ETV Bharat / politics

ନିର୍ବାଚନୀ ହିଂସା ଅଭିଯୋଗ ଆଣିଲା ବିଜେଡି, କହିଲା ଗୋପାଳପୁରରେ ରକ୍ତମୁଖା ବିଜେପି - Electoral Violence

author img

By ETV Bharat Odisha Team

Published : May 13, 2024, 10:29 PM IST

Electoral Violence: ବିଜେପି ନେତା ଓ କର୍ମୀ ରକ୍ତମୁଖା ସାଜିଥିବା ଅଭିଯୋଗ ଆଣିଛି ବିଜେଡି । 'ଗୋପାଳପୁରରେ ବିଜେପି ରକ୍ତମୁଖା' ବୋଲି କହି ବର୍ଷିଛି ଦଳ । ଅଧିକ ପଢନ୍ତୁ

Electoral Violence
Electoral Violence (ETV Bharat Odisha)

ଭୁବନେଶ୍ବର: ଗୋପାଳପୁରରେ ବିଜେପି ନେତା ଓ କର୍ମୀ ରକ୍ତମୁଖା ସାଜିଥିବା ଅଭିଯୋଗ ଆଣିଛି ବିଜେଡି । ଦଳର ଅଭିଯୋଗ ଅନୁସାରେ, ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଜେନାଙ୍କ ନିର୍ଦ୍ଦେଶରେ ତାଙ୍କ ସହଯୋଗୀ ବିଜେଡି କର୍ମକର୍ତ୍ତାଙ୍କ ଉପରେ କରୁଛନ୍ତି ମରଣାନ୍ତକ ଆକ୍ରମଣ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି ବିଜେଡି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "2024 ସାଧାରଣ ନିର୍ବାଚନ ପାଇଁ ମତଦାନ ଚାଲିଛି । ମତଦାନ ଚାଲିଥିବାବେଳେ ବିଜେପି ନେତା ଓ କର୍ମୀ ପୁନର୍ବାର ରକ୍ତମୁଖା ସାଜିଛନ୍ତି । ବିଜେଡି ନେତୃମଣ୍ଡଳୀ ଓ କର୍ମକର୍ତ୍ତାଙ୍କୁ ବିଜେପି ନେତା ଆକ୍ରମଣ କରିଛନ୍ତି । ଗଞ୍ଜାମରେ ଏଭିଳି ହେଉଥିବା ସକାଳେ ଆମେ ଅଭିଯୋଗ କରିଥିଲୁ । ବିଜେପି ନେତା ଓ କର୍ମୀମାନେ ଆଜି ବିଜେଡି ନେତା ଓ କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରାରେ ଭୈରବୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ୩ ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି । ବିଜେଡ଼ି କର୍ମୀଙ୍କୁ ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଜେନାଙ୍କ ଉପସ୍ଥିତିରେ ତାଙ୍କ ସହଯୋଗୀ ଦୀପକ ଜେନା ଓ 10ରୁ ଅଧିକ ବିଜେପି କର୍ମୀ ଆକ୍ରମଣ କରିଛନ୍ତି । ବିଜେଡି କର୍ମୀଙ୍କ ସୁନା ଚେନ ଓ ମୁଦି ଚୋରୀ କରିନେଇଛନ୍ତି ।"

ଏହା ବି ପଢନ୍ତୁ...ଭୁବନେଶ୍ୱରରେ ନିର୍ବାଚନି ହିଂସା ! ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ - ELECTION VIOLENCE

"ବିଜେଡି କର୍ମୀଙ୍କୁ ବାଡେଇବା ପାଇଁ ବିଭୁତି ଜେନା ନିର୍ଦ୍ଦେଶ ଦେଇଛନ୍ତି । ବିଜେଡି କର୍ମୀ କେ.ସନ୍ତୋଷ ଦାସ, କେଦାର ବେହେରା ଓ ବିକି ବେହେରା ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ଶରୀରରେ ଆଘାତ ଲାଗିଛି । ସମସ୍ତେ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ନିର୍ବାଚନ ଆସିଲେ ବିଜେପି ରକ୍ତମୁଖା ହୋଇପଡ଼ନ୍ତି ବୋଲି ଆମେ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛୁ । ବିଜେଡି ନେତା ଓ କର୍ମୀଙ୍କୁ ଆକ୍ରମଣ କରନ୍ତି । ଏ ସାହସ ବିଭୁତି ଜେନା ଓ ତାଙ୍କ ସମର୍ଥକଙ୍କୁ ବ୍ରହ୍ମପୁରର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଠାରୁ ମିଳୁଛି । ସେ ଏଭଳି ହିଂସାକୁ ବିଶ୍ଵାସ କରନ୍ତି । ପ୍ରଦୀପଙ୍କର ହାତବାରିସି ସାଜି ବିଭୂତି ଏହା କରୁଛନ୍ତି । ଏନେଇ ଆମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଦାବି କରୁଛୁ" ବୋଲି ଅଭିଯୋଗ କହିଛନ୍ତି ବିଜେଡି ମୁଖାପାତ୍ର ସସ୍ମିତ ପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.