ETV Bharat / politics

ଜିତୁ ଜିତୁ ହାରିଗଲେ ଜଗନ୍ନାଥ, ମାତ୍ର 37 ଖଣ୍ଡ ଭୋଟ... - Jagannath Pradhan Loses

author img

By ETV Bharat Odisha Team

Published : Jun 5, 2024, 8:26 PM IST

Bhubaneswar Central Assembly Result: ଭୁବନେଶ୍ବର-ମଧ୍ୟ ନିର୍ବାଚନ ମଣ୍ଡଳୀରେ ମାତ୍ର 37 ଖଣ୍ଡ ଭୋଟରେ ହାରିଗଲେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ଅଧିକ ପଢ଼ନ୍ତୁ

ଜିତୁ ଜିତୁ ହାରିଗଲେ ଜଗନ୍ନାଥ
ଜିତୁ ଜିତୁ ହାରିଗଲେ ଜଗନ୍ନାଥ (ETV Bharat Odisha)

ଭୁବନେଶ୍ବର: ହାତ ପାହାନ୍ତାରୁ ଖସିଗଲା ଆସନ । ମାତ୍ର ଅଳ୍ପ କିଛି ଖଣ୍ଡ ଭୋଟ । ଜିତୁଜିତୁ ହାରିଗଲେ ବିଜେପି ବିଧାୟକ ପ୍ରାର୍ଥୀ । ରାଜ୍ୟରେ ଗତକାଲି (ମଙ୍ଗଳବାର) 2024 ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଭୁବନେଶ୍ବର-ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ମାତ୍ର 37 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଛନ୍ତି ।

ଭୁବନେଶ୍ବର-ମଧ୍ୟ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ତେବେ ଅନନ୍ତଙ୍କ ଠାରୁ ମାତ୍ର 37 ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । 37 ଖଣ୍ଡ ଭୋଟରେ ପରାଜିତ ହେବା ପରେ ପ୍ରତିକ୍ରିୟା ରଖି ଜଗନ୍ନାଥ ପ୍ରଧାନ କହିଛନ୍ତି, "କମ୍ ଭୋଟରେ ହରାଇଥିବାରୁ ଦୁଃଖ ଲାଗୁଛି । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସୁଥିବାରୁ ଖୁସି ଲାଗୁଛି । ଆଗକୁ ଲୋକଙ୍କ ପାଇଁ ସେବା ଜାରି ରଖିବି । ମଧ୍ୟ ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ଏତେ ସ୍ନେହ ଶ୍ରଦ୍ଧା ହେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।

ତେବେ ଗତକାଲି ଭୋଟ ଗଣତି ପରେ ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଜଗନ୍ନାଥ ପ୍ରଧାନଙ୍କ ଠାରୁ ବିଜୟ ଲାଭ କରିଥିଲେ । ପ୍ରଥମେ 134 ଖଣ୍ଡ ଭୋଟରେ ଜଗନ୍ନାଥ ପ୍ରଧାନ ହାରିଗଲେ ବୋଲି ଚର୍ଚ୍ଚା ହୋଇଥିଲା । ପରେ ଜଗନ୍ନାଥ ମାତ୍ର 37 ଖଣ୍ଡ ଭୋଟରେ ହାରିଥିବବା ନେଇ ଫଳ ଆସିଥିଲା । ଜଗନ୍ନାଥ ପୁଣିଥରେ ଭୋଟ ଗଣତି ପାଇଁ ବିଜେବି କଲେଜ ସ୍ଥିତ ଗଣତି କେନ୍ଦ୍ରରେ ପହଞ୍ଚି ଗଣତି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପ୍ରାୟ 2 ଘଣ୍ଟା ଆଲୋଚନା ପରେ ମଧ୍ୟ ଜଗନ୍ନାଥଙ୍କୁ ନିରାସ ହେବାକୁ ପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...21ରୁ 20 ପୋଛି ନେଲା ବିଜେପି, ଗୋଟିଏ କ୍ଲିକ୍‌ରେ ଜାଣନ୍ତୁ କେଉଁ ଆସନରେ କେତେ ଭୋଟ ବ୍ୟବଧାନରେ କିଏ ଜିତିଲେ - Odisha Lok Sabha Election Results 2024

ଭୁବନେଶ୍ୱରରେ ତିନୋଟି ସିଟରେ ବିଜେପି ବିଜେଡି ମଧ୍ୟରେ କଡ଼ା ଲଢେଇ ହୋଇଥିଲା । ଭୁବନେଶ୍ୱର ଏକାମ୍ରରେ ବିଜେଡି ଭେଟେରାନ ଅଶୋକ ପଣ୍ଡାଙ୍କୁ ହରାଇ ବିଜେପିର ବାବୁ ସିଂହ ବିଜୟୀ ହୋଇଛନ୍ତି । ଭୁବନେଶ୍ୱର ମଧ୍ୟ ଏବଂ ଭୁବନେଶ୍ୱର ଉତ୍ତରରେ ବିଜେଡିର ବିଜୟ ହୋଇଛି । ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀରେ 2019ରେ ଜଗନ୍ନାଥ ପ୍ରଧାନଙ୍କ ସହ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ କଡା ଟକ୍କର ହୋଇଥିଲା । 12 ହଜାର ଭୋଟରେ ଜଗନ୍ନାଥ ପ୍ରଧାନ ଅନନ୍ତଙ୍କ ଠାରୁ ହାରିଥିଲେ । ଚଳିତ ନିର୍ବାଚନରେ ଜଗନ୍ନାଥ ପ୍ରଧାନଙ୍କ ସହ ଅନନ୍ତ ନାରାୟଣ ଜେନାଙ୍କ ବିଗ ଫାଇଟ ହୋଇଥିଲା । ଶେଷରେ ଖୁବ କମ୍‌ ଭୋଟ ବ୍ୟବଧାନରେ ଅନନ୍ତଙ୍କ ଠାରୁ ହାରିଛନ୍ତି ଜଗନ୍ନାଥ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.