ETV Bharat / politics

ରାଜ୍ୟରେ ସୁଦୃଢ ହୋଇଛି ପରିବହନ ସେବା ଭିତ୍ତିଭୂମି, ୧୦ ବର୍ଷରେ ୧୪୧୫ ବିଜୁ ସେତୁ ନିର୍ମାଣ - ପରିବହନ ସେବା ଭିତ୍ତିଭୂମି

BJD Press Meet: ବିଜୁ ସେତୁ ଯୋଜନାରେ ଗତ ୧୦ ବର୍ଷରେ ୧୪୧୫ ବ୍ରିଜ ନିର୍ମାଣ ହୋଇଛି । ପୁରୀ, ଖୋର୍ଦ୍ଧା, ଖୋର୍ଦ୍ଧା, କଟକ ଓ ଭୁବନେଶ୍ବରକୁ ମେଟ୍ରୋ ସଂଯୋଗ ପାଇଁ ଯୋଜନା କରାଯାଇଛି । ବିଜେଡି ଜାତୀୟ ମୁଖପାତ୍ର ଡଃ ସଂତୃପ୍ତ ମିଶ୍ର ଏନେଇ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟରେ ସୁଦୃଢ ହୋଇଛି ପରିବହନ ସେବା ଭିତ୍ତିଭୂମି, ୧୦ ବର୍ଷରେ ୧୪୧୫ ବିଜୁ ସେତୁ ନିର୍ମାଣ

author img

By ETV Bharat Odisha Team

Published : Mar 5, 2024, 7:18 AM IST

ରାଜ୍ୟରେ ସୁଦୃଢ ହୋଇଛି ପରିବହନ ସେବା ଭିତ୍ତିଭୂମି, ୧୦ ବର୍ଷରେ ୧୪୧୫ ବିଜୁ ସେତୁ ନିର୍ମାଣ

ଭୁବନେଶ୍ବର: ରାଜ୍ୟରେ ସୁଦୃଢ ହୋଇଛି ପରିବହନ ବ୍ୟବସ୍ଥା । ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି । ବିଜୁ ସେତୁ ଯୋଜନାରେ ଗତ ୧୦ ବର୍ଷରେ ୧୪୧୫ ବ୍ରିଜ ନିର୍ମାଣ ହୋଇଛି । ସେହିପରି ମାଓ ପ୍ରଭାବିତ ଅଞ୍ଚଳରେ ୬୦୨ କିମି ରାସ୍ତା ନିର୍ମାଣ ହୋଇଛି । ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେଡି ଜାତୀୟ ମୁଖପାତ୍ର ଡଃ ସଂତୃପ୍ତ ମିଶ୍ର । ଦଳର ଅନ୍ୟତମ ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ମଧ୍ୟ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ବିଜେଡି ଜାତୀୟ ମୁଖପାତ୍ର ଡଃ ସଂତୃପ୍ତ ମିଶ୍ର କହିଛନ୍ତି, "ରାଜ୍ୟରେ ରାଜ୍ୟ ରାଜପଥ ୪୧୨୪ କିମି, ଜିଲ୍ଲା ମୁଖ୍ୟ ରାସ୍ତା ୨୬୩୧ କିମି ଓ ଜିଲ୍ଲାର ଅନ୍ୟ ରାସ୍ତା ୧୮୮୦୯ କିମି ରହିଛି । ରାଜ୍ୟରେ ବିଜୁ ଏକ୍ସପ୍ରେସ ୱେ ଉତ୍ତର ଦକ୍ଷିଣ କରିଡରରେ ୬୩୮ କିମି ନିର୍ଦ୍ଧାରିତ ରାସ୍ତାରୁ ୬୩୫ କିମି ତିଆରି ସମ୍ପୂର୍ଣ୍ଣ ହୋଇଛି । ସେହିପରି ବିଗତ ଚାରିରୁ ପାଞ୍ଚ ବର୍ଷରେ ୨୦୪ ବ୍ରିଜ ନିର୍ମାଣ ହୋଇଛି । ଏହା ସହ ୧୩ ରୋଡ଼ ଓଭରବ୍ରିଜ, ୧୨ ଚେକ ଡ୍ୟାମ ଓ ୮୨୦୭ କିମି ରାସ୍ତାର ଉନ୍ନତି କରଣ ହୋଇଛି । ଗତ ଏକ ଦଶନ୍ଧିରେ ବିଜୁ ସେତୁ ଯୋଜନାରେ ୧୪୧୫ ବ୍ରିଜ ନିର୍ମାଣ ହୋଇଛି ।"

ଏହା ମଧ୍ୟ ପଢନ୍ତୁ... ନୂଆ ନେତା ସୃଷ୍ଟି କରିବାରେ ବିଜେପି ଅସମର୍ଥ: ବିଜେଡି

ସେ ଆହୁରି ମଧ୍ୟ କହିଛନ୍ତି, "ନେତାଜୀ ସୁବାଷ ବୋଷଙ୍କ ନାଁ'ରେ କଟକ ଓ ବାବା ସାହେବ ଆମ୍ବେଦକରଙ୍କ ନାମରେ ଭୁବନେଶ୍ବରରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ହୋଇଛି । ବିମାନ ବନ୍ଦର ଭିତ୍ତିଭୂମି କ୍ଷେତ୍ରରେ ମାଲକାନଗିରି ଓ ରଙ୍ଗେଇଲୁଣ୍ଡା ନିର୍ମାଣ ହୋଇଛି । ଭୁବନେଶ୍ବର ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବେ ରୂପାନ୍ତିକରଣ କରାଯାଇଛି । ସେହିପରି ୧୪୨୭୭ ପ୍ରକଳ୍ପ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇଛି । ଅନ୍ୟପଟେ ୫ ମହାନଗର ସମେତ ୧୦୯ଟି ନଗରରେ ଶତ ପ୍ରତିଶତ ନଳ ଯୋଗେ ପାନୀୟ ଜଳ ଯୋଗାଣ ହୋଇଛି ।"

ସେହିପରି କୃଷି ଭିତ୍ତିଭୂମି କ୍ଷେତ୍ରରେ ବଲାଙ୍ଗୀରରେ ଲୋୟର ସୁକତେଲ, ବରଗଡ଼ରେ ଗଙ୍ଗାଧର ମେହର ଲିଫ୍ଟ ଇରିଗେସନ, ସମ୍ବଲପୁରରେ ହଳଦିଆ ଡ୍ୟାମ ଇତ୍ୟାଦି ନିର୍ମାଣ ହୋଇଛି । କ୍ରୀଡା ଭିତ୍ତିଭୂମି କ୍ଷେତ୍ରରେ ସର୍ବ ବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର ଓ ଏସିଆର ସର୍ବ ବୃହତ ଇଣ୍ଡୋର ଆଥଲେଟିକ କେନ୍ଦ୍ର ନିର୍ମାଣ ହୋଇଛି । ସେହିପରି ୨୦ ହକି ପ୍ରଶିକ୍ଷଣ କେନ୍ଦ୍ର ନିର୍ମିତ ହୋଇଛି । ଗମନାଗମନ ପାଇଁ ଲଷ୍ମୀ ବସର ସୁବିଧା କରାଯାଇଛି । ପୁରୀ, ଖୋର୍ଦ୍ଧା, ଖୋର୍ଦ୍ଧା, କଟକ ଓ ଭୁବନେଶ୍ବରକୁ ମେଟ୍ରୋ ସଂଯୋଗ ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟର ଐତିହ୍ୟ ପାଇଁ ମଧ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ପୁରୀ ପରିକ୍ରମା ପ୍ରକଳ୍ପ କରାଯାଇଛି । ରାଜ୍ୟରେ ଡିଜିଟାଲ ବ୍ୟବହାର ବୃଦ୍ଧି ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.