ETV Bharat / politics

'ମହିଳାଙ୍କ ଚରିତ୍ର ସଂହାର କରୁଛି ବିଜେପି', ସିଇଓଙ୍କୁ ଫେରାଦ ହେଲା ବିଜେଡି - BJD MEETS CEO - BJD MEETS CEO

BJD Delegation Meet CEO: ନିର୍ବାଚନ ପ୍ରଚାର ବେଳେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି ରାଜ୍ୟ ବିଜେପି ନେତା । ଏଭଳି ସଙ୍ଗୀନ ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ତ ହୋଇଛି ବିଜେଡି । ଅଧିକ ପଢ଼ନ୍ତୁ

BJD Delegation Meet CEO
BJD Delegation Meet CEO
author img

By ETV Bharat Odisha Team

Published : Apr 17, 2024, 10:06 PM IST

BJD Delegation Meet CEO

ଭୁବନେଶ୍ବର: ତୃଣମୂଳସ୍ତରରେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି ରାଜ୍ୟ ବିଜେପି ନେତା । ଏଭଳି ସଙ୍ଗୀନ ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି ବିଜେଡି । ନିର୍ବାଚନ କମିଶନଙ୍କ ନାଁ ନେଇ ବିଜେପି ନେତା ମହିଳାଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । କଥା ନମାନିଲେ ଆଗାମୀ ଦିନରେ ପରିଣାମ ଭୋଗିବ ବୋଲି ବିଜେପି ନେତା ନାଲି ଆଖି ଦେଖାଉଥିବା ଅଭିଯୋଗ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ବିଜେଡି ମୁଖପାତ୍ର ମଧୁସ୍ମିତା ନାୟକ କହିଛନ୍ତି, "ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଆଜି ନୂତନ ଅଧ୍ୟାୟ ସୃଷ୍ଟି କରିଛି । କିନ୍ତୁ ଓଡ଼ିଶାର ବିଜେପି ଓ ନେତାମାନେ ସାଧାରଣ ମହିଳାଙ୍କୁ ନେଇ ଈର୍ଷ୍ୟାନ୍ବିତ ହୋଇପଡିଛନ୍ତି । ଏହା ଆଜି କଥା ନୁହେଁ, ଅତୀତରେ ଏହାର ଅନେକ ନଜିର ରହିଛି । ୨୦୧୪, ୨୦୧୯ କିମ୍ବା ଓଡ଼ିଶାରେ ହୋଇଥିବା ଉପନିର୍ବାଚନରେ ଏହାର ଜଳଜଳ ପ୍ରମାଣ ମିଳିଛି । ତୃଣମୂଳ ସ୍ତରରେ ଥିବା ମହିଳାଙ୍କର ବିଜେପି ନେତା ଚରିତ୍ର ସଂହାର କରନ୍ତି । ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ସେମାନଙ୍କୁ ଧମକେଇବାକୁ ପଛାଉ ନାହାନ୍ତି ।"

ସେ ଆହୁରି କହିଛନ୍ତି, "ରାଜ୍ୟର ମହିଳାମାନଙ୍କ ସ୍ବାସ୍ଥ୍ୟ ରକ୍ଷା ଦିଗରେ ତୃଣମୂଳସ୍ତରରେ ଆଶାକର୍ମୀମାନେ କାମ କରୁଛନ୍ତି । ଛୁଆଙ୍କ ପୋଷଣ ଓ ସ୍ବାସ୍ଥ୍ୟ ରକ୍ଷା ପାଇଁ ଅଙ୍ଗନବାଡି କର୍ମୀମାନେ କାମ କରୁଛନ୍ତି । ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି ମାଆମାନେ ନୂଆ ମାଇଲ ଷ୍ଟୋନ ତିଆରି କରିଛି । କିନ୍ତୁ ବିଜେପି ନେତାମାନେ ସେହି ମହିଳାଙ୍କର ଚରିତ୍ର ସଂହାର କରୁଛନ୍ତି । ଏଥର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ବିଜେପି ନେତା ଓ କର୍ମୀଙ୍କ ସହ ନରହିବେ କିମ୍ବା ତାଙ୍କ ପାଇଁ କାମ ନକରିବେ ନିର୍ବାଚନ ଆୟୋଗଙ୍କ ନାଁ ନେଇ ଧମକ ଦେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ମିଶନ ଶକ୍ତି ମହିଳାଙ୍କୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରୁଛି ବିଜେଡି; CEOଙ୍କ ନିକଟରେ ଫେରାଦ ହେଲା ବିଜେପି - BJP Meets CEO

ତେଣୁ ଆଜି ଆମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ଜଣାଇଛୁ ବୋଲି କହିଛନ୍ତି ମଧୁସ୍ମିତା । ଯଦି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନିଅନ୍ତି ତେବେ ବିଜେପି ନେତା ମହିଳାଙ୍କୁ ଆକ୍ରମଣ କରିବାକୁ ପଛ ଘୁଞ୍ଚା ଦେବେ ନାହିଁ ବୋଲି ସେ କହିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ସସ୍ମିତ ପାତ୍ର, ସ୍ବୟଂ ପ୍ରକାଶ ମହାପାତ୍ର, ପ୍ରିୟବ୍ରତ ମାଝୀ, ଓମ ପ୍ରକାଶ ସାହୁ, ତୁମ୍ବାନାଥ ପଣ୍ଡା, ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.