ETV Bharat / politics

ଏକାମ୍ର ପ୍ରକଳ୍ପ ଓ ଲିଙ୍ଗରାଜ ଆଇନକୁ ନେଇ ବାବୁ-ଅଶୋକ ମୁହାଁମୁହିଁ: ଅଭିଯୋଗ ଆଣିଲେ ବିଧାୟକ, କାଉଣ୍ଟର କଲେ ପୂର୍ବତନ ମନ୍ତ୍ରୀ - Politics On Ekamra Project

author img

By ETV Bharat Odisha Team

Published : Aug 29, 2024, 9:18 PM IST

Politics On Ekamra Project: ଏକାମ୍ର ପ୍ରକଳ୍ପ ଓ ଲିଙ୍ଗରାଜ ମନ୍ଦିରଆଇନକୁ ନେଇ ମୁହାଁମୁହିଁ ଶାସକ ବିଜେପି ଓ ବିଜେଡି । ପ୍ରକଳ୍ପ କାମକୁ ନେଇ ଅଭିଯୋଗ ଆଣିଲେ ବାବୁ କାଉଣ୍ଟର କଲେ ପୂର୍ବତନ ମନ୍ତ୍ରୀ । ଯାହାକୁ ନେଇ ରାଜନୀତି ପାରା ସରଗରମ ରହିଛି । ପଢନ୍ତୁ ପୂରା ଖବର ।

POLITICS ON EKAMRA PROJECT
POLITICS ON EKAMRA PROJECT (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଏକାମ୍ର ପ୍ରକଳ୍ପ ଓ ଲିଙ୍ଗରାଜ ମନ୍ଦିରଆଇନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ବର୍ତ୍ତମାନର ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ମଧ୍ୟରେ ବୟାନବାଜି ଜୋରଦାର ହୋଇଛି । ଏକାମ୍ର ପ୍ରକଳ୍ପର ମାତ୍ର 5 ପ୍ରତିଶତ କାମ ହୋଇଥିବା ବାବୁ ଅଭିଯୋଗ କରିଥିବା ବେଳେ ଜବାବ ରଖିଛନ୍ତି ଅଶୋକ । ବାବୁଙ୍କ ସ୍ମରଣ ଶକ୍ତି ଦୁର୍ବଳ ବୋଲି କହି କଟାକ୍ଷ କରିଛନ୍ତି ଅଶୋକ ।

‘ସାଧାରଣଲୋକଙ୍କୁ ଠକିଛି ବିଜେଡି’:

ଏକାମ୍ର ପ୍ରକଳ୍ପ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଧାୟକ ବାବୁ ସିଂ। ବାବୁ କହିଛନ୍ତି, "ମୁଁ ଏକାମ୍ର ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛି । ସମୀକ୍ଷା ପରେ ଜାଣିଲି ଏକାମ୍ର ପ୍ରକଳ୍ପର ମାତ୍ର 5 ପ୍ରତିଶତ କାମ ହୋଇଛି । ଜମି ଅଧିଗ୍ରହଣ କାର୍ଯ୍ୟ ଏଯାଏଁ ହୋଇନାହିଁ । ପୂର୍ବ ସରକାର ସାଧାରଣ ଲୋକଙ୍କୁ ଠକିଛନ୍ତି । ନୂଆ ସରକାର ପ୍ରକଳ୍ପର ସ୍ଵପ୍ନକୁ ପୂରଣ କରିବା ପାଇଁ ତତ୍ପର ଅଛି । ଏକାମ୍ର ପ୍ରକଳ୍ପକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ ।"ସେହିପରି ଲିଙ୍ଗରାଜ ମନ୍ଦିର ଆଇନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ବାବୁ କହିଛନ୍ତି, "ମହାପ୍ରଭୁ ଜଗନ୍ନାଥଙ୍କ ଆଇନ ପରି ମହାଦେବ ଲିଙ୍ଗରାଜ ମନ୍ଦିର ପାଇଁ ଆଇନ ପ୍ରଣୟନ କରାଯିବା । ମୁଁ ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି କରିଥିଲି । କେନ୍ଦ୍ର ସରକାର ଏନେଇ ସମ୍ମତି ଜଣାଇଛନ୍ତି । ଏକଥା ମୁଁ ଆଇନମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛି । ଏ କଥାକୁ ତ୍ବରାନିତ କରାଯାଉଛି । ବିଗତ ସରକାର ଏକାମ୍ର ପ୍ରକଳ୍ପ ଓ ଆଇନ ପାଇଁ କେବଳ କଥା କହୁଥିଲେ । କୌଣସି କାର୍ଯ୍ୟ କରିନାହାନ୍ତି ।"

ବିଧାୟକଙ୍କୁ କାଉଣ୍ଟର କଲେ ପୂର୍ବତନ ମନ୍ତ୍ରୀ:

ଏକାମ୍ର ପ୍ରକଳ୍ପ ଓ ଲିଙ୍ଗରାଜ ଆଇନକୁ ନେଇ ଏକାମ୍ର ବିଧାୟକ ବାବୁ ସିଂଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା । ଅଶୋକ କହିଛନ୍ତି, "ଏକାମ୍ର ପ୍ରକଳ୍ପ ଆମ ସମସ୍ତଙ୍କ ପାଇଁ ଗର୍ବ । ଏହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାନସ ପ୍ରକଳ୍ପ । ଏବେ ନୂଆ ସରକାର ଆସିଛି । ଜୁନ 27 ତାରିଖରେ ବିଧାୟକ ବାବୁ ସିଂ ଓ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରକଳ୍ପ କାମ 40 ପ୍ରତିଶତ ହୋଇଛି ବୋଲି କହିଥିଲେ । ହେଲେ ଏବେ 5 ପ୍ରତିଶତ କହୁଛନ୍ତି । ତେଣୁ ତାଙ୍କ ସ୍ମରଣ ଶକ୍ତିରେ ଦୁର୍ବଳ ହେଲା ପରି ଅନୁମାନ ହେଉଛି । ବିଧାୟକ ମନ୍ତବ୍ୟ ଦେବାବେଳେ ସତର୍କତା ଅବଲମ୍ବନ କରିବା ଉଚିତ ।"

ଲିଙ୍ଗରାଜ ଆଇନ ଉପରେ ବାବୁଙ୍କ ଅଭିଯୋଗର ଜବାବ ରଖିଲେ ଅଶୋକ:

ସେହିପରି ଲିଙ୍ଗରାଜ ଆଇନ ଉପରେ ବାବୁଙ୍କ ଅଭିଯୋଗର ଜବାବ ରଖିଛନ୍ତି ଅଶୋକ । ଅଶୋକ କହିଛନ୍ତି, "ଜଗନ୍ନାଥ ମନ୍ଦିର ପରି ଲିଙ୍ଗରାଜ ମନ୍ଦିର ପାଇଁ ତତ୍କାଳୀନ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । 2019 ମସିହା ପରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ କମିଟି ହୋଇଥିଲା । ଏନେଇ ବିଧାନସଭାରେ ଅଧ୍ୟାଦେଶ ଆସିଥିଲା । ତାହା କେନ୍ଦ୍ର ପାଖକୁ ଯାଇଥିଲା । କେନ୍ଦ୍ର ସରକାର ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ । ରାଜ୍ୟ ସରକାର ମଧ୍ୟ ସ୍ପଷ୍ଟୀକରଣ ଦେଇଥିଲେ । ହେଲେ କେନ୍ଦ୍ର ସରକାର ଉଦାସୀନତା ପୋଷଣ କରିଥିଲେ । ଲିଙ୍ଗରାଜ ମନ୍ଦିର ଆଇନକୁ ଲାଗୁ କରିବା ପାଇଁ ବିଜେଡି ସରକାର ଚେଷ୍ଟା କରିଥିଲେ । ଭୁବନେଶ୍ବର ସାଂସଦ ଏହାକୁ ଅଟକାଇଥିଲେ । ବିଧାୟକଙ୍କର ଏ ନେଇ ଜ୍ଞାନ ନଥିବ । ବିଧାୟକ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି ମନ୍ତବ୍ୟ ଦେଉଛନ୍ତି । ଏହା ଠିକ ନୁହେଁ । ବିଧାୟକ ବୁଝି ବିଚାରି କହିବା ଉଚିତ ।"

ଏହା ମଧ୍ୟ ପଢନ୍ତୁ: ମନ୍ତ୍ରଧ୍ବନିରେ ପ୍ରକମ୍ପିତ ଏକାମ୍ର କ୍ଷେତ୍ର, ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.