ETV Bharat / politics

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି ପ୍ରତାପ; ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେଡି - BJD meets CEO - BJD MEETS CEO

BJD meets CEO: ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ । ସିଇଓଙ୍କ ନିକଟରେ ଫେରାଦ ବିଜେଡି । ଅଧିକ ପଢନ୍ତୁ

BJD meets CEO
BJD meets CEO
author img

By ETV Bharat Odisha Team

Published : Apr 1, 2024, 10:36 PM IST

Updated : Apr 1, 2024, 11:00 PM IST

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି ପ୍ରତାପ; ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେଡି

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ 2024 ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ । ବିଜେପିର ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏ ନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି ବିଜେଡିର ପ୍ରତିନିଧି ଦଳ ।

ବିଜେଡିର ଏକ 9 ଜଣିଆ ପ୍ରତିନିଧି ଆଜି ସଂନ୍ଧ୍ୟାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ଭେଟିଛନ୍ତି । ପ୍ରତିନିଧି ଦଳରେ ଥିଲେ ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର, ସାଂସଦ ସୁଲୋତା ଦେଓ, ମୁଖପାତ୍ର ଲେନିନ ମହାନ୍ତି, ମୁଖପାତ୍ର ପ୍ରିୟବ୍ରତ ମାଝୀ, ସ୍ବୟଂ ପ୍ରକାଶ ମହାପାତ୍ର, ତୁମ୍ଭନାଥ ପଣ୍ଡା, ମିହିର ରାୟ, ମଧୁସ୍ମିତା ନାୟକ ଓ ଇସ୍ପାତା ସାହୁ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡି ମୁଖପାତ୍ର ସୁଲୋତା ଦେଓ କହିଛନ୍ତି ଯେ, ଆଦର୍ଶ ଆଚରଣ ବିଧି ଉଲଂଘନ ନେଇ ଆମେ ନିର୍ବାଚନ ଅଧିକାରୀଙ୍କୁ ଭେଟିଛୁ । ମାର୍ଚ୍ଚ 30 ତାରିଖ ଦିନ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅଧିନସ୍ଥ ନାଚିନ୍ଦ ଓ ଅରୁହୁଆବତୀ ଗ୍ରାମପଞ୍ଚାୟତରେ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ହୋଇଛି ।

ଏହା ବି ପଢନ୍ତୁ- ବିଜେପି ନିର୍ବାଚନୀ ସଭାରେ ରେଲୱେ ଅଧିକାରୀ, ସିଇଓଙ୍କୁ ଫେରାଦ ହେଲା ବିଜେଡି - BJD Meets CEO

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ ଗତ 5 ବର୍ଷ ହେଲା ହଜିଯାଇଥିଲେ । ତାଙ୍କର ଦେଖା ମିଳୁନଥିଲା । ଓଡ଼ିଶାବାସୀଙ୍କ ପାଇଁ କାମ କରନ୍ତି ନାହିଁ । ନିର୍ବାଚନ ଆସିଲେ ତାଙ୍କର ଲୋକଙ୍କ କଥା ମନେପଡେ । ଆମର ଯେମିତି କଥାରେ ଅଛି ବାହାଘର ବେଳେ ବାଇଗଣ ରୁଆ । ଗତ 30 ତାରିଖ ରାତିରେ ଆଚରଣ ବିଧି ଥିବା ସତ୍ତ୍ବେ ନାଚିନ୍ଦ ଓ ଅରୁହୁଆବତୀ ଗ୍ରାମପଞ୍ଚାୟତରେ ସୋଲାର ଲାଇଟ ଲଗାଉଥିଲେ । ନିଜର ଫେସ ଭ୍ୟାଲୁ ରଖିବା ଲାଗି ସେ ଏହା କରୁଥିଲେ । ସେ ଗାଡ଼ିକୁ ଧରିବା ଲାଗି ଲୋକେ ଚେଷ୍ଟା କରିଥିଲେ । ସେମାନେ ପଳେଇ ଯାଇଥିଲେ ।

ଠିକ ସମୟରେ ଯଦି କାମ କରିଥାନ୍ତେ ତାହାଲେ ମୁହଁ ଲୁଚେଇବାକୁ ପଡି ନଥାନ୍ତା । ରାତାରାତି ଏହି କାମ କରିବାକୁ ପଡିନଥାନ୍ତା । ଯେହେତୁ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଛି । ଆମେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛୁ । ତଥ୍ୟ ସହ ଫଟୋ ଓ ଭିଡିଓ ମଧ୍ୟ ଦାଖଲ କରିଛୁ । କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ ମଧ୍ୟ କରିଛୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 1, 2024, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.