ETV Bharat / politics

ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ; ପ୍ରତି ଲୋକଙ୍କ ଦୁଃଖ ଶୁଣିବୁ କହିଲେ ରାହୁଲ - ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା

Rahul Gandhi receives warm welcome: ଓଡ଼ିଶାରେ ଆରମ୍ଭ ହେଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ବାଗତ କଲେ ଦଳର ତମାମ ବରିଷ୍ଠ ନେତା ଓ କର୍ମୀ । ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ହେଲେ ହଜାର ହଜାର ସଂଖ୍ୟାରେ ଲୋକ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ
ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ
author img

By ETV Bharat Odisha Team

Published : Feb 6, 2024, 10:09 PM IST

ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାହୁଲ ଗାନ୍ଧୀ । ଜାତୀୟ କଂଗ୍ରେସର ସର୍ବମାନ୍ୟ ନେତା ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଓଡିଶା-ଝାଡ଼ଖଣ୍ଡ ବର୍ଡରରେ ଆସି ପହଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ରାଜ୍ୟ କଂଗ୍ରେସର ତମାମ ବରିଷ୍ଠ ନେତା ଏବଂ କର୍ମୀ । ପ୍ରଥମେ ସେ ବୀରମିତ୍ରପୁର ଠାରେ ପହଞ୍ଚିବା ପରେ କିଛି ସମୟ ଭାଷଣ ଦେଇଥିଲେ । ପ୍ରତି ଲୋକଙ୍କ ପାଖକୁ ପହଞ୍ଚିବାକୁ ଚେଷ୍ଟା କରାଯିବ ଏବଂ ପ୍ରତି ଲୋକଙ୍କ ଦୁଃଖ ଶୁଣିବୁ ବୋଲି କହିଛନ୍ତି ରାହୁଲ ।

ରାହୁଲ ଗାନ୍ଧୀ ବୀରମିତ୍ରପୁରରେ ସାଧାରଣଙ୍କୁ ସମ୍ବୋଧନ କରିବା ପରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ବିଜବହାଲ ରାମପାଲ ଯାଏଁ ଯାଇଛନ୍ତି । ରାମପାଲଠାରେ ଆଜି ରାତ୍ରି ଯାପନ କରିବେ ରାହୁଲ ଗାନ୍ଧୀ । ତେବେ ଆଜି ରାହୁଲଙ୍କୁ ସ୍ବାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କର ସମାଗମ ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାରେ ଲୋକେ ରାହୁଲଙ୍କ ସଭାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଆସନ୍ତା କାଲି ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାରେ ରହିବ ରାହୁଲ ଗାନ୍ଧୀଙ୍କ ବିଭନ୍ନ କାର୍ଯ୍ୟକ୍ରମ । ଆସନ୍ତାକାଲି ରାମପାଲଠାରୁ ଆସି ରାଉରକେଲା ପହଞ୍ଚି ସେ ପଦଯାତ୍ରା କରିବେ । ରାଉରକେଲା ସହରର ପାନପୋଷଠାରେ ଆସି ପହଞ୍ଚିବା ପରେ ଏକ ଜନ ସମାବେଶରେ ଯୋଗଦେଇ ସମ୍ବୋଧନ କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ରାହୁଲ; ବୀରମିତ୍ରପୁରରେ ପହଞ୍ଚିଲା ଭାରତ ଯୋଡ଼ ନ୍ୟାୟ ଯାତ୍ରା

ଏହାପରେ ରାଉରକେଲା ଉଦିତନଗରଠାରୁ ପାନପୋଷ ହକି ଛକ ଆଡ଼କୁ ପ୍ରାୟ ସାଢ଼େ ତିନି କିଲୋମିଟରରୁ ଅଧିକ ବାଟ ପଦଯାତ୍ରା କରିବେ ରାହୁଲ । ଏହାପରେ ରାଜଗାଙ୍ଗପୁର ଅଭିମୁଖେ ଯାତ୍ରା କରିବେ । ରାଜଗାଙ୍ଗପୁର ରାଣୀବନ୍ଧଠାରେ କିଛି ସମୟ ବିଶ୍ରାମ ନେଇ ରାହୁଲ ଗାନ୍ଧୀ ସାଧାରଣ ସଭାକୁ ସମ୍ବୋଧନ କରିବେ ଏବଂ ପୁନଃ ପଦଯାତ୍ରା ଆରମ୍ଭ କରିବେ ରାଜଗାଙ୍ଗପୁର ସହର ଅଭିମୁଖେ । ସେଠାରୁ ପୁଣି ବାହାରି କୁତ୍ରା ଏବଂ ବଡ଼ଗାଁ ଅଞ୍ଚଳ ଦେଇ ଯାଇ ସୁନ୍ଦରଗଡ଼ ଠାରେ ପହଞ୍ଚିବେ । ସେଠାରୁ ନୂଆ ବସ ଷ୍ଟାଣ୍ଡଠାରୁ ନେଇ ସୁନ୍ଦରଗଡ ସହର ଭିତରେ SBI ଛକ ଦେଇ ସୁନ୍ଦରଗଡ଼ଠାରେ ଲୋକଙ୍କୁ ସମ୍ବୋଧିତ କରିବେ । ସୁନ୍ଦରଗଡ଼ରେ ମଧ୍ୟ ରାହୁଲଙ୍କର ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ, ସୁର କହିଲେ 'ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରାହୁଲ'

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.