ETV Bharat / politics

ତେଜୁଛି ଦଳବଦଳ ରାଜନୀତି: ବିଜେପିରୁ ମିଳିଲାନି ଟିକଟ, ପଦ୍ମ ଛାଡ଼ି ପୁଣି ହାତ ଧରିଲେ ବିଶ୍ବଭୂଷଣ - Odisha Assembly Election 2024 - ODISHA ASSEMBLY ELECTION 2024

Biswabhusan returns to Congress from BJP: ପୁଣିଥରେ ହାତ ଧରିଲେ ବିଶ୍ବଭୂଷଣ ଦାସ । କିଛି ଦିନ ତଳେ ସେ ବିଜେପିରେ ମିଶିଥିବା ବେଳେ ଏବେ ବିଜେପି ଛାଡି ପୁଣିଥରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ମିଳିଲାନି ଟିକଟ, ବିଜେପି ଛାଡି ପୁଣିଥରେ କଂଗ୍ରେସକୁ ଫେରିଲେ ବିଶ୍ବଭୂଷଣ

author img

By ETV Bharat Odisha Team

Published : Apr 25, 2024, 2:06 PM IST

Biswabhusan returns to Congress from BJP

ଭୁବନେଶ୍ୱର: ଘର ବାହୁଡିଲେ ବିଶ୍ବଭୂଷଣ । କିଛି ଦିନ ତଳେ ବିଜେପିରେ ମିଶିଥିବା ବିଶ୍ବଭୂଷଣ ଦାସ ପୁଣିଥରେ କଂଗ୍ରେସକୁ ଫେରିଛନ୍ତି । କାକଟପୁର ବିଧାନସଭା ଆସନରୁ ଟିକଟ ଆଶାରେ ସେ ବିଜେପି ଯାଇଥିବା ବେଳେ ଟିକଟ ନମିଳିବାରୁ ୨୨ ତାରିଖରେ ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲେ । ଏହାପରେ ଏବେ ସେ କଂଗ୍ରେସକୁ ଫେରିଛନ୍ତି । ଗତକାଲି (ବୁଧବାର) ବିଧିବଦ୍ଧ ଭାବରେ ସେ ହାତ କ୍ୟାମ୍ପରେ ସାମିଲ ହୋଇଛନ୍ତି । ତେବେ କାକଟପୁର ଆସନରେ ବିଜେପି ଓ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇସାରିଥିବା ବେଳେ ଏ ଯାଏଁ କଂଗ୍ରେସ କାହାରି ନାଁ ଘୋଷଣା କରିନାହିଁ । ତେଣୁ ବିଶ୍ବଭୂଷଣଙ୍କ ଘର ବାହୁଡା ପରେ ଆଉଥରେ ଦଳ ଭରସା କରିପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଥାଉକି, ବିଶ୍ବଭୂଷଣ ଦାସ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଥିଲେ । ସେ ଗତ ୨୦୧୯ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ ହେଁ ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କ ଠାରୁ ହାରି ଯାଇଥିଲେ । ବିଶ୍ବଭୂଷଣ ଜଣେ ସକ୍ରିୟ ଯୁବ ନେତା ଭାବରେ କାର୍ଯ୍ୟ କରୁଥିଲେ । କାକଟପୁର ଅଞ୍ଚଳରେ ସେ ନିଜର ସଂଗଠନ ଓ ପତିଆରା ବଢାଇଥିଲେ । ହେଲେ ଗତ ନିର୍ବାଚନରେ ବିଜେଡିଠୁ ପରାଜିତ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ ।

ଗତ ୫ ଏପ୍ରିଲରେ ସେ କଂଗ୍ରେସ ସହ ସମ୍ପର୍କ ତୁଟାଇ ବିଜେପିରେ ମିଶିଥିଲେ । ବିଜେପି ତାଙ୍କୁ କାକଟପୁର ଟିକଟ ଦେବ ବୋଲି ପ୍ରତିଶ୍ରୁୃତି ଦେଇ ଦଳରେ ମିଶାଇଥିଲା, ହେଲେ ପରେ ଟିକଟ ଦେଇନଥିଲା । ଏହାକୁ ନେଇ ବିଜେପି ତାଙ୍କ ସହ ପ୍ରତାରଣା କରିଛି ବୋଲି କହି ସେ ବିଜେପି ଛାଡିଥିଲେ । ଆଉ ବୁଧବାର ପୁଣି ୨୯ ବର୍ଷ ଧରି କାର୍ଯ୍ୟ କରୁଥିବା କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ହାତ ଧରିବା ପରେ ସେ ବିଜେପି ବିରୋଧରେ ବିଷୋଦ୍‌ଗାର କରିଛନ୍ତି ।

ଏହାା ମଧ୍ୟ ପଢନ୍ତୁ: କଂଗ୍ରେସକୁ ପୁଣି ଝଟ୍‌କା; ହାତ ଛାଡ଼ିଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ - Biswabhusan Das Quits Congress

ବିଶ୍ବଭୂଷଣ କହିଛନ୍ତି ଯେ, 'ବିଜେପି ଡାକି ନେଇ ମତେ କେବଳ ପ୍ରତାରଣା ଦେଇନି ବରଂ ମୋ ପରି ଅନେକ ଯୁବନେତାଙ୍କୁ ପ୍ରଲୋଭନ ଦେଖାଇ ବିଭିନ୍ନ ଦଳରୁ ଆଣି କେବଳ ନିଜର ଭୋଟ ବଢାଉଛି । ଯୁବକଙ୍କ ପାଇଁ ହେଉ ବା ନେତାଙ୍କ ପାଇଁ ଏହି ଦଳରେ କିଛି ଏଜେଣ୍ଡା ନାହିଁ । ସେଥିପାଇଁ ଏହି ଏଜେଣ୍ଡା ବିହୀନ ଦଳକୁ ଛାଡ଼ି ପୁଣି କଂଗ୍ରେସରେ ମିଶି ଖୁସି ଅନୁଭବ କରୁଛି । ଆଉ ଥରେ ଦଳ ତାଙ୍କୁ କୋଳେଇ ନେଇଥିବାରୁ ସେ ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଦେଇଛନ୍ତି । ପୁନର୍ବାର କଂଗ୍ରେସର ନୀତି ଆଦର୍ଶକୁ ନେଇ ଲୋକଙ୍କ ପାଖକୁ ଯିବି ଆଉ ଲୋକଙ୍କ ସମସ୍ୟା ଦିଗରେ କାର୍ଯ୍ୟ କରିବି ।' କାକଟପୁରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦଳ ମୋ ପ୍ରତି ପୁଣି ଯେଉଁ ଆସ୍ଥା ଦେଖାଇଛି ତାହାକୁ ମଧ୍ୟ ମୁଁ ପୂରଣ କରିବି ବୋଲି କହିଛନ୍ତି ବିଶ୍ବଭୂଷଣ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.