ETV Bharat / politics

ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ; ସମୀର-ଅରୁନ୍ଧତୀଙ୍କୁ ମିଳିଲା ନୂଆ ଦାୟିତ୍ବ - Odisha Election 2024 - ODISHA ELECTION 2024

BJD appoints Sameer Dash as Observer for Dhenkanal: ଫେଲ୍ ମାରିଲା ସମୀରଙ୍କ ଚାପ । ଟିକଟର ପୁର୍ନବିଚାର ନକରି ବିଧାୟକ ସମୀର ଦାଶଙ୍କୁ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି । ଅଧିକ ପଢନ୍ତୁ

ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ; ସମୀର-ଅରୁନ୍ଧତୀଙ୍କୁ ଦେଲା ନୂଆ ଦାୟିତ୍ବ
ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ; ସମୀର-ଅରୁନ୍ଧତୀଙ୍କୁ ଦେଲା ନୂଆ ଦାୟିତ୍ବ (Etv Bharat Odisha)
author img

By ETV Bharat Odisha Team

Published : May 7, 2024, 10:33 AM IST

ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ; ସମୀର-ଅରୁନ୍ଧତୀଙ୍କୁ ଦେଲା ନୂଆ ଦାୟିତ୍ବ
ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ; ସମୀର-ଅରୁନ୍ଧତୀଙ୍କୁ ଦେଲା ନୂଆ ଦାୟିତ୍ବ (Etv Bharat Odisha)

ଭୁବନେଶ୍ବର: ଅସନ୍ତୁଷ୍ଟ ନେତାଙ୍କ ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ । ନିମାପଡା ବିଧାୟକ ସମୀର ଦାଶଙ୍କୁ ମିଳିଲା ନୂଆ ଦାୟିତ୍ବ । ଟିକଟ କଟିବା ପରେ ଅସନ୍ତୁଷ୍ଟ ଥିବା ସମୀରଙ୍କୁ 2024 ନିର୍ବାଚନ ପାଇଁ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି ବିଜେଡି । ତେବେ ଟିକଟ ପାଇଁ ସମୀର ବିଶାଳ ଶକ୍ତି ପ୍ରଦର୍ଶନ ସହ ଦଳ ଉପରେ ବାରମ୍ବାର ଚାପ ପକାଇ ଆସୁଥିଲେ ହେଁ ସବୁକିଛି ଫେଲ୍ ମାରିଛି । ତାଙ୍କୁ ଢେଙ୍କାନାଳ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇ ନିମାପଡା ବିଧାନସଭା ଆସନରେ ଟିକଟର ପୁନର୍ବିଚାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ଦଳ । ସେପଟେ ଟିକଟ ଦେଇ ପୁଣି ଫେରାଇ ଆଣିଥିବା ଅରୁନ୍ଧତୀ ଦେବୀଙ୍କୁ ମଧ୍ୟ ଦଳ ନୂଆ ଦାୟିତ୍ବ ଦେଇଛି । ରାଣୀଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଦାୟିତ୍ବ ଭାବେ ନିଯୁକ୍ତି ମିଳିଛି ।

2024 ନିର୍ବାଚନରେ ବିଜେଡି ଏଥର ନିମାପଡା ବିଧାୟକ ସମୀର ଦାଶଙ୍କ ଟିକଟ କାଟିଛି । ତାଙ୍କ ବଦଳରେ ବିଜେପିରୁ ଆସିଥିବା ଦିଲ୍ଲୀପ ନାୟକଙ୍କୁ ନିମାପଡାରେ ପ୍ରାର୍ଥୀ କରିଛି ବିଜେଡି । ଦିଲ୍ଲୀପଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି କିଛି ଦିନ ହେଲା ସମୀରଙ୍କ ସମର୍ଥକମାନେ ସଭା ସମିତି ମେଳି କରି ଟିକଟର ପୁନର୍ବିଚାର କରିବାକୁ ଦାବି କରିଆସୁଥିଲେ । ସମୀର ମଧ୍ୟ ବିଶାଳ ରାଲି ସହ ଶକ୍ତି ପ୍ରଦର୍ଶନ କରି ଦଳକୁ ଅକଳରେ ପକାଇଥିଲେ । ଏମିତିକି ନିମାପଡା ବିଜେଡିର ସମୀରଙ୍କ ସମର୍ଥକଙ୍କ ଏକ ବୃହତ୍ ଗୋଷ୍ଠୀ ଦଳରୁ ଇସ୍ତଫା ମଧ୍ୟ ଦେଇଥିଲେ । ଏହାମଧ୍ୟରେ ଅସନ୍ତୁଷ୍ଟ ସମୀର ବିଜେପିର ସାମିଲ୍ ହେବାର ଚର୍ଚ୍ଚା ଉଠିଥିଲା । ନଚେତ୍ ସେ ସ୍ବାଧୀନରୁ ଲଢିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ଏହି ଅସନ୍ତୋଷ ନିମାପଡାରେ ବିଜେଡି ଅଙ୍କ ବିଗାଡିବା ନେଇ ସନ୍ଦେହ ସୃଷ୍ଟି କରିଥିଲା ।

ହେଲେ ବାରମ୍ବାର ଚାପ ସତ୍ତ୍ବେ ଦଳ ସମୀରଙ୍କୁ ଟିକଟ ଦେବା ଉପରେ ପୁନର୍ବିଚାର କରିନାହିଁ । ଏହା ବଦଳରେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଛି । ଏପରି ସ୍ଥଳେ ସମୀରଙ୍କ ଆଗାମୀ ଆଭିମୁଖ୍ୟ କ'ଣ ରହିବ ତା' ଉପରେ ଏବେ ସମସ୍ତଙ୍କର ନଜର ।

ଏହା ମଧ୍ୟ ପଢନ୍ତୁ: ପୁଣି ଶକ୍ତି ଦେଖାଇଲେ ସମୀର; ବିଜେଡିରୁ ସମୂହ ଇସ୍ତଫା ଦେଲେ ସମର୍ଥକ - Samir Dash Supporters Resigned

ସେହିପରି ଚଳିତ ନିର୍ବାଚନରେ ବିଜେଡି ଦେବଗଡ଼ ବିଧାନସଭା ଆସନରେ ରାଣୀ ଅରୁନ୍ଧତୀ ଦେବୀଙ୍କୁ ଟିକଟ ଦେଇଥିଲା । ହେଲେ ପରେ ସେହି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା । ଦଳ ରାଣୀଙ୍କ ଠାରୁ ଟିକଟ ଫେରାଇ ଆଣି ତାଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିଲା । ଏବେ ରାଣୀଙ୍କ ମାନଭଞ୍ଜନ ପାଇଁ ତାଙ୍କୁ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦିକା ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.