ETV Bharat / politics

କଟକ ବାରବାଟୀରେ ଏଥର ହେବ ଭଲ ଲଢେଇ: ପ୍ରକାଶ ବେହେରା - Prakash Behera on his candidacy - PRAKASH BEHERA ON HIS CANDIDACY

Prakash Behera on his candidacy: ବିଜେପି ଛାଡ଼ି ବିଜେଡିରେ ସାମିଲ ନେତା ପ୍ରକାଶ ବେହେରାଙ୍କୁ କଟକ ବାରବାଟୀ ଆସନ ପାଇଁ ପ୍ରାର୍ଥୀ କରିଛି ବିଜେଡି । ଏଥର ଏଠି ଭଲ ଲଢେଇ ହେବ ବୋଲି କହିଛନ୍ତି ପ୍ରକାଶ । ଅଧିକ ପଢନ୍ତୁ

Prakash Behera
Prakash Behera
author img

By ETV Bharat Odisha Team

Published : Apr 6, 2024, 6:50 PM IST

କଟକ ବାରବାଟୀରେ ଏଥର ହେବ ଭଲ ଲଢେଇ: ପ୍ରକାଶ ବେହେରା

ଭୁବନେଶ୍ବର: ବହୁଚର୍ଚ୍ଚିତ କଟକ ବାରବାଟୀ ବିଧାନସଭା ଆସନ ଲାଗି ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି । ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ପ୍ରକାଶ ବେହେରାଙ୍କୁ ଦଳ ଭରସା କରିଛି । ବାରବାଟୀ ବ୍ୟାଟେଲକୁ ପ୍ରକାଶଙ୍କୁ ଓହ୍ଲାଇଛି ବିଜେଡି । ଟିକେଟ ମିଳିବା ପରେ ଆଜି ନବୀନ ନିବାସ ଆସିଥିଲେ ପ୍ରକାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ପ୍ରକାଶ । ପ୍ରକାଶଙ୍କ ସହ ସାଲେପୁର ବିଧାୟକ ତଥା ଚଳିତ ଥର ସେଠାରୁ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ବେହେରା ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ । ବିଜେଡି ସଭାପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରକାଶ ।

ପ୍ରକାଶ କହିଛନ୍ତି ଯେ, ମୋ ପାଇଁ କଟକ ବାରବାଟୀ ନୂଆ ନୁହେଁ । ଗତ 20 ବର୍ଷ ହେବ ମୁଁ ଏଠାରେ ରାଜନୀତି କରୁଛି । ବିଭିନ୍ନ ରାଜନୈତିକ ଦାୟିତ୍ବ ଓ ପଦପଦବୀରେ ଏଠାରେ ଥିଲି । କିନ୍ତୁ ସିଧାସଳଖ ଭାବେ କେବେ କଟକ ବାରବାଟୀରୁ ନିର୍ବାଚନ ଲଢ଼ି ନାହିଁ । କଟକରେ ମୋର ଓ ଦଳର ସଂଗଠନ ରହିଛି । ଦଳର ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଏକ ସମ୍ମାନସ୍ପଦ ସ୍ଥାନରେ ପ୍ରାର୍ଥୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଆଶା ଓ ଆକାଂକ୍ଷା ରଖିଛନ୍ତି, ତାକୁ ପୂରଣ କରିବାକୁ ଚେଷ୍ଟା କରିବି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ସମେତ ସାରା ରାଜ୍ୟରେ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କରିଥିବା ବିକାଶ କାର୍ଯ୍ୟ ଓ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ଲଢେଇକୁ ଓହ୍ଲାଇବି । ଲଢେଇକୁ ସଫଳ କରିବି । କଟକ ବାରବାଟୀରେ ଏଥର ଏକ ଭଲ ଲଢେଇ ନିଶ୍ଚୟ ହେବ । ମୁଖ୍ୟମନ୍ତ୍ରୀ କିଛି ପରାମର୍ଶ ଦେଇଛନ୍ତି । ଦଳୀୟ ନେତା ଓ କର୍ଯ୍ୟକର୍ତ୍ତାଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକଙ୍କ ଯାହା ଆବଶ୍ୟକତା ରହିଛି ତାହା ବୁଝି ଠିକ ଫୋରମରେ ପହଞ୍ଚେଇବୁ ।

ଏହା ବି ପଢନ୍ତୁ- ବିଜେଡିରେ ମିଶିଲେ ପ୍ରକାଶ ବେହେରା, ସାଲେପୁରରୁ ସେବା ପାଇଁ ଦେଲେ ସଂକେତ

ଦଳ ବାରବାଟୀରୁ ଟିକେଟ ଦେଇଥିବାରୁ ପ୍ରକାଶ ବେହେରା ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ନିଜର ପୂର୍ବ ଆସନ ସାଲେପୁରରୁ ସେ ଆଶାୟୀ ଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ନବୀନ ନିବାସରୁ ଫେରିବା ପରେ ସେ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ବରଂ ବାରବାଟୀରୁ ଭଲ ଲଢେଇ ହେବ ବୋଲି କହିଛନ୍ତି । ସେହିପରି ସାଲେପୁରରୁ ଦଳରୁ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ବେହେରାଙ୍କୁ ନବୀନ ନିବାସରେ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି ।

କଟକ ବାରବାଟୀ ପାଇଁ ବିଜେଡି ପ୍ରକାଶଙ୍କୁ ମଇଦାନକୁ ଓହ୍ଲାଇଥିବାବେଳେ କଂଗ୍ରେସ ଓ ବିଜେପି ପଛରେ ପଡିଛନ୍ତି । କଂଗ୍ରେସ ଏଠାରୁ ବିଧାୟକ ମହମ୍ମଦ ମୋକିମ ନା ଆଉ କାହାକୁ ବିକଳ୍ପ ଭାବେ ଭାବୁଛି ତାହା ସସପେନ୍ସ ରହିଛି । ଦଳ ସହିତ କେବେ ଖଟା ତ କେବେ ମିଠା ସମ୍ପର୍କରେ ଥିବା ମୋକିମଙ୍କ ବଦଳରେ ଆଉ କାହାକୁ ଦଳ ପ୍ରାର୍ଥୀ କଲେ କଂଗ୍ରେସ ପାଇଁ ସମସ୍ୟା ହେବ । ସେହିପରି ଦଳ ମୋକିମଙ୍କ ବଦଳରେ ତାଙ୍କ ଝିଅକୁ ପ୍ରାର୍ଥୀ କରିବାକୁ ବିଚାର କରୁଥିବା ଚର୍ଚ୍ଚା ହେଉଛି । କିନ୍ତୁ ମୋକିମଙ୍କ ସହମତି ବିନା ଏହା ଅସମ୍ଭବ ମନେ ହେଉଛି ।

ସେହିପରି ବିଜେପି ମଧ୍ୟ ବାରବାଟୀରେ ନିଜର ଯୋଦ୍ଧା ଛାଡିନି । ଚର୍ଚ୍ଚାରେ ଅନେକ ନାଁ ରହିଛି । ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଜେଡି ଛାଡି ବିଜେପି ଝୁଲାରେ ପଡିଥିବା ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କ ନାଁ ରେସରେ ରହିଛି । ସେହିପରି ଗତ ପୌର ନିର୍ବାଚନରେ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ହୋଇଥିବା ଶ୍ରୀତମ ଦାସ ମଧ୍ୟ ଅଛନ୍ତି । କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କଲେ ଜଣାପଡିବା ଲଢେଇ ଜୋରଦାର ନା ହାଲକା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.