ETV Bharat / politics

କଟକ ଲୋକସଭା ନିର୍ବାଚନ: ଭର୍ତ୍ତୃହରିଙ୍କ ପୁରୁଣା ପିଚରେ ନୂଆ ବ୍ୟାଟ୍ସମ୍ୟାନ ସନ୍ତୃପ୍ତ, କାହାର ହେବ ବାଜିମାତ ! - Bhartruhari vs Santrupta

author img

By ETV Bharat Odisha Team

Published : Apr 1, 2024, 9:53 PM IST

Bhartruhari vs Santrupta: କଟକ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କ ମଧ୍ୟରେ ହେବାକୁ ଯାଉଛି କଡା ଟକ୍କର । ଏହାରି ଭିତରେ 'କ୍ରିକେଟ' ଉପାଖ୍ୟାନକୁ ନେଇ ଜୋର ଧରିଛି ରାଜନୀତି । ଅଧିକ ପଢନ୍ତୁ

Bhartruhari vs Santrupta
Bhartruhari vs Santrupta

Bhartruhari vs Santrupta

କଟକ: ଲୋକସଭା ନିର୍ବାଚନ ପାଇଁ କଟକରେ ଦେଖାଦେଲାଣି ନିର୍ବାଚନୀ ତାତି । ଉଭୟ ବିଜେପି ଏବଂ ବିଜେଡି ପାର୍ଥୀ ଘୋଷଣା କରିବା ପରେ ଉଷ୍ମତା ବଢ଼ିବାରେ ଲାଗିଛି । ଛଅ ଛଅ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବ ଏବଂ ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଦେଇଥିବା ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ ହେବ ଲଢେଇ । ଆରୋପ ପ୍ରତ୍ୟାରୋପକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ୍ରିକେଟ ଉପାଖ୍ୟାନକୁ ନେଇ ପରସ୍ପର ମଧ୍ୟରେ କଥାକଟା କଟି ଆରମ୍ଭ ହୋଇଯାଇଛି। ଗତକାଲି (ରବିବାର) କଟକ ବିଜେଡି ସାଂସଦ ପାର୍ଥୀ 'କ୍ରିକେଟ ଉପାଖ୍ୟାନ'କୁ ନେଇ ଭର୍ତ୍ତୃହରିଙ୍କୁ ଟାର୍ଗେଟ କରିଛନ୍ତି । ଭର୍ତ୍ତୃହରିଙ୍କ ବାବଦରେ ସଂନ୍ତୃପ୍ତ କହିଥିଲେ, "ତାଙ୍କର ଅଭିଜ୍ଞତାକୁ ମୁଁ ସମ୍ମାନ କରେ । ହେଲେ ନୂଆ ବ୍ୟାଟ୍ସମ୍ୟାନ ବି ଛକା ଚୌକାର ବର୍ଷା କରନ୍ତି । "

ସଂନ୍ତୃପ୍ତଙ୍କ ଏହି କଥାକୁ ତର୍ଜମା କଲେ ମନେ ହୁଏ, ଭର୍ତ୍ତୃହରି ହେଉଛନ୍ତି ଅଭିଜ୍ଞ ବୋଲର। ତେବେ ଜଣେ ନୂତନ ବ୍ୟାଟସମାନ ଛକା ଚୌକା ମାରି ମ୍ୟାଚ ଜିତାଇ ପାରିବ ଅର୍ଥାତ୍ ଭର୍ତ୍ତୃହରିଙ୍କ ବିରୋଧରେ ସଂତୃପ୍ତ ଜିତିପାରିବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଏହାକୁ କାଉଣ୍ଟର କରିଛନ୍ତି ଭର୍ତ୍ତୃହରି । ଏହାର ଉତ୍ତରରେ ଭର୍ତ୍ତୃହରି କହିଛନ୍ତି, "ପିଚ୍ ଉପରେ ନିର୍ଭର କରେ କିଏ କେମିତି ବୋଲିଂ ଆଉ ବ୍ୟାଟିଂ କରୁଛି । କଟକ ପିଚକୁ ଦେଖି ଖେଳିବାକୁ ପଡି଼ବ। କାରଣ କେତେବେଳେ ଅଫ ସ୍ପିନ, କେତେବେଳେ ଲେଗ୍ ସ୍ପିନ, ଗୁଗୁଲ ବଲ ପଡିବ। ତେଣୁ କଟକ ପିଚରେ ଦେଖି ଖେଳିବାକୁ ପଡିବ।"

ଏହା ମଧ୍ୟ ପଢନ୍ତୁ...ନୂଆ ବ୍ୟାଟରଙ୍କ ପରି ମୁଁ ବି ଛକା ଚୌକା ବର୍ଷା କରିବି: ସଂତୃପ୍ତ ମିଶ୍ର - Santrupta Vs Bhartruhari

ଭର୍ତ୍ତୃହରିଙ୍କ କାଉଣ୍ଟର ପରେ ଆଜି ପୁଣି ମୁହଁ ଖୋଲିଛନ୍ତି ସଂତୃପ୍ତ। ସେ ଭର୍ତ୍ତୃହରିଙ୍କ ଜବାବକୁ ସମର୍ଥନ କରିବା ସହ ଅତି ଚତୁରତାର ସହ ପ୍ରତିକ୍ରିୟା ରଖିଛନ୍ତି। ସନ୍ତୃପ୍ତ କହିଛନ୍ତି, "ଆପଣ ଯେଉଁ ଖେଳ ଖେଳିବେ ସେଥିରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହେବ। ବ୍ୟାଟସମାନମାନେ ଆଡଯଷ୍ଟ ହୋଇ ଖେଳିବାକୁ ପଡିବ। ଯେଉଁ ବ୍ୟାଟସମାନ ଆଡ଼ଜଷ୍ଟ ହୋଇ ଖେଳିବ, ସେ ପ୍ରକୃତରେ ଭଲ ଖେଳିବ। ନିଜର ପିଚ ଅନୁସାରେ, ବୋଲର ଅନୁସାରେ ଏବଂ ନିଜ ଟିମର ସ୍କୋର ଅନୁସାରେ ଆଡଜଷ୍ଟ ହୋଇ ଖେଳିବାକୁ ପଡିବ।" ତେବେ ତାଙ୍କର ଏହି ପ୍ରତିକ୍ରିୟା ଅନେକ କଥା ଇଶାରା କରୁଛି। ତେବେ କଟକ ଲୋକସଭା ଆସନ ପାଇଁ ଉଭୟ ବିଜେଡି ବିଜେପି ନିଜ ନିଜର ପ୍ରଚାର ଆରମ୍ଭ କରିଦେଇଥିବାବେଳେ କଂଗ୍ରେସ ଏଯାବତ ପାର୍ଥି ଘୋଷଣା କରି ନାହିଁ । ଏହି ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲୁ ଚର୍ଚ୍ଚା ହେଉଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.