ETV Bharat / politics

ନବୀନଙ୍କ ୧୬ ଜଣିଆ ନୂଆ ମିଡିଆ ଟିମ୍; ଜାଣନ୍ତୁ, କେଉଁ ମାନଙ୍କୁ ମିଳିଲା ସୁଯୋଗ - BJD Media Team - BJD MEDIA TEAM

Naveen Patnaik Appointed 16 Media Panelists: ନୂଆ ମିଡିଆ ଟିମ୍ ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦଳ ପକ୍ଷରୁ ୧୬ ଜଣିଆ ମିଡିଆ ଟିମ୍ ଘୋଷଣା କରାଯାଇଛି । ପଢ଼ନ୍ତୁ କେଉଁମାନଙ୍କୁ ମିଳିଛି ଦାୟିତ୍ବ

BJD MEDIA TEAM
BJD MEDIA TEAM (ETV Bharat Odisha)
author img

By ETV Bharat Odisha Team

Published : Jul 22, 2024, 4:25 PM IST

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ଆଜି ଗଣମାଧ୍ୟମ ଚେହେରା ସାମ୍ନାକୁ ଆସିଛି । ଦଳର ସଭାପତି ନବୀନ ପଟ୍ଟନାୟକ 16 ଜଣିଆ ମିଡ଼ିଆ ପ୍ୟାନାଲିଷ୍ଟ ଘୋଷଣା କରିଛନ୍ତି । ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଟିମରେ ଯୁବ ବର୍ଗଙ୍କୁ ବିଶେଷ ଭାବେ ଗୁରୁତ୍ବ ଦିଆଯାଇଛି ।

BJD MEDIA TEAM
BJD MEDIA TEAM (BJD)

ମୁଖପାତ୍ରଙ୍କ ତାଲିକା ପ୍ରକାଶ କରିଥିବା ବିଜେଡି ଆଜି ବିଧିବଦ୍ଧ ଭାବେ ମିଡ଼ିଆ ପ୍ୟାନାଲିଷ୍ଟଙ୍କ ନାଁ ଘୋଷଣା କରିଛି । 16 ଜଣିଆ ପ୍ୟାନାଲିଷ୍ଟ ତାଲିକାରେ ଉଭୟ ଅଭିଜ୍ଞ ଓ ଯୁବ ବର୍ଗଙ୍କୁ ଦେଖିବାକୁ ମିଳିଛି । ଏହି ଟିମରେ 4 ଜଣ ବର୍ତ୍ତମାନର ବିଧାୟକ ଓ 2 ଜଣ ପୂର୍ବତନ ବିଧାୟକ ରହିଛନ୍ତି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ବାଲିକୁଦା-ଏରସମା ବିଧାୟକ ସାରଦା ଜେନା, ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ନାଁ ତାଲିକାରେ ରହିଛି । ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ତାଲିକାରେ ରହିଛନ୍ତି । କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, କଟକ ମେୟର ସୁବାସ ସିଂ ଓ ଦଳ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ତାଲିକାରେ ରହିଛନ୍ତି ।

ପୂର୍ବରୁ ଦଳର ମୁଖପାତ୍ର ଥିବା ତୁମ୍ବନାଥ ପଣ୍ଡା, ମିହିର ରାୟ, ଚିନ୍ମୟ ସାହୁ, ଇପ୍ସିତା ସାହୁ ଓ ସୋଫିଆ ଆଲାମଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି । ସେହିପରି ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଇରାନୀ ରାୟଙ୍କୁ ଦାୟିତ୍ୱ ମିଳିଛି । ଦଳର ଛାତ୍ର ସଂଗଠନ ସହ ଜଡିତ ଥିବା ବିଶ୍ବପ୍ରତାପ ସାହୁ, ଅରୂପ ଶ୍ରୀଚନ୍ଦନଙ୍କୁ ପୁରସ୍କୃତ କରିଛନ୍ତି ବିଜେଡି ସଭାପତି । ବିଭିନ୍ନ ଗଣମାଧ୍ୟମରେ ଉଭୟଙ୍କୁ ଦଳର ମତ ରଖିବାକୁ ସୁଯୋଗ ମିଳିଛି । ଗତ ନିର୍ବାଚନରେ ଉଭୟ ବିଭିନ୍ନ ସ୍ଥାନ ଦଳ ପ୍ରଚାର ଜୋରଦାର କରିଥିଲେ ।

ଏହା ମଧ୍ଯ ପଢ଼ନ୍ତୁ...ASOଙ୍କୁ ମାଡ଼ ଘଟଣାରେ ମୋହନ ସରକାରକୁ ନବୀନଙ୍କ ପ୍ରଶ୍ନ; ରାଜ୍ୟପାଳଙ୍କ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ କେବେ ? - Naveen Patnaik On ASO Assault Case

ବିଜେଡିର 16 ଜଣିଆ ମିଡ଼ିଆ ପ୍ୟାନାଲିଷ୍ଟ:

  • ବ୍ୟୋମକେଶ ରାୟ
  • ଗୌତମ ବୁଦ୍ଧ ଦାସ
  • ସାରଦା ଜେନା
  • ରମେଶ ବେହେରା
  • ପ୍ରଶାନ୍ତ ମୁଦୁଲି
  • ଲତିକା ପ୍ରଧାନ
  • ସୁବାସ ସିଂ
  • ମନ୍ମଥ ରାଉତରାୟ
  • ତୁମ୍ବନାଥ ପଣ୍ଡା
  • ମିହିର ରାୟ
  • ଚିନ୍ମୟ ସାହୁ
  • ଇପ୍ସିତା ସାହୁ
  • ସୋଫିଆ ଆଲାମ
  • ଇରାନୀ ରାୟ
  • ବିଶ୍ବପ୍ରତାପ ସାହୁ
  • ଅରୂପ ଶ୍ରୀଚନ୍ଦନ

କିଛିଦିନ ପୂର୍ବରୁ ବିଜେଡି ସଭାପତି ଦଳର ସମସ୍ତ ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗି ଦେଇଥିଲେ । ପ୍ରଥମେ ରାଷ୍ଟ୍ରୀୟ, ରାଜ୍ୟସ୍ତରୀୟ ମୁଖପାତ୍ର ଟିମ ଗଠନ କରିଥିଲେ ନବୀନ । ପୂର୍ବରୁ ଯୁବ ସଭାପତି ଥିବା ବ୍ୟମକେଶ ରାୟ ଆଉ ଥରେ ସେ ପଦ ରହିବେ ନାହିଁ ବୋଲି ଆଜିର ନିଯୁକ୍ତିରୁ ସ୍ପଷ୍ଟ ହୋଇଛି । ସେହିପରି ଛାତ୍ର ବିଜେଡି ସଭାପତି ରେସରେ ଥିବା ବିଶ୍ବପ୍ରତାପ ସାହୁ ମଧ୍ୟ ଉକ୍ତ ପଦବୀ ରେସରୁ ବାଦ ପଡ଼ିଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.