ETV Bharat / politics

ଭିନ୍ନ ଢ଼ଙ୍ଗରେ ପ୍ରଚାର କରୁଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ, ହସ୍ପିଟାଲ ଯାଇ ରୋଗୀଙ୍କୁ ଭେଟିଲେ - Manmath Routray Campaign

author img

By ETV Bharat Odisha Team

Published : Apr 8, 2024, 9:19 PM IST

Manmath Routray Campaign: ଭିନ୍ନ ଢଙ୍ଗରେ ପ୍ରଚାର କରୁଛନ୍ତି ଭୁବନେଶ୍ବରରୁ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । କେତେବେଳେ ପାର୍କ ତ କେତେବେଳେ ହସ୍ପିଟାଲରେ କରୁଛନ୍ତି ପ୍ରଚାର । ଆଜି କ୍ୟାପିଟାଲ ହସ୍ପିଟାଲରେ ବୁଲି ରୋଗୀଙ୍କ ସହ କଥା ହେଲେ । ଅଧିକ ପଢ଼ନ୍ତୁ

Manmath Routray Campaign
Manmath Routray Campaign

Manmath Routray Campaign

ଭୁବନେଶ୍ବର: ଟିକେଟ ମିଳିବା ପରେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର ଆରମ୍ଭ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ବିଶେଷ କରି ଭୁବନେଶ୍ବରରୁ ବିଜେଡିର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପ୍ରଚାର ଏବେ ଚର୍ଚ୍ଚାରେ । କେବେ ପାର୍କକୁ ଯାଇ ବ୍ୟାଡମିଣ୍ଟନ ଖେଳୁଛନ୍ତି ତ ଆଉ କେତେବେଳେ ବ୍ୟାୟାମ କରି ପ୍ରଚାର କରୁଛନ୍ତି, ଆଉ କେତେବେଳ ରାତି ଅଧରେ ହସ୍ପିଟାଲକୁ ଯାଇ ବୁଝୁଛନ୍ତି ରୋଗୀଙ୍କ ଦୁଃଖ । ତେବେ ଆଜି (ସୋମବାର) ସକାଳ ସମୟରେ କ୍ୟାପିଟାଲ ହସ୍ପିଟାଲ ବୁଲିଥିଲେ ମନ୍ମଥ । ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ହୋଇଥିବା କ୍ୟାପ୍ଟେନ ମନ୍ମଥ ରାଉତରାୟ ।

ମନ୍ମଥ ରାଉତରାୟ ଆଜି ସକାଳ ସମୟରେ ଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ । ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲିବା ସହ ପ୍ରତ୍ୟେକ ରୋଗୀଙ୍କ ସହ କଥା ପଚାରି ବୁଝିଛନ୍ତି । ଏହାପରେ ପରୋକ୍ଷ ଭାବେ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ମନ୍ମଥ । ସେ କହିଛନ୍ତି, "ମୁଁ ଏ ମାଟିର ପୁଅ । ତେଣୁ ଜିତିଲେ ପ୍ରଥମେ ଲିଙ୍ଗରାଜ ମନ୍ଦିର ଆକ୍ଟ ପାଇଁ ସଂସଦରେ ପ୍ରସ୍ତାବ ରଖିବି । ଯିଏ 5 ବର୍ଷ ଧରି ଜିତିକି ଆସିଛନ୍ତି, ସେ ଲିଙ୍ଗରାଜ ମନ୍ଦିର ଉପରେ ଅଙ୍ଗୁଳି ଉଠାଇଛନ୍ତି । ଆମ ଠାକୁରଙ୍କ ବିକାଶରେ ବାଧା ସାଜିଛନ୍ତି । ଏ ଅଞ୍ଚଳର ପୁଅ କିମ୍ବା ଝିଅ ସମସ୍ୟାକୁ ଅଧିକ ବୁଝିବ ।" ଯେହେତୁ ଅପରାଜିତା ଅଞ୍ଚଳବାସୀ ନୁହଁନ୍ତି, ତେଣୁ ସେ ମହାଦେବଙ୍କ ସହ ଯୋଡ଼ି ହୋଇ ପାରୁନାହାନ୍ତି ବୋଲି କହିଛନ୍ତି ମନ୍ମଥ ।

ଏହା ମଧ୍ୟ ପଢ଼ନ୍ତୁ...ଜନସମ୍ପର୍କ ବଢାଇବାକୁ ପାର୍କରେ ମନ୍ମଥ ରାଉତରାୟ: ଲୋକଙ୍କ ସହ କଲେ ବ୍ୟାୟାମ, ମେୟର ବି ସାମିଲ - Manmath Routray At Park

ଏହା ପୂର୍ବରୁ ରାତି 3ଟାରେ ଏମ୍ସ ପରିସର ବୁଲିଥିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ଚିକିତ୍ସା ପାଇଁ ଆସି ହସ୍ପିଟାଲ ବାହାରେ ଅପେକ୍ଷା କରିଥିବା ରୋଗୀଙ୍କ ସହ କଥା ହୋଇଥିଲେ ମନ୍ମଥ ରାଉତରାୟ । ଡାକ୍ତର ଦେଖାଇବା ପାଇଁ ଆସି ଅନେକ ରୋଗୀ ରାସ୍ତା କଡରେ ଶୋଇଥିଲେ । ଏପରି ଅବ୍ୟବସ୍ଥା ଦେଖି ଦୁଃଖ ପ୍ରକାଶ କରିଥିଲେ ବିଜେଡି ସାଂସଦ ପ୍ରାର୍ଥୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.