ETV Bharat / politics

ସରିଲା ବିଜେପିର CEC ବୈଠକ; ଖୁବଶୀଘ୍ର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା - BJP CEC Meeting

BJP CEC Meeting: ଶେଷ ହେଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଲୋକସଭା ନିର୍ବାଚନ ପାଇଁ ଖୁବଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ହୋଇପାରେ ଘୋଷଣା । ଅଧିକ ପଢନ୍ତୁ

Lok Sabha Polls
BJP CEC Meeting
author img

By ETV Bharat Odisha Team

Published : Mar 12, 2024, 7:44 AM IST

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ସରଗରମ ଦେଶର ରାଜନୈତିକ ସ୍ଥିତି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି । 7 ରାଜ୍ୟର 90ଟି ଆସନରେ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ । ସୋମବାର ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବସିଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଦ୍ବିତୀୟ ପ୍ରାର୍ଥୀ ତାଲିକାରେ କାହାକୁ ମିଳିବ ଟିକେଟ ଓ କାହାର କଟିବ ତା' ଉପରେ ସମସ୍ତଙ୍କ ନଜର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବସିଥିଲା ବିଜେପିର ସିଇସି ବୈଠକ । ବିଳମ୍ବିତ ରାତିରେ ବୈଠକ ଶେଷ ହୋଇଥିଲା । ଲୋକସଭା ନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପାଇଁ 7ଟି ରାଜ୍ୟର ପ୍ରାୟ 90 ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇଛି । ଖୁବଶୀଘ୍ର ଦଳ ପକ୍ଷରୁ ଏନେଇ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ପ୍ରାର୍ଥୀ ଚୟନ କସରତ; ଆଜି ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ । ଏଥିସହ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରହ୍ଲାଦ ଯୋଶୀ, ନିତ୍ୟାନନ୍ଦ ରାୟ, ସୁଶୀଲ ମୋଦି, ମଧ୍ୟପ୍ରଦେଶର ସିଏମ୍ ମୋହନ ଯାଦବ, ଡେପୁଟି ସିଏମ ରାଜେନ୍ଦ୍ର ଶୁକ୍ଲା ଏବଂ ଗୁଜୁରାଟର ସିଏମ୍ ଭୁପେନ୍ଦ୍ର ପଟେଲ ମଧ୍ୟ ବୈଠକରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-195 ପ୍ରାର୍ଥୀ ଦେଲା ବିଜେପି: ପ୍ରଥମ ପାଳିରେ କେଉଁ ରାଜ୍ୟରୁ କେତେ

ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ, ବିହାର, ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନାର ଲୋକସଭା ଆସନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ତେବେ ବିହାର, ତାମିଲନାଡୁ ଏବଂ ଓଡ଼ିଶାରେ ମେଣ୍ଟ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ରାଜ୍ୟଗୁଡିକ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାରେ ବିଳମ୍ବ ହୋଇପାରେ । ଲୋକସଭା ନିର୍ବାଚନ ପାଇଁ ବିଜେପି ତା'ର ପ୍ରଥମ ପ୍ରାର୍ଥୀ ତାଲିକା ମାର୍ଚ୍ଚ 2 ତାରିଖରେ ଜାରି କରିଥିଲା । 18 ରାଜ୍ୟରେ 195 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ଏଥିରେ 34 ଜଣ କେନ୍ଦ୍ରମନ୍ତ୍ରୀ ରହିଥିବାବେଳେ 2 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.