ETV Bharat / politics

ଖଣ୍ଡପଡାରେ ବିଜେଡିର ପାୱାର ସୋ'; ୧୦ ହଜାର କର୍ମୀଙ୍କୁ ନେଇ ଶକ୍ତି ଦେଖାଇଲେ ସାବିତ୍ରୀ ପ୍ରଧାନ - BJD Power Show in Khandapada

BJD Power Show in Khandapada: ଖଣ୍ଡପଡ଼ାରେ ବିଜୟଧାରା ଜାରି ରଖିବାକୁ ଆପ୍ରାଣ ଉଦ୍ୟମ କରୁଛି ବିଜେଡି । ଆଜି ଭାପୁରରେ ୧୦ ହଜାରରୁ ଅଧିକ କର୍ମୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ଖଣ୍ଡପଡା ବିଧାୟିକା ପ୍ରାର୍ଥିନୀ ସାବିତ୍ରୀ ପ୍ରଧାନ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 11, 2024, 6:59 PM IST

BJD Power Show in Khandapada
BJD Power Show in Khandapada (ETV Bharat Odisha)

ନୟାଗଡ଼: ନିର୍ବାଚନ ଯେତିକି ପାଖେଇ ଆସୁଛି, ସମସ୍ତ ନିର୍ବାଚନ ମଣ୍ଡଳୀରେ ରୋଚକ ହେବାରେ ଲାଗିଛି ଲଢ଼େଇ । ପ୍ରଚାର ମୈଦାନରେ ବଳ କଷୁଛନ୍ତି ସମସ୍ତ ପ୍ରାର୍ଥୀ । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ନେଇ ରାଲି ଓ ସଭାର ଆୟୋଜନ କରିଛନ୍ତି । ଏଭଳି ସ୍ଥିତିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳର ରାଜନୀତି ଦିନକୁ ଦିନ ଭିନ୍ନ ମୋଡ ନେବାରେ ଲାଗିଛି । ଗୋଟିଏ ପଟେ ଟିକଟ ନପାଇ ହେଭିୱେଟ୍‌ ଅନୁଭବ ପଟ୍ଟନାୟକ ସ୍ବାଧୀନ ଲଢ଼ୁଥିବାବେଳେ ବିଜେଡିର କଟକ ସାଂସଦ ପ୍ରାର୍ଥୀ ଓ ଖଣ୍ଡପଡା ବିଧାୟିକା ପ୍ରାର୍ଥୀଙ୍କ ଉପସ୍ଥିତିରେ ପ୍ରାୟ ୧୦ ହଜାର କର୍ମୀଙ୍କୁ ନେଇ ବିଜେଡି ଶକ୍ତି ପ୍ରଦର୍ଶନ କରିଛି ।

ଆଜି ଏକ ବିଶାଳ ଶୋଭାଯାତ୍ରାରେ ଭାପୁର ହନୁମାନ ମନ୍ଦିରରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ କର୍ମୀ ବାହାରି ଖେଳ ପଡିଆ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଥିଲା । ସେଥିରେ ବିଜେଡିର କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ଖଣ୍ଡପଡା ବିଧାୟିକା ପ୍ରାର୍ଥିନୀ ସାବିତ୍ରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ବିବରଣୀ ରଖିଥିଲେ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର । ଏହା ସହିତ କିଭଳି ପୁଣିଥରେ କଟକ ଲୋକସଭା ଓ ଖଣ୍ଡପଡ଼ା ବିଧାନସଭା କ୍ଷେତ୍ରରେ ବିଜେଡି ଜିତିବ ସେଥିପାଇଁ ସମସ୍ତଙ୍କୁ ଭୋଟ ଭିକ୍ଷା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଟିକଟ ଘୋଷଣା ପରେ ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ, ଇସ୍ତଫାରେ ଲେଖିଲେ ମନର ବ୍ୟଥା - ANUBHAV PATNAIK Quits BJD

ସେହିଭଳି ରାଜ୍ୟରେ ମହିଳାମାନଙ୍କୁ ଦିଆଯାଇଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ କହିଥିଲେ ବିଧାୟିକା ପ୍ରାର୍ଥୀ ସାବିତ୍ରୀ । ଆଗାମୀ ଦିନରେ ବିଜୟୀ ହେଲେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ପାନୀୟଜଳ, ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟିକା ପ୍ରାର୍ଥୀ ଜିତିବେ ବୋଲି ଦୃଢୋକ୍ତି ବାଢ଼ିଥିଲେ ଖଣ୍ଡପଡ଼ାର ବିଜେଡି ପର୍ଯ୍ୟବେକ୍ଷକ ଅମିତ କୁମାର ମଲ୍ଲିକ । ସେହିଭଳି ଭାପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୟାଧର ପରିଡାଙ୍କୁ ଦଳର ସୁପ୍ରିମୋ ଦଳରୁ ବହିଷ୍କାର କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.