ETV Bharat / politics

ନବୀନ ନିବାସରେ ନେତାଙ୍କ ଭିଡ଼; ଆର୍ଶୀବାଦ ସହ ନେଲେ ମାର୍ଗଦର୍ଶନ - BJD Candidates meet CM Naveen

BJD Candidates meet CM Naveen: ଟିକେଟ ପାଇବା ପରେ ନବୀନ ନିବାସରେ ନେତାଙ୍କ ଭିଡ଼ । ଆଶୀର୍ବାଦ ନେବା ସହ ଜଣାଇଲେ କୃତଜ୍ଞତା । ଅଧିକ ପଢନ୍ତୁ

BJD Candidates meet CM Naveen
BJD Candidates meet CM Naveen
author img

By ETV Bharat Odisha Team

Published : Mar 28, 2024, 7:37 PM IST

ନବୀନ ନିବାସରେ ନେତାଙ୍କ ଭିଡ଼; ଆର୍ଶୀବାଦ ସହ ନେଲେ ମାର୍ଗଦର୍ଶନ

ଭୁବନେଶ୍ବର: ଆଜି ଦିନ ତମାମ ନବୀନ ନିବାସରେ ଲାଗି ରହିଛି ନେତାଙ୍କ ଭିଡ଼ । ଟିକେଟ ପାଇବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବାକୁ ନବୀନ ନିବାସରେ ଭିଡ଼ ଲଗେଇଛନ୍ତି ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି ଟିକେଟ ପାଇଥିବା ନେତା । ସେହିପରି ଆସନ୍ତା ନିର୍ବାଚନରେ ମଇଦାନକୁ ଓହ୍ଲାଇବା ପୂର୍ବରୁ ନେତାଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ନବୀନ । ସେପଟେ ଟିକେଟ କଟିବା ସମ୍ଭାବନା ଥିବା ଟିକେଟ ହୋଲଡ଼ ହୋଇଥିବା ନେତା ମଧ୍ୟ ହାଜର ହୋଇଛନ୍ତି ।

BJD Candidates meet CM Naveen
BJD Candidates meet CM Naveen

ଗତକାଲି ପ୍ରଥମ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ୭୨ ଜଣ ବିଧାୟକ ଏବଂ ୧୫ ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଟିକେଟ ପାଇଥିବା ନେତା । ପୁଣି ଥରେ ଅସ୍ଥା ପ୍ରକଟ କରି ଟିକେଟ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନେତା । ସେହିପରି ନୂଆ କରି ଟିକେଟ ପାଇଥିବା ନେତା ନବୀନଙ୍କ ଆଶୀର୍ବାଦ ନେଇଛନ୍ତି । ଏହା ଅନୁଷ୍ଠିତ ହୋଇଛି ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସମନ୍ବିତ ବୈଠକ । ବୈଠକରେ ନିର୍ବାଚନ ରଣନୀତି, କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବେ, ବିରୋଧୀଙ୍କ ଅପପ୍ରଚାରକୁ କେମିତି ରୋକିବେ ଏ ନେଇ ଆଲୋଚନା ହୋଇଛି ।

ରାଜ୍ୟ ସରକାରଙ୍କ ବିକାଶର ମୁଦ୍ଦା, ଲୋକଙ୍କ ଲାଗି ରାଜ୍ୟ ସରକାର କରିଥିବା ଜନକଲ୍ୟାଣକାରୀ ଯୋଜନା ବିଷୟରେ ଜଣାଇ ଭୋଟ ଭିକ୍ଷା କରିବା ପାଇଁ ପ୍ରାର୍ଥୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅଞ୍ଚଳର ପ୍ରତିଟି ଲୋକ ପାଖରେ ପହଁଚିବା ପାଇଁ ସେ ପ୍ରାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଥମଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବାଲେଶ୍ଵର ଜିଲ୍ଲା ବସ୍ତାର ନିର୍ବାଚନ ମଣ୍ଡଳୀର ସୁବାସିନୀ ଜେନା କହିଛନ୍ତି ଯେ, ମୋତେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି । ମୁଖ୍ୟମନ୍ତ୍ରୀ ଓ ବସ୍ତା ବାସୀଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଛି । ଲୋକଙ୍କ ପାଖକୁ ଯିବା ଓ ଲୋକଙ୍କ ସମସ୍ୟା ସହିତ ଜଡିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ତୁରନ୍ତ ସମାଧାନ କରିବା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି ।

BJD Candidates meet CM Naveen
BJD Candidates meet CM Naveen

ଏହା ବି ପଢନ୍ତୁ- ୨୪ ରଣ ପାଇଁ ବିଜେଡି ଯୋଦ୍ଧା ତୟାର: ସୁପ୍ରିମୋଙ୍କୁ ଦେଲେ ଧନ୍ୟବାଦ, ଝୁମିଲେ ସମର୍ଥକ

ସେହିପରି ବସ୍ତାର ବର୍ତ୍ତମାନର ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଆଶୀର୍ବାଦ ମୋ ପ୍ରତି ରହିଛି । ଗତ ୧୦ ତାଙ୍କ ପାଇଁ କାମ କରି ଆସିଛି । ତାଙ୍କର ପ୍ରଚ୍ଛନ୍ନ ହାତ ମଧ୍ୟ ମୋ ମୁଣ୍ଡ ଉପରେ ଅଛି । ସେହିପରି ଦ୍ବିତୀୟ ବାର କଟକ ଚୌଦ୍ବାରରୁ ଟିକେଟ ପାଇଥିବା ସୌଭିକ ବିଶ୍ବାଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ପୁନର୍ବାର ଅସ୍ଥା ପ୍ରକଟ କରିଛନ୍ତି । ଆଜି ଓଡିଶା ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ପାଇଁ ସମ୍ଭବ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମାଟିର ପୁଅ । ତେଣୁ ସଦା ସର୍ବଦା ସାଧାରଣ ଲୋକଙ୍କ ସମର୍ଥନ ତାଙ୍କ ପ୍ରତି ରହି ଆସିଛି । ଆଗକୁ ମଧ୍ୟ ରହିବ । କେହି ଦଳ ଛାଡିଲେ ବି ବିଜେଡି ଉପରେ କିଛି ପ୍ରଭାବ ପଡିବ ନାହିଁ । ଚୌଦ୍ବାରରେ ସେମିତି କେହି ରାଜନୈତିକ ବିରୋଧୀ ନାହାନ୍ତି । ବାପା ଡାକ୍ତର ପ୍ରଭାତ ବିଶ୍ବାଳ ଓ ମୁଁ ରହି ଆସିଛୁ ।

BJD Candidates meet CM Naveen
BJD Candidates meet CM Naveen

ସେହିପରି ଧାମନଗରରୁ ଆଉ ଜଣେ ଯୁବ ନୂଆ ଚେହେରା ଡାକ୍ତର ସଞ୍ଜୟ ଦାସ କହିଛନ୍ତି ଯେ, ଜନସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ ଯୋଗୁଁ ସବୁ କିଛି ସମ୍ଭବ । ଧାମନଗରର ଉନ୍ନତି ଆଗାମୀ ଦିନରେ ଶିଖର ଛୁଇଁବ । ଭଲ କାମ କରିବା ଲାଗି ନିର୍ବାଚନ ଜିତିବାକୁ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ମାର୍ଗଦର୍ଶନ ଦେଇଛନ୍ତି । ବାଙ୍କୀ ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ନିର୍ଦ୍ଦେଶ ସହ ଗୁରୁ ମନ୍ତ୍ର ମିଳିଛି । ସଠିକ ଢଙ୍ଗରେ ନିର୍ବାଚନ ପରିଚାଳନା ଓ ନିର୍ବାଚନରେ ମାତ୍ରାଧିକ ଭୋଟ ପାଇ ଜୟ ଯୁକ୍ତ ହେବ ସେ ନେଇ ପରାମର୍ଶ ଦିଆଯାଇଛି । ନିରନ୍ତର ଭାବେ ଓଡ଼ିଶାବାସୀଙ୍କ ସହିତ ଥିବାରୁ ବିଜେଡି ଓ ନବୀନ ବାବୁଙ୍କୁ ଓଡିଶାବାସୀ ସମର୍ଥନ ଦେଉଛନ୍ତି । ଏହାର କିଛି ଫର୍ମୁଲା ନାହିଁ । ଆମେ ସବୁବେଳେ ଲୋକଙ୍କ ସହିତ ଅଛୁ ।

ଏହା ବି ପଢନ୍ତୁ- ଦୁଇଟି ପର୍ଯ୍ୟାୟରେ 87 ଯୋଦ୍ଧାଙ୍କ ନାଁ ଘୋଷଣା କଲା ବିଜେଡି: ମଇଦାନରେ 16 ମହିଳା, 17 ନୂଆ ମୁହଁ

ଅନ୍ୟପଟେ ଛେଣ୍ଡିପଦାର ବିଜେଡି ପ୍ରାର୍ଥୀ ଅଭିଜ୍ଞ ସୁଶାନ୍ତ କୁମାର ବେହେରା କହିଛନ୍ତି ଯେ, ଗାଁକୁ ଗାଁ ବୁଲି ସବୁ ଭୋଟଙ୍କ ପାଖରେ ପହଁଚିବୁ । ଦଳ କିପରି ବଡ଼ ବ୍ୟବଧାନରେ ବିଜୟ ଲାଭ କରିବ ସେ ନେଇ ଆଜି ଦିଗଦର୍ଶନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ତାଳସ୍ତରରେ ଭୋଟଙ୍କ ପାଖରେ ପହଁଚାଯିବ । ସମ୍ବଲପୁର ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ କୌଣସି ବିଧାନସଭା ସିଟରେ ବଡ଼ ଫାଇଟ ହେବାର ସମ୍ଭାବନା ନାହିଁ ।

ଦଳୀୟ ନେତା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସମୟରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ବିଜେଡି ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ, ସଂତୃପ୍ତ ମିଶ୍ର, ଅଂଶୁମାନ ମହାନ୍ତି, ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ, ଜଗନ୍ନାଥ ସାରକା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରୀତା ସାହୁ, ଅଶ୍ବିନୀ ପାତ୍ର, ପ୍ରତାପ କେଶରୀ ଦେବ, ବିକ୍ରମ ଆରୁଖ, ଶ୍ରୀକାନ୍ତ ସାହୁ, ଚନ୍ଦ୍ର ସାରଥୀ ବେହେରା, ବିକ୍ରମ ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ସଂଜୀବ ମଲ୍ଲିକ, ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ବାଳ, ସୁବାସ ବେହେରା ନବୀନ ନିବାସରେ ପହଁଚି ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ପ୍ରଫୁଲ୍ଲ ସାମଲ, ବ୍ୟମକେଶ ରାୟ, ବିପ୍ଳବ ପାତ୍ର, ଲତିକା ପ୍ରଧାନ, ଜଗନ୍ନାଥ ନାୟକ, ବିଷ୍ଣୁବ୍ରତ ରାଉତରାୟ, ସୌଭିକ ବିଶ୍ବାଳ, ଦେବୀ ରଞ୍ଜନ ତ୍ରିପାଠୀ, ସଞ୍ଜୟ ଦାସ, ସାଲୁଗା ପ୍ରଧାନ, ବିଭୁତି ବଳବନ୍ତରାୟ ପ୍ରମୁଖ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଟିକେଟ କ୍ଲିଅର ହୋଇନଥିବା ଅମର ପ୍ରସାଦ ଶତପଥୀ ଓ ଭାଗିରଥି ସେଠୀଙ୍କୁ ମଧ୍ୟ ନବୀନ ନିବାସରେ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.