ETV Bharat / politics

'ଟଙ୍କା ବାଣ୍ଟୁଛନ୍ତି ବିଜେପି ନେତା'; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି - BJD Meet CEO

BJD Delegation Meet CEO: ରାଉରକେଲାରେ ନିର୍ବାଚନ ପ୍ରଚାର ବେଳେ ବିଜେପି ନେତା ଟଙ୍କା ବାଣ୍ଟୁଥିବା ଅଭିଯୋଗ । ଘଟଣାର ତଥ୍ୟ ଓ ଭିଡିଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 7, 2024, 9:00 PM IST

BJD Delegation Meet CEO
BJD Delegation Meet CEO (ETV BHARAT ODISHA)

ଭୁବନେଶ୍ବର: ନିର୍ବାଚନ ପାଇଁ ବିଜେପି ଟଙ୍କା ବାଣ୍ଟୁଥିବା ଅଭିଯୋଗ । ସୁନ୍ଦରଗଡ ଲୋକସଭା କ୍ଷେତ୍ର ରାଉରକେଲା ବିଧାନସଭାର ୩୭ ନମ୍ବର ୱାର୍ଡର ବିଜେପି ମଣ୍ଡଳ ସଭାପତି ସପ୍ତେଶ୍ବର ପାତ୍ର ଓ ଜଗବନ୍ଧୁ ସାହୁ ଟଙ୍କା ବାଣ୍ଟୁଥିବା ବେଳେ ଲୋକେ ଧରିଥିବା ଅଭିଯୋଗ । ଘଟଣାର ତଥ୍ୟ ଓ ଭିଡିଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛି ବିଜେଡି । ଅର୍ଥର ବ୍ୟବହାର ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ କରାଯାଉଛି । ଯାହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ । ଘଟଣାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।

ଏହା ବି ପଢନ୍ତୁ- ବିଜେପିର ମିଛ ଇସ୍ତାହାର; ଧର୍ମେନ୍ଦ୍ରଙ୍କ ଗ୍ୟାରେଣ୍ଟି, ନା କାମ କରିବି ନା କରେଇ ଦେବି: ବିଜେଡି

ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି, "ଗତକାଲି ସୁନ୍ଦରଗଡ ଜିଲ୍ଲା ରାଉଲକେଲା ବିଧାନସଭା କ୍ଷେତ୍ର ଅଞ୍ଚଳର ୩୭ ନମ୍ବର ୱାର୍ଡରେ ବିଜେପି ପ୍ରତିନିଧି ଅର୍ଥ କାରବାର କରୁଥିଲେ । ୩୭ ନମ୍ବର ୱାର୍ଡର ବିଜେପି ମଣ୍ଡଳ ସଭାପତି ସପ୍ତେଶ୍ବର ପାତ୍ର ଓ ଜଗବନ୍ଧୁ ସାହୁ ଟଙ୍କା ବାଣ୍ଟୁଥିବା ବେଳେ ଲୋକଙ୍କ ଦ୍ଵାରା ଧରାପଡିଥିଲେ । ଲୋକଙ୍କ ଦ୍ବାରା ବିରୋଧର ସମ୍ମୁଖୀନ ମଧ୍ୟ ହୋଇଥିଲେ । ପୋଲିସକୁ ଡାକି ଲୋକେ ସେମାନଙ୍କୁ ଜିମା ଦେଇଥିଲେ । ସେହି ଅନୁସାରେ ଆଜି ବିଜେଡି ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛୁ । ଅଭିଯୋଗ ଦାଖଲ ମଧ୍ୟ କରିଛୁ ।"

ଏହା ମଧ୍ୟ ପଢ଼ନ୍ତୁ...ସଂତୃପ୍ତଙ୍କ ନାଁରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି, ସରକାରୀ କର୍ମଚାରୀଙ୍କ ନାଁରେ ବି ଅଭିଯୋଗ - BJP Meets CEO

ସେ ଆହୁରି ମଧ୍ୟ କହିଛନ୍ତି, "ନିର୍ବାଚନକୁ ପ୍ରଭାବିତ କରିବାକୁ ଟଙ୍କା ବଣ୍ଟା ଯାଉଛି । ଏହା ଆଦର୍ଶ ଆଚରଣ ବିଧିର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ । ଘଟଣାର ସମସ୍ତ ତଥ୍ୟ ଓ ଭିଡିଓ ମଧ୍ୟ ପ୍ରଦାନ କରିଛୁ । ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛି । ଯାହା ଦ୍ବାରା ସ୍ବଚ୍ଛ, ନିରପେକ୍ଷ ଓ ଅବାଧ ନିର୍ବାଚନର ବାର୍ତ୍ତା ଜନସାଧାରଣଙ୍କ ପାଖକୁ ଯିବ ।" ତାହା ସହ ଅର୍ଥ ଦ୍ବାରା ଲୋକଙ୍କୁ ପ୍ରଲୋଭିତ ଉଦ୍ୟମକୁ ରୋକିବାକୁ ଦଳ ଆଜି ଅଭିଯୋଗ କରିଛି । ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ଇପ୍ସିତା ସାହୁ, ମଧୁସ୍ମିତା ନାୟକ, ଓମ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.