ETV Bharat / politics

ଜଗନ୍ନାଥପୁର ପଞ୍ଚାୟତରେ ସାଂସଦଙ୍କ ପଦଯାତ୍ରା, ନିର୍ବାଚନରେ 400 ଆସନ ବିଜୟ ନେଇ ଦୃଢେ଼ାକ୍ତି

Bhubaneswar MP's Padayatra In Jagannathpur Panchayat: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଜଗନ୍ନାଥପୁର ପଞ୍ଚାୟତକୁ ଗସ୍ତ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୦୨୪ରେ ବିଜେପି ୪ ଶହ ଆସନ ବିଜୟୀ ହେବ ପୁଣି ଦେଶକୁ ଶାସନ ଦେବ ବୋଲି ଦୃଢେ଼ାକ୍ତି ବାଢିଛନ୍ତି ଭୁବନେଶ୍ବର ସାଂସଦ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 4, 2024, 8:49 PM IST

ଜଗନ୍ନାଥପୁର ପଞ୍ଚାୟତରେ ସାଂସଦଙ୍କ ପଦଯାତ୍ରା, ନିର୍ବାଚନରେ ୪ ଶହ ଆସନ ନେଇ ଦୃଢେ଼ାକ୍ତି

ନିଆଳି: ରାଜ୍ୟରେ ତାତି ବଢିବା ସହିତ ବଢିଚାଲିଛି ରାଜନୈତିକ ଉଷ୍ମତା । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଜଗନ୍ନାଥପୁର ପଞ୍ଚାୟତକୁ ଗସ୍ତ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜଗନ୍ନାଥପୁର ପଞ୍ଚାୟତ ସ୍ଥିତ ଓମଫେଡ ପଡିଆରେ ଆୟୋଜିତ ଏକ ସଭାରେ ଯୋଗଦେବା ଅବସରରେ ସାଂସଦ ଜଗନ୍ନାଥପୁର ଗାଁରୁ ଏକ ପଦଯାତ୍ରାରେ ବାହାରି ସଭାସ୍ଥଳକୁ ଆସିଥିଲେ । ଏହି ଅବସରରେ ଗ୍ରାମବାସୀମାନେ ବେଶ ଉତ୍ସାହର ସହିତ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି ।

ପୂର୍ବରୁ ଜଗନ୍ନାଥପୁର ପଞ୍ଚାୟତରେ ଓମଫେଡ ପଡିଆର ୩୧ ଏକରରୁ ଊର୍ଦ୍ଧ୍ବ ଜମି ଚଞ୍ଚକତା ଭାବରେ ଜୈନିକ ଏକ ବ୍ୟକ୍ତି ହଡପ କରି ନେଇଥିଲେ । ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବା ସତ୍ତ୍ବେ କୌଣସି ସୁଫଳ ମିଳି ନଥିଲା । ଏ ସମ୍ପର୍କରେ ଜଗନ୍ନାଥପୁର ପଞ୍ଚାୟତବାସୀ ମାନେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜଣାଇଥିଲେ । ପରେ ସାଂସଦଙ୍କ ଉଦ୍ୟମରେ ସମସ୍ତ ଜମି ସରକାରୀ ଖାତାକୁ ଫେରିବା ପରେ ସାଂସଦଙ୍କୁ କୃତଜ୍ଞତା ଏବଂ ସମ୍ବର୍ଦ୍ଧନା ଦେଇଥିଲେ ଜଗନ୍ନାଥପୁର ପଞ୍ଚାୟତବାସୀ । ତେବେ ଏହି ପଡ଼ିଆରେ ଏକ ମିନି ଷ୍ଟାଡିୟମ କରିବା ପାଇଁ ନିଜ ସାଂସଦ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଘୋଷଣା ସହିତ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଏକ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ସାଂସଦ କହିଛନ୍ତି । ସେହିପରି ଉକ୍ତ ସ୍ଥାନରେ ଜଗନ୍ନାଥପୁର ପଞ୍ଚାୟତବାସୀଙ୍କ ଡାକ୍ତରୀ ସେବା ପାଇଁ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଏକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବେ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ।

ଏହା ମଧ୍ୟ ପଢନ୍ତୁ... ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ଅପେକ୍ଷା ‘ମୋଦି ଗ୍ୟାରେଣ୍ଟି’କୁ ଗୁରୁତ୍ବ ଦେବେ: ଦିଲ୍ଲୀପ ମଲ୍ଲିକ

ଅଦ୍ଭୂତପୂର୍ବ ସମ୍ବର୍ଦ୍ଧନା ମିଳିଥିବା ଯୋଗୁଁ ଲୋକଙ୍କ ନିକଟରେ କୃତଜ୍ଞତା ଜଣାଇବା ସହ ‘ଅବକି ବାର ଫିର ମୋଦି ସରକାର’ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୦୨୪ରେ ବିଜେପି ୪ ଶହ ଆସନ ବିଜୟୀ ହେବ ପୁଣି ଦେଶକୁ ଶାସନ ଦେବ ବୋଲି ଦୃଢେ଼ାକ୍ତି ବାଢିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେହିପରି ବାଲିଅନ୍ତା ମଣ୍ଡଳ ସଭାପତି ସଞ୍ଜୟ କୁମାର ପରିଜା କହିଛନ୍ତି ଯେ, ଏ ସରକାର ହେଉଛି ଗ୍ୟାରେଣ୍ଟି ର ସରକାର । ୩୭୦ ଉଚ୍ଛେଦ, ତିନି ତଲାକ ଉଚ୍ଛେଦ ଆଦି ଯୁଗାନ୍ତକାରୀ ପଦକ୍ଷେପ ଏ ଗ୍ୟାରେଣ୍ଟି ସରକାରଙ୍କ ଗ୍ୟାରେଣ୍ଟି କାମ । ଏହି ପଦଯାତ୍ରାରେ ସାଂସଦଙ୍କୁ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଶିବ ମଲ୍ଲିକ, ତାପସ ଜେନା, ପୂର୍ବତନ ବିଧାୟକ ରାଘବ ସେଠି, ମାଗୁଣି ସେଠି ଓ ବସନ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.