ETV Bharat / politics

ସରକାରୀ ଅଫିସରେ ସଭା କରୁଛନ୍ତି ଧର୍ମେନ୍ଦ୍ର ଓ ଜୟନାରାୟଣ, ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି - BJP MEETS CHIEF ELECTORAL OFFICER

BJD Meets CEO: ବିଜେପି ନେତା ଧର୍ମେନ୍ଦ୍ର ଓ ଜୟନାରାୟଣ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କଲା ବିଜେଡି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ଦଳ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 20, 2024, 8:13 PM IST

Eସରକାରୀ ଅଫିସରେ ସଭା କରୁଛନ୍ତି ଧର୍ମେନ୍ଦ୍ର ଓ ଜୟନାରାୟଣ, ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି
ସରକାରୀ ଅଫିସରେ ସଭା କରୁଛନ୍ତି ଧର୍ମେନ୍ଦ୍ର ଓ ଜୟନାରାୟଣ, ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧିଙ୍କ କାଦୁଅ ଫିଙ୍ଗାଫିଙ୍ଗି । କେତେବେଳେ ବିଜେପି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ବିଜେଡି ଅଭିଯୋଗ କରୁଛି ତ ଆଉ କେତେବେଳେ ବିଜେଡି ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଆଣୁଛି ବିଜେପି । ଏବେ ପୁଣିଥରେ ବିଜେପି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଏକ ପ୍ରତିନିଧି ଦଳ ଫେରାଦ ହୋଇଛନ୍ତି ।

ତେବେ ବିଜେଡି ଅଭିଯୋଗ କରିଛି ଯେ, କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଦର୍ଶ ଆଚରଣ ବିଧି ଭାଙ୍ଗୁଛନ୍ତି । ତାଙ୍କ ସହ ସମ୍ବଲପୁର ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ମଧ୍ୟ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି । ସରକାରୀ ଅଫିସରେ ଉଭୟ ନେତା ରାଜନୈତିକ ସଭା କରୁଥିବା ଅଭିଯୋଗ କରିଛି ବିଜେଡି । ଉଭୟଙ୍କ ନାଁ'ରେ ଅଭିଯୋଗ ନେଇ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।

ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "ବିଜେଡିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛୁ । ଆଜି ସକାଳେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବଲପୁର ବିଧାୟକ ତଥା ପ୍ରାର୍ଥୀ ଜୟନାରାୟଣ ମିଶ୍ର ଦୁଇଟି ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରିଛନ୍ତି । ଉଭୟ ନେତା ସମ୍ବଲପୁରରେ ଥିବା ଏକ ସରକାରୀ ଅଫିସରେ ରାଜନୈତିକ ସଭା କରୁଛନ୍ତି । କେବଳ ସେତିକି ନୁହେଁ NCC କ୍ୟାଡେଟଙ୍କୁ ନେଇ ବୈଠକ କରିଛନ୍ତି ଧର୍ମେନ୍ଦ୍ର ଓ ଜୟନାରାୟଣ । କେବଳ NCC କ୍ୟାଡେଟ ନୁହେଁ ତାଙ୍କ ଅଫିସର ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଆଚରଣ ବିଧି ଉଲଙ୍ଘନ କରୁଛି ବିଜେଡି, ମୁଖ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି - BJP MEETS CHIEF ELECTORAL OFFICER

ସସ୍ମିତ ପାତ୍ର ଏହା ମଧ୍ୟ କହିଛନ୍ତି, "ଉଭୟ ଧର୍ମେନ୍ଦ୍ର ଓ ଜୟନାରାୟଣ କେନ୍ଦ୍ରୀୟ ବ୍ୟବସ୍ଥାର ଅପବ୍ୟବହାର କରୁଛନ୍ତି । ସରକାରୀ ଅଫିସରେ ସଭା ସମିତି କରି ଉଭୟ ନେତା ଅଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ବୋଲି କ'ଣ ଆଇନ ତାଙ୍କ ପାଇଁ ଅଲଗା ? ବିଧି ବ୍ୟବସ୍ଥା ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ଉପରେ ଦୃଢ଼ତାର ସହ କାର୍ଯ୍ୟ କରିବେ । ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଏକ ଅବାଧ, ନିରପେକ୍ଷ ନିର୍ବାଚନ ଅସମ୍ଭବ ।" ତେବେ ବିଜେଡିର ଏହି ପ୍ରତିନିଧି ଦଳରେ ସାଂସଦ ସୁଲୋତା ଦେଓ, ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ ଓ ଓମ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.