ETV Bharat / politics

ବିଜେପି ନେତା ଓ ମନ୍ତ୍ରୀ ଭାଓଲେସନର ସିରିଜ ସାଜିଛନ୍ତି: ସୁଲତା ଦେଓ - BJD Meets CEO

author img

By ETV Bharat Odisha Team

Published : May 18, 2024, 7:16 AM IST

BJD Delegation Meets CEO: କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କ ନାଁରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେଡି । ସେ ବିଭିନ୍ନ ସରକାର ଅଫିସକୁ ଯାଇ ଧମକାଇ ବିଜେପିକୁ ଭୋଟ ଦେବା ପାଇଁ କହୁଥିବା ବିଜେଡି ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

BJD Delegation Meets CEO
BJD Delegation Meets CEO (ETV Bharat Odisha)

ଭୁବନେଶ୍ବର: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କ ନାଁରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେଡି । କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଛି ବିଜେଡିର ଏକ ପ୍ରତିନିଧି ଦଳ । ପ୍ରତିମା ଭୌମିକ କିଛିଦିନ ଧରି କଣାସ ବ୍ଲକର ସତ୍ୟବାଦୀ ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ପାଇଁ ପ୍ରତିଦିନ ପ୍ରଚାର କରୁଛନ୍ତି । ଆଉ ଏହି ପ୍ରଚାର ସମୟରେ ସେ ବିଭିନ୍ନ ସରକାରୀ ଅଫିସକୁ ଯାଇ ଧମକାଇ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବା ପାଇଁ କହୁଥିବା ବିଜେଡି ଅଭିଯୋଗ କରିଛି ।

କେନ୍ଦ୍ରମନ୍ତ୍ରୀଙ୍କ ଏପରି ଆଚରଣ ସମ୍ପୂର୍ଣ୍ଣ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ଏହା ସହିତ ଭାରତୀୟ ଜନତା ପାର୍ଟିର ତାରକା ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କ ନାଁ ନାହିଁ । ତେଣୁ ତାଙ୍କର ସମସ୍ତ ପ୍ରଚାର ଖର୍ଚ୍ଚ ବିଜେପି ପ୍ରାର୍ଥୀ ଓମ୍‌ ପ୍ରକାଶଙ୍କ ଖର୍ଚ୍ଚରେ ସାମିଲ କରାଯାଉ ବୋଲି ମଧ୍ୟ ନିର୍ବାଚନ କମିଶନରଙ୍କ ପାଖରେ ଲିଖିତ ଦାବି କରିଛି ବିଜେଡି । ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, "ସେ ଜଣେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ । ସେ କଣ ନିର୍ବାଚନର ନିୟମ କାନୁନ ବିଷୟରେ ଅବଗତ ନାହାନ୍ତି ? କାହିଁକି ଓଡ଼ିଶାରେ ଆସି ଏଭଳି ଆଚରଣ ବିଧିକୁ ଉଲ୍ଲଘଂନ କରି ଲୋକଙ୍କୁ ଭୋଟ ମାଗୁଛନ୍ତି ? ବର୍ତ୍ତମାନ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଠିକ ଏହି ସମୟରେ ସେ ବ୍ଲକ ଅଧିକାରୀଙ୍କୁ ଡାକି ଧମକାଇ ଭୋଟ ବିଜେପି ସପକ୍ଷରେ ଦେବାକୁ କହୁଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ବି ସେ ଯାଇ ସରକାରୀ କାର୍ଯ୍ୟାଳୟରେ ଭୋଟ ଦେବା ପାଇଁ କହିବା ଅର୍ଥ ଆଚରଣ ବିଧିକୁ ଉଲ୍ଲଘଂନ କରିବା ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି - BJD Delegation Meets CEO

ଖାଲି ସେ ନୁହଁନ୍ତି, ତାଙ୍କ ଦଳର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ନେତା ଓ ମନ୍ତ୍ରୀମାନେ ମଧ୍ୟ ଏପରି ଆଦର୍ଶ ଆଚରଣ ବିଧିକୁ ମାନୁନଥିବା ସୁଲତା କହିଛନ୍ତି । ସେ କହିଛନ୍ତି, "ବିଜେପି ନେତା ଓ ମନ୍ତ୍ରୀ ନିୟମ ଉଲ୍ଲଙ୍ଘନର ଏକ ସିରିଜ ସାଜିଛନ୍ତି । ସରକାରୀ ଅଫିସରେ ପଶି ଡରାଇ ଧମକାଇ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି । ଆଉ ନିର୍ବାଚନର ସମସ୍ତ ନିୟମକୁ ଫୁ କରିଦେଉଛନ୍ତି । ଭୋଟ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ନିହାତି ଖରାପ କଥା । ତେଣୁ ଆମେ ଅନୁରୋଧ କରିଛୁ, ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଅବାଧ ଓ ନିରପେକ୍ଷ ନିର୍ବାଚନ କରିବାକୁ ଦିଅନ୍ତୁ ବୋଲି ଅନୁରୋଧ କରି ଆସିଛୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.