ଭୁବନେଶ୍ବର: ୩ଟି ଭିନ୍ନ ଭିନ୍ନ ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ରାଜନୈତିକ ଫାଇଦା ପାଇଁ ସରକାରୀ କଳକୁ ଶାସକ ଦଳ ଅପବ୍ୟବହର କରୁଥିବା ଅଭିଯୋଗ ଆଣିଛି ବିଜେପି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ଐଶ୍ବର୍ଯ୍ୟା ବିଶ୍ବାଳ କହିଛନ୍ତି, "ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଡ଼ାକି ବୈଠକ କରିଛନ୍ତି । କିନ୍ତୁ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା କଥା ନୁହେଁ । ପୂର୍ବରୁ ମଧ୍ୟ ସରକାରୀ ଅଫିସର ଏବଂ ମହିଳା ସ୍ବୟଂ ସହାୟକମାନଙ୍କୁ ଭୋଟ ପାଇଁ ଅପବ୍ୟବହାର କରେ ବିଜେଡି ।"
ସେ ଆହୁରି ମଧ୍ୟ କହିଛନ୍ତି, "ରାଜନୈତିକ ଫାଇଦା ପାଇଁ ସରକାରୀ କଳକୁ ଅପବ୍ୟହର କରୁଛି ଶାସକ ଦଳ । ନିର୍ବାଚନ ଆଚରଣ ବିଧି ଲାଗୁ ପରେ ମଧ୍ୟ ଶାସକ ଦଳ ଏହାକୁ ମାନୁନାହାନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା କଥା ନୁହେଁ । ପୂର୍ବରୁ ମଧ୍ୟ ସରକାରୀ ଅଫିସର ଏବଂମହିଳା ସ୍ବୟଂ ସହାୟକମାନଙ୍କୁ ଭୋଟ ପାଇଁ ଦଳ ଅପବ୍ୟବହାର କରୁଥିବାର ନଜିର ରହିଛି ।" ଏହାସହ ନିର୍ବାଚନ ସମୟରେ ବେଆଇନ ମଦ କାରବାର ଉପରେ ରୋକ ଲଗାଯାଉ ବୋଲି ଦାବି କରିଛି ବିଜେପି । "ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବେଆଇନ ଭାବେ ମଦ ଦୋକାନ ଲାଇସେନ୍ସ ଦିଆନଯାଉ । ବିଜେଡ଼ି ଏଥିରୁ ନିବୃତ୍ତ ରହୁ । ମଦ ଦେଇ ପ୍ରଲୋଭନ ଦେଖାଇ ରାଜନୈତିକ ଦଳ ମାନେ ଭୋଟ କିଣିବାର ଅନେକ ନଜିର ରହିଛି", ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ...ଆଉ ବାପିଙ୍କୁ ଟିକେଟ୍ ଦେବନି କଂଗ୍ରେସ: ଜିଲ୍ଲା ସଭାପତି - Oppose To Bapi Sarkhel
ଏହା ମଧ୍ୟ ପଢନ୍ତୁ...ବାଜିଲା ନିର୍ବାଚନ ବିଗୁଲ, ଲାଗୁ ହେଲା ଆଚରଣ ସଂହିତା; ଜାଣନ୍ତୁ କଣ ଏହି କଟକଣା
ସେହିପରି କଟକ ଲୋକସଭା କ୍ଷେତ୍ରରେ କିଛି ଅଫିସରଙ୍କର ଏବେ ଯାଏଁ ବଦଳି କରାଯାଇନାହିଁ ବୋଲି ଅଭିଯୋଗ କରିଛି ଦଳ । 6 ବର୍ଷରୁ ଅଧିକ ସମୟ ହେଲା ଅଫିସରମାନେ ଗୋଟିଏ ସ୍ଥାନରେ ନିୟୋଜିତ ଅଛନ୍ତି । 2019ରେ ଯେଉଁ ଅଫିସରମାନେ ଥିଲେ, ସେମାନେ ବର୍ତ୍ତମାନ ମଧ୍ୟ ଅଛନ୍ତି । ତେଣୁ ସେହି ଅଫିସରମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଉ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି ବିଜେପି ।
ଇଟିଭି ଭାରତ, ଭୁବନେଶ୍ବର