ETV Bharat / politics

ବିଜେଡିରେ କୁହୁଳୁଛି ଗୋଷ୍ଠୀ କନ୍ଦଳ, ନବୀନ ଓଡିଶା କାର୍ଯ୍ୟକ୍ରମକୁ ଆସିଲେନି ବିଧାୟକ

author img

By ETV Bharat Odisha Team

Published : Jan 30, 2024, 5:18 PM IST

NABIN Odisha Program in Jagatsinghpur: ଜଗତସିଂହପୁର ବିଜେଡିରେ ବଢ଼ୁଛି ଗୋଷ୍ଠୀ କନ୍ଦଳ । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଲେନି ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ବିଡିଓ । ଅଧିକ ପଢ଼ନ୍ତୁ

ବିଜେଡିରେ କୁହୁଳୁଛି ଗୋଷ୍ଠୀ କନ୍ଦଳ
ବିଜେଡିରେ କୁହୁଳୁଛି ଗୋଷ୍ଠୀ କନ୍ଦଳ
ବିଜେଡିରେ କୁହୁଳୁଛି ଗୋଷ୍ଠୀ କନ୍ଦଳ

ଜଗତସିଂହପୁର: 2024 ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶାରେ ଶାସକ ବିଜେଡିରେ ସେତିକି ବଢ଼ି ଚାଲିଛି ଗୋଷ୍ଠୀ କନ୍ଦଳ । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳରେ ଫାଟ ମେଲି ଆଁ କଲାଣି । ଯାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ । ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଶାସନ ପଞ୍ଚାୟତରେ ସୋମବାର ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି କର୍ମୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ବିଡିଓ ଏହି କାର୍ଯ୍ୟକ୍ରମକୁ ଆସିନଥିଲେ ବୋଲି ଆଲୋଚନା ହେଉଛି ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଶତାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସମେତ ବିଭିନ୍ନ ମହିଳା ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ତେବେ ଅତିଥି ମାନଙ୍କ ଆସିବାରେ ବିଳମ୍ବ ହେତୁ ସଭାରେ ଅସନ୍ତୋଷ ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ବ୍ଲକ ଉପାଧ୍ୟକ୍ଷ ରତି ରଞ୍ଜନ ବେହେରା, ଜଗତସିଂହପୁର ବିଡିଓ ଆଶୁତୋଷ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । କିନ୍ତୁ ମଧୁସୂଦନ ଶାସନରେ ବିଜେଡି କର୍ମୀଙ୍କ ବିବାଦ ଯୋଗୁଁ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ବିଡିଓ ଏହି କାର୍ଯ୍ୟକ୍ରମକୁ ଆସିନଥିଲେ ବୋଲି କୁହାଯାଉଛି । ଯାହାକୁ ନେଇ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଭଦ୍ରକ ବିଜେଡିରେ ଗୋଷ୍ଠୀ କନ୍ଦଳ, ଜମି ଜବରଦଖଲ ଅଭିଯୋଗରେ ବିଧାୟକଙ୍କୁ ବିରୋଧ

ନିର୍ଦ୍ଧାରିତ ସମୟ ମଧ୍ୟହ୍ନ 12ଟା ସମୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ବିଧାୟକଙ୍କ ଦେଖା ମିଳିନଥିଲା । ଦିନ ୨ଟା ପର୍ଯ୍ୟନ୍ତ ମଧ୍ୟ ଅତିଥିମାନେ ନଆସିବାରୁ ସଭାକାର୍ଯ୍ୟ ଆରମ୍ଭ ହୋଇ ପାରିନଥିଲା । ଶେଷରେ ବ୍ଲକ ଅଧ୍ୟକ୍ଷ କନକପ୍ରଭା ଲେଙ୍କା ଓ ଉପାଧ୍ୟକ୍ଷ ରତି ରଞ୍ଜନ ବେହେରା ପହଞ୍ଚିବା ପରେ ସଭାକର୍ଯ୍ୟ ଦିନ 3ଟାରେ ଆରମ୍ଭ ହୋଇଥିଲା । ଏହି ପଞ୍ଚାୟତରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଉଭୟ ଗୋଷ୍ଠୀଙ୍କ ବିବାଦକୁ ପ୍ରଶମିତ କରିବା ପାଇଁ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଦୁଇ ମାସ ତଳେ ଭୁବନେଶ୍ବର ଡାକି କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଏହା ପ୍ରଶମିତ ନହେବାରୁ ଗତକାଲି ବିଧାୟକ ସଭାସ୍ଥଳକୁ ଆସିନଥିବା ଚର୍ଚ୍ଚା ହେଉଛି । ଆଜିର ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷ କନକପ୍ରଭା ଲେଙ୍କା ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.