ETV Bharat / politics

ବିଜେଡିର ନୂଆ ମୁଖପାତ୍ର ଓ ମିଡିଆ ଟିମ, ସଂତୃପ୍ତଙ୍କୁ ମିଳିଲା ବଡ଼ ଦାୟିତ୍ବ - New Spokesperson Of BJD

New Spokesperson Of BJD: ବିଜୁ ଜନତା ଦଳର ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗି ଦିଆଯାଇଛି । ଦଳର ନବକଳେବର ହୋଇଥିବାବେଳେ ଟିମରେ କିଏ କିଏ ସ୍ଥାନ ପାଇଛନ୍ତି ଜାଣନ୍ତୁ ।

author img

By ETV Bharat Odisha Team

Published : Jul 7, 2024, 10:07 PM IST

New Spokesperson Of BJD
New Spokesperson Of BJD (ETV Bharat Odisha)

ଭୁବନେଶ୍ବର: ରଥଯାତ୍ରା ଭଳି ପବିତ୍ର ଦିନରେ ବିଜୁ ଜନତା ଦଳର ନବକଳେବର ଆରମ୍ଭ କରିଛି । ବିଜେଡିର ସମସ୍ତ ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗି ଦିଆଯାଇଛି । ନୂତନ ଭାବେ ବିଜେଡିର ମିଡ଼ିଆ ଓ ମୁଖପାତ୍ରଙ୍କର ଟିମ ଗଠନ ହୋଇଛି । ନବୀନଙ୍କ ରାଜନୈତିକ ସଚିବ ଭାବେ ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ବିଜେଡ଼ି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦସ୍ତଖତ ଯୁକ୍ତ ବିଜ୍ଞପ୍ତି ଅନୁଯାୟୀ, ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ବଡ଼ ଦାୟିତ୍ୱ ମିଳିଛି । ନିର୍ବାଚନ ପୂର୍ବରୁ ଦଳରେ ସାମିଲ ହୋଇ କଟକରୁ ସାଂସଦ ପ୍ରାର୍ଥୀ ହୋଇଥିବା ସଂତୃପ୍ତ ଦଳ ମୁଖିଆଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ।

ଦଳ ଜାତୀୟ ମୁଖପାତ୍ର ନିଯୁକ୍ତି ମଧ୍ୟ ଦେଇଛି । ଏହି ଟିମରେ ଡକ୍ଟର ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂଦେଓ, ଡାକ୍ତର ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ପ୍ରଦୀପ କୁମାର ମାଝୀ ପ୍ରମୁଖ ଅଛନ୍ତି । ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ବରିଷ୍ଠ ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ ପୂର୍ବଭଳି ସାମାଜିକ ଗଣମାଧ୍ୟମର ସଂଯୋଜକ କରାଯାଇଛି । ମିଡିଆ ସଂଯୋଜକ ଭାବେ ଡକ୍ଟର ଲେନିନ ମହାନ୍ତି ଓ ଡକ୍ଟର ପ୍ରିୟବ୍ରତ ମାଝୀଙ୍କୁ ଦାୟିତ୍ୱ ମିଳିଛି ।

ଏହା ବି ପଢନ୍ତୁ...ନବୀନଙ୍କୁ ହରାଇ ଦିଆଯାଇଛି, ଢୋଲ ଭିତରେ ମୂଷା ଥିଲେ: ସମ୍ବିତ - Sambit Routray Reaction On Election
ଏହା ବି ପଢନ୍ତୁ...ବିଜେଡିକୁ ବିଜେପିର ଜବାବ,୨୪ ବର୍ଷର କାମକୁ ୨୪ ଦିନରେ କରି ଦେଖାଇଛୁ - BJP Slams BJD

ସେହିପରି ପୁରୁଣା ଟିମ ଭାଙ୍ଗି ଦଳ ରାଜ୍ୟସ୍ତରୀୟ ମୁଖପାତ୍ର ନିଯୁକ୍ତି ଦେଇଛି । ରାଜ୍ୟ ମୁଖପାତ୍ର ଟିମରୁ କନିଷ୍ଠ ନେତାଙ୍କୁ ବାଦ ଦିଆଯାଇ ବରିଷ୍ଠ ନେତାଙ୍କୁ ପୁନର୍ବାର ସୁଯୋଗ ଦିଆଯାଇଛି । ଏହି ଟିମରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଡକ୍ଟର ଅରୁଣ କୁମାର ସାହୁ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର, ଲେଖାଶ୍ରୀ ସାମନ୍ତସିଂହରାୟ, ସୁଦାମ ମାର୍ଣ୍ଡି, ରମେଶ ଚନ୍ଦ୍ର ମାଝୀ, ଭ୍ରୁଗୁ ବକ୍ସିପାତ୍ର ଓ ଡକ୍ଟର ଲେନିନ୍ ମହାନ୍ତି ରହିଛନ୍ତି । ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ଜନ ସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.