ETV Bharat / politics

କେନ୍ଦୁଝରରେ ପାଣ୍ଡିଆନଙ୍କ ପ୍ରଚାର, ଦେଲେ ବିକାଶମୂଳକ କାମର ହିସାବ - BJD Campaign In Kendujhar - BJD CAMPAIGN IN KENDUJHAR

BJD Campaign In Kendujhar: କେନ୍ଦୁଝରରେ ବିଜେଡି ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାମ ତାଲିକା ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପାଣ୍ଡିଆନ ମାଗିଲେ ଭୋଟ । ଅଧିକ ପଢନ୍ତୁ

BJD Campaign In Kendujhar
BJD Campaign In Kendujhar (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 8:58 PM IST

BJD Campaign In Kendujhar (ETV Bharat Odisha)

କେନ୍ଦୁଝର: ଆସନ୍ତା ମେ ୨୫ରେ ରାଜ୍ୟରେ ପଡିବ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ । ଆଉ ୨ଦିନ ପରେ ସରିବାକୁ ଯାଉଛି ପ୍ରଚାର କାର୍ଯ୍ୟ । ଏଥିପାଇଁ ଉଭୟ ବିଜେପି ଓ ବିଜେଡି ନିଜର କ୍ୟାମ୍ପେନିଂକୁ ତୀବ୍ର କରିବାରେ ଲାଗିଛନ୍ତି । ଆଜି (ମଙ୍ଗଳବାର) କେନ୍ଦୁଝର ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ବିଜୟ ସଂକଳ୍ପ ସମାବେଶ ଥିବା ବେଳେ ଜିଲ୍ଲାର ଚାରି ସ୍ଥାନରେ ବିଜେଡି ପାଇଁ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିଛନ୍ତି ଭିକେ ପାଣ୍ଡିଆନ ।

ପ୍ରଥମେ ପାଣ୍ଡିଆନ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଥିବା ବେଳେ ପରେ ପାଟଣା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଥିଲେ ପାଣ୍ଡିଆନ । ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କୁ ବହୁ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଅପିଲ କରିଥିଲେ ପାଣ୍ଡିଆନ । ସେମାନଙ୍କର କଳା, ସଂସ୍କୃତି, ପୂଜାସ୍ଥଳୀର ରକ୍ଷାଣବେକ୍ଷଣ ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି, ଭାରତବର୍ଷର କୌଣସି ରାଜ୍ୟରେ ହୋଇନାହିଁ ବୋଲି କହିଥିଲେ ପାଣ୍ଡିଆନ । ଆଦିବାସୀ ଭାଇଭଉଣୀମାନଙ୍କ ଉପରୁ ୫୦ହଜାର ଛୋଟ ବଡ ପୋଲିସ କେସ୍‌ ରଦ୍ଦ କରିଛନ୍ତି ଏହା ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଭାଇଭଉଣୀମାନେ ଠକାମୀର ଶିକାର ନ ହେବା ପାଇଁ ‘ଲାଭ’ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ସେମାନେ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉଛନ୍ତି ବୋଲି ପ୍ରକାଶ କରିଥିଲେ ପାଣ୍ଡିଆନ । ହଜାର ହଜାର ହଷ୍ଟେଲ ମାଧ୍ୟମରେ ଲକ୍ଷ ଲକ୍ଷ ଆଦିବାସୀ ପିଲା ପାଠ ପଢୁଛନ୍ତି ବୋଲି କହିଥିଲେ ପାଣ୍ଡିଆନ ।

ଏହା ମଧ୍ୟ ପଢନ୍ତୁ ... କେନ୍ଦୁଝର ବିଜେପି ବିଜୟ ସଂକଳ୍ପ ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହା, ଦେଖନ୍ତୁ LIVE - Amit Shah LIVE

ମୁଁ ହିସାବ ଦେଉଛି, ଅନ୍ୟ କେହି ହିସାବ ଦେବେ କି ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ । ସାତକୁଟୁଣିଆ-ବାଉଁଶୁଳି ରାସ୍ତା ପାଇଁ ୧୪ କୋଟି, କେନ୍ଦୁଝର-ସହରପଡ଼ା ରାସ୍ତା ପାଇଁ ୩୩କୋଟି, ବୈତରଣୀ ନଦୀ ସେତୁ ୨୦କୋଟି ଟଙ୍କା, କାନ୍‍ଝରୀ ନଦୀ ସେତୁ ୧୪କୋଟି ଟଙ୍କା ଦେବା ସହ ସବୁ ହାଇସ୍କୁଲ ୫Tରେ ରୂପାନ୍ତରଣ ହୋଇଛି ବୋଲି କହିଥିଲେ ପାଣ୍ଡିଆନ । ଆମ ହସ୍ପିଟାଲ, ବସଷ୍ଟାଣ୍ଡ ଦେଖିବାର ଅଛି, ଏ ସବୁ ନୂଆ ଓଡ଼ିଶାର ନମୁନା । ୫ ଟଙ୍କାରେ ଲକ୍ଷ୍ମୀ ବସରେ ଯିବା ଆସିବା କରିପାରିବେ, ମମତା ଯୋଜନାରେ ମା’ମାନଙ୍କୁ ୧୦ ହଜାର ଟଙ୍କା ଦିଆଯାଉଛି, ମିଶନ ଶକ୍ତି ମା’ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ ପାଇଁ କାମ କରନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି, ଆପଣମାନଙ୍କ ବୋଝ ହାଲକା କରିବା ପାଇଁ ପଦକ୍ଷେପ ନେଉଛନ୍ତି । ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ ହେବ, ଦ୍ବିତୀୟ ଦସ୍ତଖତରେ ସମସ୍ତେ BSKYରେ ସାମିଲ ହେବେ, ସମସ୍ତଙ୍କୁ ମିଳିବ ସ୍ବାସ୍ଥ୍ୟ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ ପାଣ୍ଡିଆନ । ତୃତୀୟରେ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀମାନଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାନ୍ତୁ ବୋଲି ଅନୁରୋଧ କରିଥିଲେ ପାଣ୍ଡିଆନ ।

ଏଭଳି ମହାନ ଜନନାୟକଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଅନୁରୋଧ କରିଥିଲେ ଭିକେ ପାଣ୍ଡିଆନ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ପର୍ଯ୍ୟବେକ୍ଷକ କାନନ ବିହାରୀ ପହି, ପ୍ରଭାରୀ ଡ଼ ହରିଶ ଚୌଧୁରୀ ଙ୍କ ସହ ବହୁ ନେତା ଯୋଗ ଦେଇଥିବା ବେଳେ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ । ପରେ ପାଣ୍ଡିଆନ ତେଲକୋଇ ଓ ଘଷିପୁରାରେ ନିର୍ବାଚନୀ ସଭା କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.