ ୨୫ ବର୍ଷ ଧରି ଶାସନରେ ଥିବା ବିଜେଡି ହାରିବା ଭୟରେ ନିର୍ବାଚନର ଫଳାଫଳକୁ ନିଜ ସପକ୍ଷରେ ନେବା ପାଇଁ ହିଂସା ଭଳି ଅପଚେଷ୍ଟା ଚଳାଇଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ହାରୁଥିବା ଦଳ ହିଁ ହିଂସାର ଆଶ୍ରୟ ନେଇଥାଏ । ନିର୍ବାଚନ ଚାଲିଥିବା ସମୟରେ ବିଜେଡିର ଗୁଣ୍ଡାମାନେ ବିଜେପି କର୍ମୀଙ୍କୁ ଅନେକ ସ୍ଥାନରେ ମାରଣାସ୍ତ୍ର ଦ୍ବାରା ଆକ୍ରମଣ କରିଛନ୍ତି, ଯାହା ଗଣତନ୍ତ୍ର ପ୍ରତି ବିପଦ । ପରାଜୟ ଭୟରେ ରକ୍ତମୁଖା ସାଜିଛି ବିଜେଡି ।" ଓଡିଶାରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାୟୋଜିତ ଆଜିର ନିର୍ବାଚନୀ ହିଂସା ପଶ୍ଚିମବଙ୍ଗକୁ ବଳିଯାଇଛି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମତଦାନ ବେଳେ ହିଂସା, କେନ୍ଦ୍ରାପଡା ବିଜେପି ସଭାପତିଙ୍କୁ ଛୁରା ମାଡ଼ - Poll Violence in Kendrapara

ବିଜେପି ଅଭିଯୋଗ ମୁତାବକ ସାଲେପୁର ବିଧାନସଭାର ୧୮୪ ଓ ୧୮୫ ନଂ ବୁଥରେ ବିଜେପି ବୁଥ୍ ଏଜେଣ୍ଟ୍ ସଞ୍ଜୟ ରାଉତ ଓ କାର୍ଯ୍ୟକର୍ତ୍ତା ଅଭିଷେକ ପଣ୍ଡାଙ୍କୁ ବିଜେଡିର ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି । ବରୀ ବିଧାନସଭାର ୧୬୦, ୧୭୦ ଓ ୧୮୩ ନଂ ବୁଥରେ ପୋଲିଂ ଏଜେଣ୍ଟ୍‌ଙ୍କୁ ଆକ୍ରମଣ, ଧର୍ମଶାଳା ବିଧାନସଭାର ୨୨୫ ଓ ୨୨୬ ନଂ ବୁଥ୍‌, କୋରେଇ ବିଧାନସଭାର ୧୮୫ ଓ ୧୮୬ ନଂ ବୁଥ୍‌ରେ ପୋଲିଂ ଏଜେଣ୍ଟ୍ ଦିଲ୍ଲୀପ ରଥଙ୍କୁ ଆକ୍ରମଣ, ଚାନ୍ଦବାଲି ବିଧାନସଭାର ୭୯, ୮୫ ନଂ ବୁଥରେ ବୁଥ୍ ରିଗିଙ୍ଗ୍ ଓ କେନ୍ଦ୍ରାପଡା ବିଧାନସଭାର ୩୫ ନଂ ବୁଥରେ ବିଜେପି କାର୍ଯ୍ୟକର୍ତ୍ତା ରଶ୍ମୀରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜୁ ଜନତା ଦଳର ଗୁଣ୍ଡାମାନେ । ଏହିପରି ଆହୁରି ଅନେକ ଜାଗାରେ ବିଜୁ ଜନତା ଦଳର ଗୁଣ୍ଡା କର୍ମୀମାନେ ବିଶୃଙ୍ଖଳା କରି ଆଇନକୁ ହାତକୁ ନେବାର ପ୍ରମାଣ ରହିଥିବା ଦର୍ଶାଇଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ସାଲେପୁରରେ ନିର୍ବାଚନୀ ହିଂସା, ବିଜେପି କର୍ମୀଙ୍କୁ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ - BJP workers attacked in Salepur

ସେହିପରି କୋରେଇ ବିଧାନସଭାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଏବଂ ପୂର୍ବତନ ସରପଞ୍ଚ ରମେଶ ଶାହ, ଜିପିଏଲ୍‌ଏଫ୍‌ ସଭାପତି ଭାନୁମତି ସେନାପତି ମହିଳା ଭୋଟର ଓ ଏସ୍‌ଏଚ୍‌ଜି ଗ୍ରୁପ ସଦସ୍ୟାମାନଙ୍କୁ ଟଙ୍କା ବାଣ୍ଟିବାର ପ୍ରମାଣ ଓ ଭିଡିଓ ଚିତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ସମସ୍ତ ବିଶୃଙ୍ଖଳାକାରୀ ଅପରାଧୀ ଓ ଟଙ୍କା ବଣ୍ଟାରେ ସମ୍ପୃକ୍ତ ବିଜୁ ଜନତା ଦଳର ଗୁଣ୍ଡା ନେତାମାନଙ୍କ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ବରେ ଆଜି ବିଜେପିର ପ୍ରତିନିଧିମଣ୍ଡଳି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ବାଳ, ରାଜ୍ୟ ପ୍ରବକ୍ତା ସତରୂପା ମିଶ୍ର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ସୁଜିତ୍‌ କୁମାର ଦାସ ଓ ରାଜ୍ୟ ନିର୍ବାଚନ ସେଲ୍‌ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.