ETV Bharat / politics

ଲୋକସଭାରେ ମହିଳାଙ୍କୁ ଟିକେଟ: ଆଗରେ ବିଜେଡି, ପଛରେ ପଡ଼ିଗଲେ ବିଜେପି ଓ କଂଗ୍ରେସ - Women Candidates For Loksabha Polls

author img

By ETV Bharat Odisha Team

Published : Apr 5, 2024, 8:20 PM IST

Women Candidates For Loksabha Polls: ମହିଳା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେବା କ୍ଷେତ୍ରରେ ଆଗରେ ରହିଛି ବିଜେଡି । କିନ୍ତୁ ବିଜେପି ଓ କଂଗ୍ରେସ ଏହି କ୍ଷେତ୍ରରେ ପଛରେ ପଡିଯାଇଛନ୍ତି । ଅଧିକ ପଢନ୍ତୁ

Women Candidates
Women Candidates

ଭୁବନେଶ୍ବର: ସାଧାରଣ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଘୋଷଣା ହୋଇଥିଲା । ସଂସଦ ସହ ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଶାସକ ବିଜେଡି ଘୋଷଣା କରିଥିଲା । ବିଜେଡିର ମହିଳାଙ୍କ ଲୋକସଭା ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିଛି । ବର୍ତ୍ତମାନ ଏହା ୩୩ ପ୍ରତିଶତ ହୋଇନଥିଲେ ବି ବାଲେଶ୍ଵର ଆସନରୁ ମହିଳାଙ୍କୁ ପ୍ରାର୍ଥୀ କରି ଏହାକୁ ପୂରଣ କରିବାକୁ ଯୋଜନା କରିଛି ବିଜେଡି । କିନ୍ତୁ ବିଜେପି ଓ କଂଗ୍ରେସ ଏହି କ୍ଷେତ୍ରରେ ପଛରେ ପଡିଯାଇଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ କେଉଁ ରାଜନୈତିକ ଦଳ ମହିଳାଙ୍କୁ ୩୩% ସଂରକ୍ଷଣ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। କାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପିର ଶୀର୍ଷ ନେତୃତ୍ବ ମହିଳାଙ୍କୁ ଲୋକସଭା ନିର୍ବାଚନରେ ୩୩% ସଂରକ୍ଷଣ ଦେବେ ବୋଲି ଘୋଷଣା କରିଥିଲେ । ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନରୁ ମହିଳାଙ୍କୁ ୩୩% ସଂରକ୍ଷଣ ଦେଲେ ୭ଟି ସିଟରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ପଡ଼ିବ । ବର୍ତ୍ତମାନ ସୁଦ୍ଧା ବିଜେପି ୨୧ଟି ଏବଂ ବିଜେଡି ୨୦ଟି ଆସନ ପାଇଁ ପ୍ରାର୍ଥୀ କରିଥିଲେ ବି ବର୍ତ୍ତମାନର ପ୍ରାର୍ଥୀ ତାଲିକା ଅନୁଯାୟୀ ଏହା ପୂରଣ ହୋଇନି ।

ବିଜେଡି ଘୋଷଣା କରିଥିବା ୨୦ଟି ଲୋକସଭା ଆସନରୁ ୬ଟିରେ ମହିଳାଙ୍କୁ ପ୍ରାର୍ଥୀ କରିଛି । କେବଳ ବାଲେଶ୍ବର ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବାକୁ ବାକିଥିବାବେଳେ ବିଜେଡି ଏଠାରେ ମହିଳାଙ୍କୁ ନା ପୁରୁଷଙ୍କୁ ସୁଯୋଗ ଦେଉଛି ତାହା ଉପରେ ସମସ୍ତଙ୍କ ନଜର । କିନ୍ତୁ ବିଜେପି ଏହାକୁ କାର୍ଯ୍ୟକାରୀ କରିପାରିନାହିଁ । ବିଜେପି ଘୋଷଣା କରିଥିବା ୨୧ଜଣ ପ୍ରାର୍ଥୀଙ୍କ ମଧ୍ୟରେ କେବଳ ୪ ଜଣ ଜଣ ମହିଳା ଅଛନ୍ତି । ୨୦୧୯ରେ ବିଜେପି ୩ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ଏଥର ଆଉ ଜଣେ ବଢ଼ିଛନ୍ତି । ୨୦୧୯ରେ ଭୁବନେଶ୍ବରରେ ଅପରାଜିତା ଷଡ଼ଙ୍ଗୀ, ବଲାଙ୍ଗୀରରେ ସଙ୍ଗୀତା ସିଂହଦେଓ ଏବଂ ଆସ୍କାରେ ଅନିତା ଶୁଭଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିଲା । ଏଥର ମଧ୍ୟ ଦଳ ଏହି ଆସନରେ ସେହି ୩ ଜଣଙ୍କୁ ପ୍ରାର୍ଥୀ କରିଛି । ଏହାସହ କଳାହାଣ୍ଡି ଆସନରେ ମାଳବିକା କେଶରୀ ଦେଓଙ୍କୁ ଟିକେଟ ଦେଇଛି । ଅର୍ଥାତ ବିଜେପି ଏଥର ଓଡ଼ିଶାରେ ମହିଳାଙ୍କ ପାଇଁ ୧୯% ଲୋକସଭା ଆସନ ଛାଡ଼ିଛି ।

ଅପରପକ୍ଷେ, ବିଜେଡି ୨୦୧୯ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା । ପ୍ରଚାରରେ ବି ବିଜେଡି ଏହାକୁ ପ୍ରସଙ୍ଗ କରିଥିଲା । ମହିଳା ସଂରକ୍ଷଣ କଥାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିବା ନେଇ ବିଜେଡ଼ି ସାବାସୀ ନିଏ । ତେଣୁ ବିଜେଡି ବାଲେଶ୍ବରରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ବାଲେଶ୍ବରରେ ମହିଳା ପ୍ରାର୍ଥୀ ହେଲେ ବିଜେଡି ଲୋକସଭା ନିର୍ବାଚନରେ ୩୩% ମହିଳାଙ୍କୁ ସଂରକ୍ଷଣ ଦେଇପାରିବ । ବିଜେଡି ୨୦୧୯ରେ କୋରାପୁଟ, ଆସ୍କା, କେନ୍ଦୁଝର, ଯାଜପୁର, ଭଦ୍ରକ, ଜଗତସିଂହପୁର ଓ ସୁନ୍ଦରଗଡ଼ରେ ମହିଳା ପ୍ରାର୍ଥୀ ଦେଇଥିଲା । ଚଳିତ ଥର ଯାଜପୁରରୁ ଶର୍ମିଷ୍ଠା ସେଠୀ, ଭଦ୍ରକରେ ମଞ୍ଜୁଲତା ମଣ୍ଡଳ, ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁରରୁ ରିପିଟ କରିଛି ।

ଏହା ମଧ୍ୟ ପଢନ୍ତୁ...ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ରାଉରକେଲାରୁ ପୁଣି ସାରଦା - BJD Assembly Candidates

ସେହିପରି ଆସ୍କାରେ ରଂଜିତା ସାହୁ, କୋରାପୁଟରେ କୌଶଲ୍ୟା ହିକ୍କାଙ୍କୁ ଦଳ ପ୍ରାର୍ଥୀ କରିଛି । ବିଜେଡି କେନ୍ଦୁଝର ଓ ସୁନ୍ଦରଗଡ଼ରେ ମହିଳା ପ୍ରାର୍ଥୀ ଦେଇନଥିବାବେଳେ ବରଗଡ଼ରେ ପରିଣିତା ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ତେଣୁ ଘୋଷଣା ହୋଇନଥିବା ବାଲେଶ୍ବର ଆସନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କେବଳ ଗୋଟିଏ ଆସନରେ ଦଳ ମହିଳାଙ୍କୁ ପ୍ରାର୍ଥୀ କରିଛି । କଳାହାଣ୍ଡିରେ ଦ୍ରୌପଦୀ ମାଝୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ତେଣୁ କଂଗ୍ରେସକୁ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ହେଲେ ଆଉ ୧୩ଟିରୁ ୬ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ପଡ଼ିବ । ୨୦୧୯ ନିର୍ବାଚନରେ କଂଗ୍ରେସ ଏବଂ ସହଯୋଗୀ ଦଳ ମାତ୍ର ୩ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.