ETV Bharat / politics

ଭାରତ ଯୋଡୋ ଯାତ୍ରା: ଦିଦିଙ୍କ ଅସହଯୋଗ ସତ୍ତ୍ବେ ବଙ୍ଗବାସୀଙ୍କୁ ଅନ୍ୟାୟ ବିରୋଧରେ ଲଢିବାକୁ ରାହୁଲଙ୍କ ଆହ୍ବାନ - Rahul Gandhi in Bengal

Bharat Jodo Nyay Yatra: 13 ତମ ଦିନରେ ପଶ୍ଚିମବଙ୍ଗରେ ଜାରି ରହିଛି ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ । ସାମିଲ ହେଲେନି ଦିଦି । ଅନ୍ୟାୟ ବିରୋଧରେ ଲଢିବାକୁ ବଙ୍ଗବାସୀଙ୍କୁ ରାହୁଲଙ୍କ ଆହ୍ବାନ । ଅଧିକ ପଢନ୍ତୁ

13 ଦିନରେ ବଙ୍ଗରେ ଜାରି ରହିଛି ରାହୁଲଙ୍କ ଭାରତ ଯୋଡୋ ଯାତ୍ରା

author img

By ETV Bharat Odisha Team

Published : Jan 28, 2024, 10:57 PM IST

କୋଲକତା: ‘ଇଣ୍ଡିଆ’ ମେଣ୍ଟରେ ଅସ୍ଥିରତା ମଧ୍ୟରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଜାରି ରଖିଛି । ଆଜି ଏହି ଯାତ୍ରା 13ତମ ଦିନରେ ପହଞ୍ଚିଛି । ଉତ୍ତର-ପୂର୍ବର ଏକାଧିକ ରାଜ୍ୟ ପରିକ୍ରମା କରି ଏହି ଯାତ୍ରା ଏବେ ମମତା ବାନାର୍ଜୀଙ୍କ ଗଡ ପଶ୍ଚିମବଙ୍ଗରେ ପହଞ୍ଚିଛି । ତେବେ ଦୁଇ ଦିନ ସ୍ଥଗିତ ରହିବା ପରେ ରାହୁଲ ଗାନ୍ଧୀ ଆଜି ଜଲପାଇଗୁଡିରୁ ଏହି ଯାତ୍ରାକୁ ପୁଣି ଆରମ୍ଭ କରିଛନ୍ତି । ‘ଇଣ୍ଡିଆ’ ମେଣ୍ଟରେ ସହଯୋଗୀ ଥିବା ମମତାଙ୍କ ଟିଏମସି ଏହି ଯାତ୍ରାରେ ସାମିଲ ହୋଇନି । ତଥାପି ଆଜି ରାହୁଲ ଗାନ୍ଧୀ ଏହି ଯାତ୍ରାରେ ବଙ୍ଗବାସୀଙ୍କୁ ଦେଶରେ ଦେଖାଦେଇଥିବା ଅନ୍ୟାୟ ବିରୋଧରେ ଲଢିବାକୁ ଆହ୍ବାନ କରିଛନ୍ତି ।

ଆଜି ଯାତ୍ରା ଅବସରରେ ଉପସ୍ଥିତ କର୍ମୀ ଓ ସମର୍ଥକଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଭାରତର ସ୍ବାଧୀନତା ସଂଗ୍ରାମରେ ବଙ୍ଗର ଏକ ବିଶେଷ ସ୍ଥାନ ରହିଛି । ସ୍ବାଧୀନତା ସଂଗ୍ରାମର ବଙ୍ଗ ସମଗ୍ର ଦେଶରେ ଆଦର୍ଶଗତ ଲଢେଇର ନେତୃତ୍ବ ନେଇଛି । ଏବେ ଦେଶରେ ଦେଖାଦେଇଥିବା ଅନ୍ୟାୟ ବିରୁଦ୍ଧରେ ଏକତା ବଢାଇବା ଓ ଘୃଣା ରାଜନୀତିକୁ ରୋକିବା ପାଇଁ ପଶ୍ଚିମବଙ୍ଗ ଓ ବଙ୍ଗୀୟମାନେ ଆଗେଇ ଆସିବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀ ବିମାନବନ୍ଦରର ସୁରକ୍ଷା ତ୍ରୁଟି, ବିମାନ ସମ୍ମୁଖରେ ବୁଲିଲା ନିଶାସକ୍ତ ଯୁବକ

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାହୁଲଙ୍କ ନେତୃତ୍ବରେ ଦଳର ଏହି ଯାତ୍ରା ଆସାମରେ ଜାରି ରହିଥିବା ବେଳେ ମମତା କଂଗ୍ରେସ ସହ ମେଣ୍ଟରେ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ । ଏହା ପରେ ସେ ଏହି ଯାତ୍ରାରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସଙ୍କେତ ମିଳୁଥିଲା । ଶେଷରେ ତାହା ହିଁ ହେଲା । ମମତା ରାଲିରେ ଅଂଶଗ୍ରହଣ କରିନଥିଲେ । ଏପରିକି ରାହୁଲଙ୍କ ନେତୃତ୍ବରେ ଯାତ୍ରା ବଙ୍ଗରେ ପ୍ରବେଶ କରିବା ସମୟରେ ‘ବଙ୍ଗରେ ଦିଦି ହିଁ ଯଥେଷ୍ଟ’ ବୋଲି ଟିଏମସି ସମର୍ଥକମାନେ ପୋଷ୍ଟର ଓ ପ୍ଲାକକାର୍ଡ ମଧ୍ୟ ପ୍ରଦର୍ଶନ କରିଥିଲେ । ତେବେ ଏହି ଯାତ୍ରା ବଙ୍ଗ ପରିକ୍ରମା ଶେଷ କରିବା ପରେ ବିହାରରେ ପ୍ରବେଶ କରିବ । ଆଜି ବିହାରରେ କ୍ଷମତା ପରିବର୍ତ୍ତନ ହୋଇସାରିଛି । ‘ଇଣ୍ଡିଆ’ ମେଣ୍ଟର ଅନ୍ୟତମ ପୁରୋଧା ନୀତିଶ କୁମାର ଏବେ ବିଜେପି ସମର୍ଥିତ ସରକାର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି । ତେଣୁ ବିହାରରେ ମଧ୍ୟ ରାହୁଲଙ୍କୁ କୌଣସି ସହଯୋଗ କିମ୍ବା ସମର୍ଥନ ମିଳିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.