ETV Bharat / politics

ବଦଳିଲା ଲଷ୍ମୀ ବସ ରଙ୍ଗ; ବିଜେଡି କରିଥିଲା ସବୁଜ ବିଜେପି କଲା ଗେରୁଆ, ଏଭଳି କହିଲେ ବିଜେଡି ନେତା - LAccMI Bus Color Changed

author img

By ETV Bharat Odisha Team

Published : Jul 3, 2024, 7:25 AM IST

LAccMI Bus Color And Name Changed: ନୂଆ ସରକାର ଆସିବା ପରେ ବଦଳିଛି ଲଷ୍ମୀ ବସର ନାଁ ସହ ରଙ୍ଗ । ତେବେ ବିଜେଡି ସରକାରରେ ଆରମ୍ଭ ହୋଇଥିବା ଏହି ବସ ସେବାକୁ ନେଇ କ'ଣ କହୁଛନ୍ତି ବିଜେଡି ନେତା ଶଶୀଭୂଷଣ ବେହେରା । ଅଧିକ ପଢନ୍ତୁ

LAccMI Bus Color And Name Changed
LAccMI Bus Color And Name Changed (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିବା ସହ ଆରମ୍ଭ ହୋଇଯାଇଛି ଯୋଜନା ନାଁ, ରଙ୍ଗ ବଦଳିବା କାର୍ଯ୍ୟକ୍ରମ । ବିଜେଡି ସରକାରରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସର ରଙ୍ଗ ବଦଳାଇ ଏବେ ଗେରୁଆ କରାଯାଉଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କାମଠୁ ପ୍ରଚାର ଯଦି ଅଧିକ ଗୁରୁତ୍ୱ ନିଏ, ତାହା ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇନଥାଏ ବୋଲି କହିଛନ୍ତି ବିଜେଡ଼ି ନେତା ଶଶୀଭୂଷଣ ବେହେରା । ସେହିପରି ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି ଯେ, ରଙ୍ଗ ଓ ନାଁ ବଦଳେଇଲେ ମିଳେନି ବଡ଼ ରାଜନୈତିକ ଫାଇଦା ।

ରାଜ୍ୟରେ ବଦଳିଛି ସରକାର । ତାହା ସହ ବଦଳିବାରେ ଲାଗିଛି ପୂର୍ବତନ ସରକାରରେ ଚାଲିଥିବା ବିଭିନ୍ନ ଯୋଜନାର ରୂପରଙ୍ଗ । ପୁରୁଣା ସେବାକୁ ନୂଆ ଢଙ୍ଗରେ ଜନତାଙ୍କୁ ଭେଟିଦେବାକୁ ପ୍ରୟାସ କରୁଛନ୍ତି ମୋହନ ସରକାର । ଏଥିପାଇଁ ବଦଳା ଚାଲିଛି ରଙ୍ଗ । ଯାହା ସବୁଜ ଥିଲା ତାହା ଏବେ ଗେରୁଆ କରାଯାଉଛି । ବିଜେଡି ସରକାରରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସକୁ ସବୁଜରୁ ଗେରୁଆ କରାଯାଉଛି । ବସରୁ ପୂର୍ବରୁ ଷ୍ଟିକର ହଟାଯାଇଥିବା ବେଳେ ଏବେ ଏହାର ନାଁ ପରିବର୍ତ୍ତିତ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆ ଭାବେ ଏହାର ନାଁ ମୁଖ୍ୟମନ୍ତ୍ରୀ ବସ ସେବା ହେବ ବୋଲି ସ୍ପଷ୍ଟ କରିଥିଲେ ପରିବହନ ମନ୍ତ୍ରୀ । ଯେଉଁ କାରଣରୁ ଏବେ ବସର ରଙ୍ଗ ବଦଳାଯାଉଥିବା କୁହାଯାଉଛି । ଖାଲି ସେତିକି ନୁହେଁ ଏଥିରେ ମୁଖ୍ୟମନ୍ତ୍ରୀ ବସ ସେବା ଟ୍ୟାଗ ବି ଲାଗିଲାଣି । ବସର ରଙ୍ଗ ପରିବର୍ତ୍ତନ କରାଇବା ପାଇଁ କିଏ ନିର୍ଦ୍ଦେଶ ଦେଇଛି ସେନେଇ କୌଣସି ସୂଚନା ମିଳିନାହିଁ । ରଥଯାତ୍ରା ବେଳେ ବିଭିନ୍ନ ଜିଲ୍ଲାରୁ ପୁରୀକୁ ଏହି ବସ ଗଡିବା ନେଇ ଅନୁମାନ କରାଯାଉଛି ।

ଏନେଇ ବିଜେଡି ନେତା ଶଶୀଭୂଷଣ ବେହେରା କହିଛନ୍ତି ଯେ, କାମଠୁ ପ୍ରଚାର ଯଦି ଅଧିକ ଗୁରୁତ୍ୱ ନିଏ, ତାହା ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇନଥାଏ । ପୂର୍ବ ସରକାରଙ୍କ ଅନେକ ଯୋଜନାରେ ସଫଳତା ଆସିନାହିଁ । ସେଥିରେ ସଫଳତା ଆଣିବା ଲାଗି ଅନେକ ସଂଶୋଧନ କରାଯାଇପାରେ । ଅଧିକ କିଛି ଦୃଷ୍ଟି ଭାଙ୍ଗି କିମ୍ବା ବିଚାରକୁ ଯୋଡ଼ା ଯାଇପାରେ । ରଙ୍ଗ ବଦଳେଇ ଦେଲେ ଦୃଷ୍ଟି ଭାଙ୍ଗି ଓ ବିଚାର ବଦଳି ଯିବନାହିଁ । ରଙ୍ଗ ବଦଳେଇ ଦେଲେ ଲକ୍ଷ୍ମୀ ବସ ଦ୍ୱାରା ହେଉଥିବା କ୍ଷତି ଲାଭରେ ପରିବର୍ତ୍ତନ ହେବ ବୋଲି ବିଚାର କରିବାରେ ଗ୍ରହଣୀୟତା ନାହିଁ । ନିର୍ବାଚନ ସମୟରେ ବିଜେପି ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କୁହାଯାଇଥିଲା BSKYକୁ ନେଇ ମତ ଦେଇଥିଲେ । ଏବେ BSKY ଓ ଆୟୁଷ୍ମାନ ଭାରତକୁ ମିଶେଇକି ଯୋଜନା କରାଯିବ । ଏପର୍ଯ୍ୟନ୍ତ ଏକ ସ୍ଥିର ନିଷ୍ପତ୍ତି ସରକାର ନେଇନାହାନ୍ତି । ରଙ୍ଗ, ନାଁ ବଦଳେଇ ଦେବା, ଲକ୍ଷ୍ମୀ ବସକୁ ମୁଖ୍ୟମନ୍ତ୍ରୀ ବସ କରିବା ପ୍ରଚାର ଦୃଷ୍ଟିରୁ କରାଯାଉଛି । ବାସ୍ତବ କଥା ହେଉଛି ଲକ୍ଷ୍ମୀ ବସର ସୁପରିଚାଳନା କରି ଲୋକଙ୍କ ବ୍ୟବହାର ଉପଯୋଗୀ କରିବା ଦରକାର । ଏହା ହୋଇ ପାରିଲେ ପୂର୍ବ ସରକାରର ତ୍ରୁଟିକୁ ନୂଆ ସରକାର ସଂଶୋଧନ କରିପାରିଲେ ବୋଲି ବାହାବା ନେଇପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...ଲକ୍ଷ୍ମୀ ବସର ନବକଳେବର ! ନାମ ସହିତ ବଦଳିଲା ରଙ୍ଗ - Laccmi Bus Colour Changed

ସେହିପରି ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ରାଜ୍ୟରେ ନୂଆ ସରକାର ଆସିଛନ୍ତି । ନୂଆ ସରକାର ଆସିଛି ବୋଲି ଗାଁ ଗହଳିର ଲୋକେ ଜାଣିନାହାନ୍ତି । ଅନେକ ଲୋକ ଏବେ ବି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି । ବସ ରଙ୍ଗ ପରିବର୍ତ୍ତନ ହେଲେ କିଛି ପରିବର୍ତ୍ତନ ହୋଇଛି ବୋଲି ଲୋକେ ଭାବିବେ । ରଙ୍ଗ କିମ୍ବା ନାଁ ପରିବର୍ତ୍ତିତ କଲେ ବିଶେଷ କିଛି ଫାଇଦା ହୁଏନାହିଁ । ଅଙ୍ଗନୱାଡି ଓ ସ୍କୁଲ ରଙ୍ଗ ବଦଳା ଯାଇପାରେ । କିନ୍ତୁ ଏହି ବଦଳେଇବା ଦ୍ୱାରା ଭିନ୍ନ ସରକାର ହେଲା ବୋଲି ଲୋକଙ୍କ ଧାରଣା ହେବ ବୋଲି ଭାବିବା ଭୁଲ । ଲୋକେ ଧୀରେ ଧୀରେ ଅସଲ କାର୍ଯ୍ୟରୁ ଜାଣିବେ । ରଙ୍ଗ ବଦଳେଇବା ବଡ଼ କାର୍ଯ୍ୟ ବୋଲି ମୁଁ ଭାବୁ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.