ETV Bharat / politics

ଅରୁଣଙ୍କ ତୁଣ୍ଡରେ କଂଗ୍ରେସ ସ୍ଲୋଗାନ, ସାଏରୀ ବଢାଇଲା ଚର୍ଚ୍ଚା - BJD CONGREE ALLIANCE

BJD ବିଧାୟକଙ୍କ ସାଏରୀ ବଢାଇଲା ଚର୍ଚ୍ଚା । ଅରୁଣଙ୍କ ନାରା ପରେ ବିଜେଡି କଂଗ୍ରସ ସହ ହାତ ମିଶାଇବା ନେଇ ଚର୍ଚ୍ଚା ବଢିଛି ।

Slogan Politics
Slogan Politics (Slogan Politics)
author img

By ETV Bharat Odisha Team

Published : Dec 9, 2024, 9:48 PM IST

ଭୁବନେଶ୍ବର: ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ହାତରୁ ଶାସନଭାର ଯାଇଛି । ଗତ ନିର୍ବାଚନରେ ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଛି ବିଜେପି । ଏହାରି ଭିତରେ ଆଜି ବିଜେଡି ବିଧାୟକ ଅରୁଣ ସାହୁଙ୍କ ନାରାକୁ ନେଇ ବଢିଛି ଚର୍ଚ୍ଚା ଲୋୟର ପିଏମଜିରେ ହଜାର ହଜାର ଲୋକଙ୍କ ଉପସ୍ଥିତରେ କଂଗ୍ରେସ ଦେଉଥିବା ନାରା ଭଳି ପାଖାପାଖି ସମାନ ନାରା ଦେଇଛନ୍ତି ଅରୁଣ ।

ଅରୁଣଙ୍କ ନାରାକୁ ନେଇ ଚର୍ଚ୍ଚା:

ଲୋୟର ପିଏମିଜିରେ ବକେୟା ଦରମା ନେଇ ମହିଳାମାନେ ରାଲି କରୁଥିବାବେଳେ ୧୫ଜଣ ବିଜେଡି ବିଧାୟକମାନେ ମିଶନ ଶକ୍ତି ମହିଳାଙ୍କୁ ଭେଟିବାକୁ ଯାଇଥିଲେ । ଏହି ସମୟରେ ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟ ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ହେଲେ ସେ ଏମିତି କିଛି ନାରା ଦେଇଛନ୍ତି ଯାହା ଅଧିକାଂଶ ସମୟରେ କଂଗ୍ରେସ ରାଲିବେଳେ ଶୁଣିବାକୁ ମିଳିଥାଏ । ହରିବଂଶ ରାୟ ବଚନଙ୍କ ଲିଖିତ ଏହି ସାୟେରୀ ଯାହାକୁ କଂଗ୍ରେସ ଅନେକ ସମୟରେ ନାରାବାଜି ବେଳେ ବ୍ୟବହାର କରିଥାଏ । ସେହି ନାରାକୁ ଦୋହରାଇଛନ୍ତି ଅରୁଣ । ଯାହାକୁ ନେଇ ଚର୍ଚ୍ଚା ବଢିଛି ।

Slogan Politics (ETV Bharat Odisha)

କେଉଁ ନାରା ଦେଇଥିଲେ ଅରୁଣ ?

"ଜୁଲ୍ମି କବତକ ଜୁଲ୍ମ କରେଗା, ଶାସନକ କି ଅଧିକାରୋ ସେ...ଚରା ଚରା ଗୁଞ୍ଜ ରାହା ହେ, ପରିବର୍ତ୍ତନ କି ନାରା ସେ" । ଅରୁଣଙ୍କ ଏହି ପରିବର୍ତ୍ତନ ନାରାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅରୁଣଙ୍କ ଏହି ନାରା ଶୁଣି ବିଜେଡି କଂଗ୍ରେସର ହାତ ଧରିପାରେ ବୋଲି କେହି କେହି ଚର୍ଚ୍ଚା କରୁଛନ୍ତି । ଅରୁଣ କହିଛନ୍ତି, "ଆମେ ୫୧ ଜଣ ବିଧାୟକ ଅଛୁ । ଏହା ଛୋଟ ଶକ୍ତି ନୁହେଁ, ଗୃହ ବାହାରେ ଯେପରି ଆନ୍ଦୋଳନକାରୀ ନିଦ ହଜାଇ ଦେଉଛନ୍ତି ସେହି‌ପରି ଗୃହ ଭିତରେ ଆମେ ନିଦ ହଜାଇଦେବୁ ।"

ବିଭିନ୍ନ ଯୋଜନାକୁ ନେଇ ଟାର୍ଗେଟ୍:

Slogan Politics
Slogan Politics (ETV Bharat Odisha)

ନୂଆ ସରକାର ପରେ ଯେପରି ବିଜେଡିର ନେତାଙ୍କୁ ବିଜେପିରେ ମିଶାଇବା ଘଟଣା ସାମ୍ନାକୁ ଆସୁଛି ଏହାକୁ ନେଇ ମଧ୍ୟ ପରୋକ୍ଷରେ ଏକ ଆକ୍ଷେପ କରିଛନ୍ତି ଅରୁଣ । ସେ କହିଛନ୍ତି, "ଆମକୁ ଭାଗ ଭାଗ କରିବାକୁ ଚେଷ୍ଟା କରାଯାଉଛି । ଆମେ ଲଢେଇ କରି ଆମେ ହକ ନବୁ ଆମେ ପ୍ରାପ୍ୟ ନେବୁ । ଖଟିଛୁ ଖଟିବୁ ଏ ଜାତିକୁ ଉଠେଇବୁ ।" ସେହିପରି 'ଆମ ଗାଁ ଆମ ବିକାଶ'ରେ ଧର୍ମାନୁଷ୍ଠାନ ଉନ୍ନତି ପାଇଁ ଆସୁଥିବା ଅର୍ଥକୁ ନେଇ ମଧ୍ୟ ନିଶାନା କରି ଅରୁଣ କହିଛନ୍ତି, "ଆମ ଠାକୁରଙ୍କ ପାଖକୁ ଯେଉଁ ପଇସା ଯାଉଥିଲା । ତାକୁ ବନ୍ଦ କରିଦେଇଛନ୍ତି ସରକାର। ଏପଟେ ସୁଭଦ୍ରା ଯୋଜନା ପାଇ ୫୦ହଜାର କହି ୫ହଜାର ଦେଲେ ।"

Slogan Politics
Slogan Politics (ETV Bharat Odisha)

ଏହା ବି ପଢନ୍ତୁ...ଅତନୁଙ୍କ ସରକାର ଗଠନ ଫର୍ମୁଲାକୁ ନେଇ ତେଜିଲା ରାଜନୀତି
ଏହା ବି ପଢନ୍ତୁ...ବିଜେଡି ନେତା ସୁଶାନ୍ତଙ୍କ ବିସ୍ଫୋରକ ବୟାନ: 'ପରାଜୟର କାରଣ ନବୀନଙ୍କ ଅଣଦେଖା ଓ ପରିଚାଳନା ତ୍ରୁଟି'

ଏହା ବି ପଢନ୍ତୁ... ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ,'ଦଳରେ ମିଶିବେ ବିଜେଡିର ୨୭ ବିଧାୟକ'

'ଶିଶୁ ସରକାର ଚାଲିଛି'

Slogan Politics
Slogan Politics (ETV Bharat Odisha)

"କୁଆଡେ ଗଲା ୩୦୦ୟୁନିଟ ବିଜୁଳି ? ଶିଶୁ ସରକାର କହି ୬ ମାସ ହେଲାଣି ଶିଶୁ ଅଛନ୍ତି ସରକାର। ଟିକେ ଟିକେ କଥାରେ ଆମକୁ ୨୪ବର୍ଷ ଧରି ଶାସନ କରୁଥିଲ ବୋଲି ପାଲଟା ଜବାବ ଦେଉଛନ୍ତି । ମା' ମାନଙ୍କୁ ସମ୍ମାନ ଦେବାକୁ କହିଥିଲେ ନବୀନ ବାବୁ । ଆମେ ଆସିଛୁ ବିଧାୟକ ୧୫ଜଣ ଭେଟିବାକୁ ହେଲେ, ଆମକୁ ସେତକ କରାଦେଲେନାହିଁ ଏ ସରକାର। ଆମେ ଗାଡ଼ିରୁ ଓହ୍ଲାଇ ୨ କିଲୋମିଟର ଚାଲି ଚାଲି ଆସିଲୁ । ଦରକାର ପଡିଲେ ଆମେ ୨୦୦କିମି ଚାଲିବାକୁ ପ୍ରସ୍ତୁତ ଅଛୁ।"

Slogan Politics
Slogan Politics (ETV Bharat Odisha)

ଅତନୁ ସବ୍ୟସାଚୀ ନାୟକଙ୍କ ମନ୍ତବ୍ୟ ଚର୍ଚ୍ଚା:

କହିରଖୁଛୁ, ଗତ ମାସରେ ଏକ ସଭାରେ ଅତନୁ ସବ୍ୟସାଚୀ ନାୟକଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଉଷ୍ମତା ଦେଖାଦେଇଥିଲା । ବିଜେଡି କଂଗ୍ରେସ ମେଣ୍ଟ ଚର୍ଚ୍ଚା ବଢିଥିଲା। ବିଜେପିକୁ ଭାଙ୍ଗି କଂଗ୍ରେସ ସହ ମେଣ୍ଟ କରି ସରକାର ଗଢିବା କଥା କହି ଚର୍ଚ୍ଚାକୁ ଆସିଥିଲେ ଅତନୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.