ETV Bharat / politics

ସତ୍ୟବାଦୀ ଓ ବ୍ରହ୍ମଗିରି ପାଇଁ ଛିଣ୍ଡିଲା ବିଜେଡ଼ିର ଆସନ ବୁଝାମଣା - Bjd Meeting

author img

By ETV Bharat Odisha Team

Published : Mar 23, 2024, 7:35 AM IST

Bjd Meeting: ସତ୍ୟବାଦୀ ଓ ବ୍ରହ୍ମଗିରିରେ ଉମା ସାମନ୍ତରାୟ ଓ ସଞ୍ଜୟ ଦାସବର୍ମାଙ୍କୁ ଜିତାଇବା ନେଇ ବିଜେଡିର ଗୁପ୍ତ ବୈଠକ । ସେହିପରି ପୁରୀ ଲୋକସଭା ଆସନରୁ ଲଢି ପାରନ୍ତି ଅରୂପ ପଟ୍ଟନାୟକ । ଅଧିକ ପଢନ୍ତୁ

ସତ୍ୟବାଦୀ ଓ ବ୍ରହ୍ମଗିରି ପାଇଁ ଛିଣ୍ଡିଲା ବିଜେଡ଼ିର ଆସନ ବୁଝାମଣା

ପୁରୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ତାରିଖ ଘୋଷଣା ମଧ୍ୟ ସରିଛି । ଏହାରି ଭିତରେ ପୁରୀ ଜିଲ୍ଲାରେ ବିଜେଡ଼ି ନିଜର ସ୍ଥିତି ସୁଦୃଢ କରୁଛି । ସତ୍ୟବାଦୀରୁ ବିଜେଡିର ପ୍ରାର୍ଥୀ ହେବ ବରିଷ୍ଠ ବିଜେଡି ନେତା ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା । ସେହିପରି ବ୍ରହ୍ମଗିରିରୁ ବିଜେଡିର ପ୍ରାର୍ଥୀ ହେବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ପୁରୀରେ ଦଳର ଏକ ବୈଠକରେ କର୍ମୀ ଓ ନେତାଙ୍କୁ ଏହା ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନି ବିଜେଡିର ସତ୍ୟବାଦୀ ଓ ବ୍ରହ୍ମଗିରିର ବିଜେଡି କର୍ମୀ ଏବଂ ନେତା ମାନେ ଏହି ଦୁଇ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କାର୍ଯ୍ୟ କରିବାକୁ ଦଳୀୟ ବୈଠକରେ ପରାମର୍ଶ ଦେଇଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ।

ସେହିପରି ପୁରୀରୁ ଲୋକସଭା ପ୍ରାର୍ଥୀ ଭାବେ ଅରୂପ ପଟ୍ଟନାୟକଙ୍କୁ ଜିତାଇବା ପାଇଁ ବିଜେଡି କର୍ମୀ ଓ ନେତାମାନେ ଆଗେଇ ଆସିବାକୁ ମଧ୍ୟ ସେ ଆହ୍ବାନ ଦେଇଛନ୍ତି । ପୁରୀରେ ଏକ ହୋଟେଲରେ ଗତକାଲି ଏକ ଦଳୀୟ ବୈଠକ ବସିଥିଲା । ଯେଉଁ ଥିରେ କି ସତ୍ୟବାଦୀ ପାଇଁ ପ୍ରାର୍ଥୀ ହେବାକୁ ଥିବା ସଂଜୟ ଦାସବର୍ମା, ବ୍ରହ୍ମଗିରି ପାଇଁ ପ୍ରାର୍ଥୀ ହେବାକୁ ଥିବା ଉମାକାନ୍ତ ସାମନ୍ତରାୟ, ପୁରୀ ଲୋକସଭା ପାଇଁ ବିଜେଡ଼ି ପ୍ରାର୍ଥୀ ହେବାକୁ ଥିବା ଅରୂପ ପଟ୍ଟନାୟକ ଯୋଗ ଦେଇଥିଲେ ।

ଏହି ବୈଠକରେ ସତ୍ୟବାଦୀ, ବ୍ରହ୍ମଗିରିର ବିଜେଡ଼ିର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ନେତା, କର୍ମୀ ଯୋଗ ଦେଇଥିଲେ । ବୈଠକ ଶେଷ ପରେ ସତ୍ୟବାଦୀ ବ୍ଳକ୍ ଅଧ୍ୟକ୍ଷ ସୁନିଲ ପଣ୍ଡା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆମର ନେତା । ସେ ଯାହା ନିଷ୍ପତ୍ତି ନେବେ ଦଳର ନେତା ଓ କର୍ମୀ ତାହା କରିବେ । ସତ୍ୟବାଦୀ ବିଜେଡିର ସଙ୍ଗଠନ ଦୃଢ଼ ରହିଛି । ଉମା ସାମନ୍ତରାୟଙ୍କ ସମର୍ଥକ ନୂଆ ପ୍ରାର୍ଥୀ ହେବାକୁ ଥିବା ସଞ୍ଜୟ ଦାସବର୍ମାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ।

ଏହା ମଧ୍ୟ ପଢନ୍ତୁ ......ବିଜେଡିରୁ ଭର୍ତ୍ତୃହରି ମହତାବଙ୍କ ଇସ୍ତଫା, କହିଲେ ଭଗ୍ନ ହୃଦୟରେ ଦଳ ଛାଡିଲି

ଏହା ମଧ୍ୟ ପଢନ୍ତୁ.....ଲୋକପ୍ରିୟତା ହରାଇଛନ୍ତି ଭର୍ତ୍ତୃହରି, 6ଥର ସାଂସଦ କରିଥିବା ଦଳକୁ ଛାଡିବା ଦୁଃଖର କଥା: ପ୍ରତାପ ଜେନା

ସେହିପରି ସଞ୍ଜୟ ଦାସବର୍ମାଙ୍କ କର୍ମୀ ବ୍ରହ୍ମଗିରିରେ ପ୍ରାର୍ଥୀ ହେବାକୁ ଥିବା ଉମାକାନ୍ତ ସାମନ୍ତରାୟଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ । ଏହି ସଂକଳ୍ପ ନେଇଛନ୍ତି ସତ୍ୟବାଦୀ ଓ ବ୍ରହ୍ମଗିରିର ବିଜେଡି କର୍ମୀ ଓ ନେତା । ଆଗାମୀ ନିର୍ବାଚନରେ ଉଭୟ ସତ୍ୟବାଦୀ ଓ ବ୍ରହ୍ମଗିରିରେ ବିଜେଡି ବିଫୁଳ ବିଜୟ ହାସଲ କରିବ ବୋଲି ସତ୍ୟବାଦୀ ବ୍ଳକ୍ ଅଧ୍ୟକ୍ଷ ସୁନିଲ ପଣ୍ଡା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.