ETV Bharat / politics

ନବୀନ ନିବାସରେ ନେତା ମେଳି; ଆଶୀର୍ବାଦ ସହ ବୃହତ ବିଜୟ ଦମ୍ଭୋକ୍ତି - BJD Candidates meet CM Naveen - BJD CANDIDATES MEET CM NAVEEN

BJD Candidates meet CM Naveen: ନବୀନ ନିବାସରେ ପୁଣି ନେତାଙ୍କ ଗହଳି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ସହ ବୃହତ ବିଜୟ ପାଇଁ ଦେଖାଇଲେ ଦମ୍ଭୋକ୍ତି । ଅଧିକ ପଢନ୍ତୁ

BJD Candidates meet CM Naveen
BJD Candidates meet CM Naveen
author img

By ETV Bharat Odisha Team

Published : Apr 4, 2024, 7:42 PM IST

Updated : Apr 4, 2024, 9:00 PM IST

ନବୀନ ନିବାସରେ ନେତା ମେଳି; ଆଶୀର୍ବାଦ ସହ ବୃହତ ବିଜୟ ଦମ୍ଭୋକ୍ତି

ଭୁବନେଶ୍ବର: ଟିକେଟ ଘୋଷଣା ପରେ ଆଜି (ଗୁରୁବାର) ନବୀନ ନିବାସରେ ପୁଣି ଦେଖିବାକୁ ମିଳିଛି ନେତାଙ୍କ ଗହଳି । ଘୋଷିତ ପ୍ରାର୍ଥୀ ଆଜି ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ଆଶୀର୍ବାଦ ନେଇଛନ୍ତି । ସେହିପରି ଶେଷ ମୁହୂର୍ତ୍ତରେ ଟିକେଟ ପାଇଁ ଲବି କରୁଥିବା ଆଶାୟୀ ମଧ୍ୟ ନବୀନ ନିବାସରେ ଭିଡ଼ ଲଗାଇଛନ୍ତି ।

ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେଡି ୨୦ଟି ଲୋକସଭା ଓ ୯୯ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଗତକାଲି ୫ଟି ଲୋକସଭା ୨୭ଟି ବିଧାନସଭା ପାଇଁ ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇଛି ଦଳ । ଟିକେଟ ପାଇଥିବା ନେତା ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ପହଁଚିଛନ୍ତି । ସେହିପରି ନିଜ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି । ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ବୈଠକ ପରେ ବରିଷ୍ଠ ବିଜେଡି ନେତା ତଥା ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି ଯେ, ନିଜ ଅଞ୍ଚଳର ପୂର୍ଣ୍ଣାଙ୍ଗ ତଥ୍ୟ ସଭାପତିଙ୍କୁ ଦେଇଛୁ । ଜିଲ୍ଲାରେ ବିଜେଡିର ସ୍ଥିତି ବହୁତ ଭଲ ଅଛି । ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ ଆମ ପାଇଁ ସମସ୍ୟା ହେବେନାହିଁ । ସେ ବିଜେଡ଼ି ଟିକେଟରୁ ୩ ଥର ବିଧାୟକ ହୋଇଛନ୍ତି । ଜିଲ୍ଳା ସଭାପତି ଥିଲେ । ମନ୍ତ୍ରୀ ମଧ୍ୟ ହୋଇଥିଲେ । ଏହା ସତ୍ତ୍ବେ ସେ କାଣ୍ଡ କାରଖାନା କରିଛନ୍ତି ତାହା ବାବଦରେ ଲୋକେ ଅବଗତ ଅଛନ୍ତି । ତାଙ୍କ ଉପରେ ଲୋକେ ଭରସା କରିବେ ନାହିଁ । ବିଜେଡିରେ ଅସନ୍ତୋଷ କିଛି ନାହିଁ । ବ୍ରହ୍ମପୁରରେ ଭୃଗୁ ବକ୍ସିପାତ୍ର ଓ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟରେ ଆକାଶ ପାତାଳ ଫରକ ।

ଏହା ବି ପଢନ୍ତୁ- ନବୀନ ନିବାସରେ ନେତାଙ୍କ ଭିଡ଼; ଆର୍ଶୀବାଦ ସହ ନେଲେ ମାର୍ଗଦର୍ଶନ

ସେହିପରି ମୋରଡାରୁ ମଇଦାନକୁ ଓହ୍ଲାଇଥିବା ବିଧାୟକ ରାଜକିଶୋର ଦାସଙ୍କ ପତ୍ନୀ ପ୍ରିତିନନ୍ଦା କାନୁନଗୋ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆମକୁ ପ୍ରଚାର ପାଇଁ କିଛି ଟିପ୍ସ ଦେଇଛନ୍ତି । ନିଜ ସହ ସଂସଦୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବୁ । ବିଜେଡିର ଏକମାତ୍ର ଏଜେଣ୍ଡା ବିକାଶ । ବିକାଶର ଅନ୍ୟ ନାମ ନବୀନ ପଟ୍ଟନାୟକ । ୨୦୧୯ ସ୍ଥିତି ଆଉ ନାହିଁ । ଗତ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଛି । ସବୁ ଜିଲ୍ଲା ପରିଷଦ ବିଜେଡି ଖାତାକୁ ଯାଇଛି । ନିର୍ବାଚନରେ ଦଳ ଭଲ ପରିମାଣର ଭୋଟ ପାଇଛି । ଏଥର ଜିଲ୍ଲାରେ ଥିବା ସମସ୍ତ ଆସନ ବିଜେଡ଼ି ଜିତିବ ।

ବଣେଇ ପ୍ରାର୍ଥୀ ଭୀମସେନ ଚୌଧୁରୀ କହିଛନ୍ତି ଯେ, ଲଢେଇ ଜୋରଦାର ହେବ । ଜିଲ୍ଲାରେ ବିରୋଧୀଙ୍କୁ ନିଶ୍ଚିନ୍ନ କରିଦେବୁ । ବଣେଇରେ ସିପିଏମକୁ ସଫା କରିଦେବୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣେଇ ମାଟିରେ ବିକାଶ ଧାରା ଜାରି ରଖିଛନ୍ତି । ବିଜେପି ଅବସ୍ଥା ଦୌଦଲ୍ୟମାନ । ଯଦି ଦିଲ୍ଲୀପ ରାୟ ବିଜେପିରେ ସାମିଲ ହୁଅନ୍ତି ତେବେ କୌଣସି ପ୍ରଭାବ ପଡିବନାହିଁ । ରାଜ୍ୟରେ ଗୋଟିଏ ନେତା ନବୀନ ପଟ୍ଟନାୟକ । ନବୀନ ବିକାଶର ସ୍ରୋତକୁ କେହି ଅଟକାଇ ପାରିବେ ନାହିଁ । ସବୁ ଭାସି ଯିବେ । ଆମର ବିକାଶ ଧାରାର ରଣନୀତି ହେବ ।

ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ଭଦ୍ରକର ମଞ୍ଜୁଲତା ମଣ୍ଡଳ, ବରଗଡର ପରିଣୀତା ମିଶ୍ର, ବ୍ରହ୍ମପୁରର ଭୃଗୁ ବକ୍ସିପାତ୍ର ଓ କେନ୍ଦୁଝରର ଧନୁର୍ଜୟ ସିଦ୍ଧୁ ପ୍ରମୁଖ ନବୀନ ନିବାସ ଆସିଛନ୍ତି । ସେହିପରି ବ୍ରଜରାଜନଗରର ଅଳକା ମହାନ୍ତି, ଝାରସୁଗୁଡାର ଦୀପାଳି ଦାସ, ତଲସରାର ବିନୟ କୁମାର ଟପ୍ପୋ, ସୁନ୍ଦରଗଡ଼ର ଯୋଗେଶ ସିଂ, ବଣେଇର ଭୀମସେନ ଚୌଧୁରୀ, ଉଦଳାର ଶ୍ରୀନାଥ ସୋରେନ, ବାରିପଦାର ସାନନ୍ଦ ମାରାଣ୍ଡି, ବଡ଼ସାହିର ଅନୁସୟା ପାତ୍ର, ମୋରଡ଼ାର ପ୍ରିତିନନ୍ଦା କାନୁନଗୋ, ସୋରର ମାଧବ ଧଡ୍ଡା, ଖରିଆରର ଅଧିରାଜ ପାଣିଗ୍ରାହୀ, ବ୍ରିରମହାରାଜାପୁରର ପଦ୍ମନାଭ ବେହେରା, ଫୁଲବାଣୀର ଜୟଶ୍ରୀ କାନ୍ଧାର, ତିର୍ତ୍ତୋଲର ରମାକାନ୍ତ ଭୋଇ, ଜଗତସିଂହପୁରର ପ୍ରଶାନ୍ତ କୁମାର ମୁଦୁଲି, ଭୁବନେଶ୍ୱର ଉତ୍ତରର ସୁଶାନ୍ତ କୁମାର ରାଉତ, ଭୁବନେଶ୍ବର ଏକାମ୍ରର ଅଶୋକ କୁମାର ପଣ୍ଡା, ଖଲ୍ଲିକୋଟର ସୂର୍ଯ୍ୟମଣୀ ବୈଦ, ଆସ୍କାର ମଞ୍ଜୁଳା ସ୍ବାଇଁ, ବ୍ରହ୍ମପୁରର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପାରଳାଖେମୁଣ୍ଡିର ରୂପେଶ ପାଣିଗ୍ରାହୀ, ପଟାଙ୍ଗିର ପ୍ରଫୁଲ୍ଲ କୁମାର ପାଙ୍ଗି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 4, 2024, 9:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.