ETV Bharat / politics

ବେକାରୀ ସମସ୍ୟା ସୁଧାରିବା ପାଇଁ ଇସ୍ତାହାରରେ ବଡ଼ ପ୍ରତିଶ୍ରୁତି ଦେଇଛି ବିଜେଡି: ସମୀକ୍ଷକ - BJD manifesto

author img

By ETV Bharat Odisha Team

Published : May 10, 2024, 10:13 PM IST

BJD Manifesto: କଂଗ୍ରେସ ଓ ବିଜେପି ଭଳି ବିଜେଡି ଇସ୍ତାହାର ମଧ୍ୟ ବେଶ ଆକର୍ଷଣୀୟ । ବେକାରୀ ସମସ୍ୟାର ସମାଧାନ ପାଇଁ ବିଜେଡି ଇସ୍ତାହାରରେ 1 ଲକ୍ଷ କୋଟି ଟଙ୍କାର ଯୁବ ବଜେଟ କରାଯିବ ବୋଲି କୁହାଯାଇଛି । ଅନ୍ୟ ଦଳ ଭଳି 2 ଲକ୍ଷ ସରକାରୀ ନିଯୁକ୍ତି କଥା ମଧ୍ୟ ବିଜେଡି କହିଛି । ଅଧିକ ପଢ଼ନ୍ତୁ

Political Analyst on BJD Manifesto
Political Analyst on BJD Manifesto (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବିଜେଡି ବିରୋଧରେ ବେକାରୀ ସମସ୍ୟା ବଡ଼ ଅଭିଯୋଗ ଥିଲା । ତାକୁ ସୁଧାରିବା ପାଇଁ ବିଜେଡି ପଦକ୍ଷେପ ନେଇଛି । 1 ଲକ୍ଷ କୋଟି ଟଙ୍କାର ଯୁବ ବଜେଟ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଅନ୍ୟ ଦଳ ନିଯୁକ୍ତି କଥା କହିଥିବାବେଳେ 2 ଲକ୍ଷ ସରକାରୀ ନିଯୁକ୍ତି କଥା ମଧ୍ୟ ବିଜେଡି କହିଛି । ଏହା ବେକାରୀ ସମସ୍ୟା ସୁଧାରିବା ପାଇଁ ବିଜେଡି ଇସ୍ତାହାରରେ ବଡ଼ ପ୍ରତିଶ୍ରୁତି ଦେଇଛି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ ।

ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ବିଜେଡି 24 ବର୍ଷ ହେଲା କ୍ଷମତାରେ ଅଛି । ଲଗାତାର ଭାବେ ସେମାନେ 5ଟି ନିର୍ବାଚନ ଜିତିଛନ୍ତି । କାର୍ଯ୍ୟକ୍ରମ ଦ୍ବାରା ବିଜେଡିର ଭୋଟ ବ୍ୟାଙ୍କ ସୃଷ୍ଟି ହୋଇଛି । ଓଡିଶା ପାଇଁ ବିଜେପିର ମୋଦି ଗ୍ୟାରେଣ୍ଟି ଆସିଛି । କଂଗ୍ରେସ ମଧ୍ୟ ସଂକଳ୍ପ ପତ୍ର ଆସିଛି । ଉଭୟ କେତୋଟି ଆକର୍ଷଣୀୟ ପ୍ରସ୍ତାବ ଦେଇଛନ୍ତି । ସେହିପରି ବର୍ତ୍ତମାନ ରାଜ୍ୟରେ ପ୍ରଚାରିତ 5 ପ୍ରସଙ୍ଗକୁ ନେଇ ବିଜେଡି ଇସ୍ତାହାର ଆଣିଛି । ବିଜେଡି ବିରୋଧରେ ବେକାରୀ ସମସ୍ୟା ବଡ଼ ଅଭିଯୋଗ ଥିଲା । ବେକାରୀ ସମସ୍ୟା ସୁଧାରିବା ପାଇଁ ବିଜେଡି ପଦକ୍ଷେପ ନେଇଛି । 1 ଲକ୍ଷ କୋଟି ଟଙ୍କାର ଯୁବ ବଜେଟ କରିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଅନ୍ୟ ଦଳ ନିଯୁକ୍ତି କଥା କହିଥିବାବେଳେ 2 ଲକ୍ଷ ସରକାରୀ ନିଯୁକ୍ତି କଥା ମଧ୍ୟ ବିଜେଡି କହିଛି ।"

ସେ ଆହୁରି କହିଛନ୍ତି, "ମହିଳାଙ୍କ କଥା ବିଜେପି ଓ କଂଗ୍ରେସ କହିଥିବା ବେଳେ ବିଜେଡି ଆଉ ପାଦେ ଆଗେଇ ଯାଇଛି । ମହିଳା ବର୍ଗ ବିଜେଡିର ଭୋଟ ବ୍ୟାଙ୍କ ହୋଇଥିବାବେଳେ ସେ ସମ୍ପର୍କିତ ଯୋଜନାକୁ ଶାସକ ଦଳ ସମ୍ପ୍ରସାରିତ କରିଛି । କୃଷକଙ୍କୁ ସନ୍ତୁଷ୍ଟ କରିବା ଲାଗି କାଳିଆ ଯୋଜନାକୁ ମଧ୍ୟ ସମ୍ପ୍ରସାରିତ କରାଯାଇଛି । ସେମାନଙ୍କୁ ଅନ୍ୟ ସୁବିଧା ଯୋଗାଇବାକୁ ବ୍ୟବସ୍ଥା ପ୍ରତିଶ୍ରୁତି ମିଳିଛି । ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆହୁରି ସମ୍ପ୍ରସାରିତ ହୋଇଛି । ତେବେ ଏହି ପ୍ରତିଶ୍ରୁତି କିମ୍ବା ଇସ୍ତାହାରକୁ ନେଇ ଲୋକମତ ସୃଷ୍ଟି ହେଉନାହିଁ । 24 ବର୍ଷର ଶାସନ ଓ ନବୀନଙ୍କ ନେତୃତ୍ବକୁ ନେଇ ଲୋକମତ ସୃଷ୍ଟି ହେଉଛି ।"

ରାଜନୀତି ସମୀକ୍ଷକଙ୍କ କହିବା କଥା, "ନବୀନଙ୍କ ଲୋକପ୍ରିୟତା ପୂର୍ବ ଭଳି କାୟମ ଥିବାବେଳେ ତାଙ୍କର ବିକଳ୍ପ ଭାବେ ଲୋକେ ଆଉ କେଉଁ ନେତାଙ୍କୁ ଭାବୁ ନାହାନ୍ତି । କିନ୍ତୁ ନବୀନଙ୍କର ବଢୁଥିବା ବୟସ ଓ ଭିକେ ପାଣ୍ଡିଆନଙ୍କ ପ୍ରସଙ୍ଗ ବିରୋଧୀ ଉଠାଉଛନ୍ତି । ସଂଗଠନ ଥିଲେ ମଧ୍ୟ ପ୍ରାର୍ଥୀ ଚୟନରେ ଭୁଲ କିମ୍ବା ଅନ୍ୟ କାରଣ ପାଇଁ ଦଳ ଭିତରେ ବିଦ୍ରୋହ ବିଜେଡିରେ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ବିଜେପି ଭାବୁଛି, ଓଡିଶାରେ ସେମାନେ ସରକାର ଗଠନ କରିବେ । ବିଜେଡିର 25 ବର୍ଷ ଶାସନ କଥା ବିଜେପି ପଚାରିଛି । କିନ୍ତୁ କେନ୍ଦ୍ରରେ ବିଜେପିର 10 ବର୍ଷର ସରକାର ବାବଦରେ ବିଜେଡି ପଚାରିପାରୁନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଇସ୍ତାହାର; '୨୦୩୪ ସୁଦ୍ଧା ଦେଶର ଶ୍ରେଷ୍ଠ ରାଜ୍ୟ ହେବ ଓଡ଼ିଶା' - BJD Press Meet

ସେ କହିଛନ୍ତି, "ଓଡ଼ିଶାରେ ମୋଦିଙ୍କର ଲୋକପ୍ରିୟତା ରହିଛି । ରାଜ୍ୟରେ ଅନ୍ୟ କେଉଁ ନେତାଙ୍କର ଲୋକପ୍ରିୟତା ନଥିବାରୁ ମୋଦିଙ୍କ ନାଁ'ରେ ଗ୍ୟାରେଣ୍ଟି କଥା ବିଜେପି କହୁଛି । ଓଡିଶା ଗ୍ୟାରେଣ୍ଟି ବଦଳରେ ମୋଦି ଗ୍ୟାରେଣ୍ଟି ଆଣିଛି ଦଳ । କେନ୍ଦ୍ରରେ ବିଜେପିକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବା ନେଇ ସନ୍ଦେହ ସୃଷ୍ଟି ହେଲାଣି । ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଛି । ତେଣୁ ଜାତୀୟ ଓ ରାଜ୍ୟ ପ୍ରସଙ୍ଗ ଆଲୋଚନା ହେବା କଥା । କଂଗ୍ରେସର ଜାତୀୟ ଓ ରାଜ୍ୟ ଇସ୍ତାହାର ଟିକେ ଅଧିକ ଆକର୍ଷଣୀୟ ହୋଇଛି । କିନ୍ତୁ କଂଗ୍ରେସ ସରକାରରେ ଆସିବ ବୋଲି ଓଡିଶା ତଥା ଦେଶର ଲୋକଙ୍କ ବିଶ୍ଵାସ ନାହିଁ । ଲୋକଙ୍କ ପାଖରେ ପହଞ୍ଚାଇ ବିଶ୍ବାସ ସୃଷ୍ଟି କରିବା ଶକ୍ତି ତଥା ସମ୍ବଳ ଓଡିଶା କଂଗ୍ରେସ ନେତାଙ୍କ ପାଖରେ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.