ETV Bharat / politics

ଭଦ୍ରକରେ ନବାଗତ ବନାମ ଭେଟେରାନ ଲଢେଇ, ରାଜନୀତି ସମୀକରଣକୁ କରୁଛି ଗୋଳମାଳ ! - BHADRAK POLITICS

Bhadrak Politics: ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ଭେଟେରାନ ନେତା ପ୍ରଫୁଲ୍ଲ ସାମଲ, ବିଜେପିରୁ ନବାଗତ ଶୀତାଂଶୁ ଶେଖର ମହାପାତ୍ର ନାଁ ଘୋଷଣା ସରିଥିବା ବେଳେ କଂଗ୍ରେସରୁ ଅସୀତ ପଟ୍ଟନାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏଥର ନିର୍ବାଚନରେ ତ୍ରିମୁଖି ଲଢେଇ ହେବ ନେଇ ଆକଳନ କରାଯାଉଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 14, 2024, 5:47 PM IST

Bhadrak Politics
Bhadrak Politics

ଭଦ୍ରକ: ଭଦ୍ରକ ବିଧାନସଭା ରାଜନୀତିରେ ନବାଗତ ବନାମ ଭେଟେରାନ । ନବାଗତଙ୍କୁ ମୁକାବିଲା କରିବା ପାଇଁ ଭେଟେରାନଙ୍କ ଗୋଟି ଚାଳନା ଆରମ୍ଭ ହୋଇଯାଇଛି ବୋଲି ଚର୍ଚ୍ଚା ଚାଲିଛି । ବିଜେପି ପକ୍ଷରୁ ନବାଗତ ସୀତାଂଶୁ ଶେଖର ମହାପାତ୍ର ଏଥିର ନିର୍ବାଚନ ଲଢିବା ପାଇଁ ସଜବାଜ ହେଉଥିବା ବେଳେ କଂଗ୍ରେସରୁ ଅସିତ ପଟ୍ଟନାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଯଦିଓ ଅସିତ ଏକ ରାଜନୈତିକ ପରିବାରରୁ ଆସିଛନ୍ତି କିନ୍ତୁ ସେ ପୂର୍ବରୁ କେବେ ସକ୍ରିୟ ଭାବରେ କୌଣସି ନିର୍ବାଚନ ଲଢିନାହାଁନ୍ତି । ଅନ୍ୟ ପକ୍ଷରେ ବିଜେଡିର ଭେଟେରାନ ନେତା ପ୍ରଫୁଲ୍ଲ ସାମଲଙ୍କୁ ଚଳିତ 2024 ନିର୍ବାଚନରେ ଦଳ ପ୍ରାର୍ଥୀ କରିଛି । 76 ବର୍ଷୀୟ ପ୍ରଫୁଲ୍ଲ ଭଦ୍ରକରୁ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରି 3 ଥର ଭଦ୍ରକ ଏବଂ 3 ଥର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

Bhadrak Politics
Bhadrak Politics
2019 ନିର୍ବାଚନରେ ପ୍ରଫୁଲ ସାମଲ 70 ହଜାର 180 ଖଣ୍ଡ ଭୋଟ ପାଇ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ କଂଗ୍ରେସର ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କଠାରୁ 8856 ଖଣ୍ଡ ଅଧିକ ଭୋଟ ପାଇଥିଲେ । ହେଲେ 2024ରେ ବିଜେଡି ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ ଭଦ୍ରକରୁ ପ୍ରତ୍ୟାହାର କରିନେଇ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିଛି । ଅନ୍ୟପକ୍ଷରେ ଦଳର ବରିଷ୍ଠ ତଥା ଭେଟେରାନ ନେତା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ ସାମଲଙ୍କୁ ଭଦ୍ରକ ଆସନରେ ନିର୍ବାଚନ ଲଢିବାକୁ ଟିକେଟ ଦେଇଛି । ଏହାର ପ୍ରମୁଖ କାରଣ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଥିବା ସଂଖ୍ୟାଲଘୁ ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ ବୋଲି ଚର୍ଚ୍ଚା ହେଉଛି ।ସଂଖ୍ୟାଲଘୁ ଭୋଟ ବ୍ୟାଙ୍କକୁ ଯେଉଁ ଦଳ ହାତେଇ ପାରିବ, ସେହି ଦଳର ବିଜୟ ସମ୍ଭାବନା ଅଧିକ ରହିଛି ବୋଲି ଅତୀତର ଏକାଧିକ ନିର୍ବାଚନରୁ ଏହା ଜଣାପଡ଼ିଛି ।
Bhadrak Politics
Bhadrak Politics

ପ୍ରକାଶ ଥାଉକି 2022 ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ଭଦ୍ରକ ପୌରପାଳିକା ନିର୍ବାଚନରେ ବିଜେଡି ନେତୃତ୍ବଙ୍କ ପୌରାଧ୍ୟକ୍ଷା ପ୍ରାର୍ଥୀ ଚୟନକୁ ବିରୋଧ କରି ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଗୁଲମକ୍କୀ ଦଲାୱାଜି ହବିବଙ୍କୁ ସ୍ବାଧୀନ ପୌରାଧ୍ୟକ୍ଷା ପ୍ରାର୍ଥନୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଯାଇଥିଲା । ସେତେବେଳେ ଶାସକ ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥିନୀ ସମିତା ମିଶ୍ରଙ୍କୁ 3256 ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ଗୁଲମକ୍କୀ ।

ଏହାମଧ୍ୟ ପଢନ୍ତୁ..ବିଜେଡିରେ ମିଶିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ପୌରପାଳିକା ନିର୍ବାଚନରେ ରଚିଥିଲେ ଇତିହାସ - Gulmakki Habib Joins BJD

ଭଦ୍ରକରେ ପ୍ରଫୁଲ୍ଲଙ୍କ ପ୍ରଥମ ଗୋଟି ଚାଳନା ବେଶ ଫଳପ୍ରଦ ରହିଛି । ଏକଦା ବିଜେଡିକୁ ଭଦ୍ରକରେ ବ୍ୟାକଫୁଟକୁ ନେବାରେ ସକ୍ଷମ ହେଉଥିବା ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ କିଛି ଦିନ ତଳେ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ବିଜେଡିରେ ସାମିଲ ହୋଇଛନ୍ତି । ଯାହାକି ଦଳ ପାଇଁ ନିର୍ବାଚନ ପୂର୍ବରୁ ଏକ ବଡ ସଫଳତା ବୋଲି କୁହାଯାଇପାରେ । ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀଙ୍କ ବିଜୟ ପଛରେ ଅସିତ ପଟ୍ଟନାୟକଙ୍କ ଦୃଢ଼ ସମର୍ଥନ ଥିଲା । ଯାହାକି ଶାସକ ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ଅସିତଙ୍କ ସମର୍ଥନରେ ସଂଖ୍ୟାଲଘୁ ନେତ୍ରୀ ଗୁଲମକ୍କୀ ସ୍ଵାଧୀନରେ ପୌରାଧ୍ୟକ୍ଷା ନିର୍ବାଚିତ ହୋଇଥିଲେ । ପୌରପାଳିକାର ସଂଖ୍ୟାଧିକ ସଂଖ୍ୟାଲଘୁ ଭୋଟ ସହିତ ଅସିତଙ୍କ ଅଣ ସଂଖ୍ୟାଲଘୁ ଭୋଟ ଜରିଆରେ ସ୍ବାଧୀନରେ ଛିଡା ହୋଇ ମଧ୍ୟ ଗୁଲମକ୍କା ବିଜୟୀ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ.. କଂଗ୍ରେସରେ ମିଶିଲେ ବିଜେଡିର ଟାଣୁଆ ନେତା ଅସିତ ପଟ୍ଟନାୟକ, ଦଳରେ ଚାପ ପଡୁଥିବା ଆଣିଲେ ଅଭିଯୋଗ - Asit Pattnaik Joins Congress
କଂଗ୍ରେସର ଗଡ ଥିବା ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁର୍ବଳ ନେତୃତ୍ବ ଏବଂ ତୀବ୍ର ଗୋଷ୍ଠୀ କନ୍ଦଳ ଯୋଗୁ ଦଳ ବିପର୍ଯ୍ୟୟମୁଖୀ ହୋଇଛି ଏଥ‌ିରେ ସନ୍ଦେହ ନାହିଁ । ହେଲେ ଚଳିତ ନିର୍ବାଚନରେ ଅସିତ ଯଦି କଂଗ୍ରେସରୁ ପ୍ରାର୍ଥୀ ହୁଅନ୍ତି, ତାହେଲେ ଏଥର ଏକ ଦମଦାର ଲଢେଇ ଦେଖିବାକୁ ମିଳିବ । କାରଣ ସମ୍ଭାବ୍ୟ କଂଗ୍ରେସ ଟିକେଟ ରେସରେ ଥ‌ିବା ଅସିତ କେବଳ କଂଗ୍ରେସ ଭୋଟ ପାଇବେ ତା ନୁହେଁ ଛାଡି ଆସିଥ‌ିବା ବିଜେଡିରୁ ମଧ୍ୟ ସମର୍ଥନ ପାଇବେ । ଅନ୍ୟପକ୍ଷରେ ବିଜେଡିର ପ୍ରାର୍ଥୀ ଅଦଳବଦଳକୁ ମଧ୍ୟ କିଛି ଆଗଧାଡିର ଦଳୀୟ ନେତା ଏବଂ ସମର୍ଥକ ସହଜରେ ଗ୍ରହଣ କରିପାରି ନାହାନ୍ତି । ଏନେଇ ଖୋଲା ଖୋଲି ଭାବେ ସେମାନେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତି କରୁନଥିଲେ ମଧ୍ୟ ନିର୍ବାଚନରେ ସେମାନଙ୍କ ନିଷ୍ପତି ପ୍ରତିଫଳିତ ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି ।

ଏପରି ସ୍ଥଳେ ଅସିତ ଯଦି କଂଗ୍ରେସରୁ ପ୍ରାର୍ଥୀ ହୁଅନ୍ତି ତେବେ ଦଳର ଏହି ଅସନ୍ତୁଷ୍ଟ ଭୋଟ ଉଭୟ କଂଗ୍ରେସ ଏବଂ ବିଜେପି ସପକ୍ଷରେ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ପ୍ରାର୍ଥୀ ଅଦଳ ବଦଳ ସତ୍ତ୍ବେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ୱରେ ପରିଚାଳିତ ଭଦ୍ରକ ବିଜେଡି ପାଇଁ ଏଥର ବିଜୟ ସେତେଟା ସହଜ ହେବ ନାହିଁ ।

ଅନ୍ୟ ପକ୍ଷରେ ଉଭୟ କଂଗ୍ରେସ ଏବଂ ବିଜେଡିକୁ ମୁକାବିଲା କରିବା ପାଇଁ ବିଜେପି ଏଥିର ତାର ପ୍ରାର୍ଥୀ ପରିବର୍ତ୍ତନ କରି ନୂଆ ମୁହଁ ଉପରେ ଭରସା କରିଛି । ବିଜେଡିର ବରିଷ୍ଠ ନେତା ତଥା ଭେଟେରାନ ପ୍ରଫୁଲ ସାମଲଙ୍କୁ ମୁକାବିଲା କରିବା ବିଜେପି ଜଣେ ନବାଗତ ଯୁବନେତା ତଥା ଭଦ୍ରକ ଶହୀଦ ଭଗତ ସେନାର ଆବାହକ ସୀତାଂଶୁ ମହାପାତ୍ରଙ୍କୁ ଦଳୀୟ ଟିକେଟ ଦେଇଛି । ଏପରି ସ୍ଥଳେ ବିଜେପିର ପ୍ରମୁଖ ଟିକେଟ ଦାବିଦାର କୁହାଯାଉଥିବା ବରିଷ୍ଠ ନେତା ପ୍ରଦୀପ ନାୟକଙ୍କ ଟିକେଟ କଟିବା ଏଥର ଦଳ ଉପରେ ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇପାରିବ ନାହିଁ ।

ଭଦ୍ରକ ନିର୍ବାଚନମଣ୍ଡଳୀରେ ବ୍ୟାକଫୁଟରେ ରହୁଥିବା ବିଜେପିକୁ ପ୍ରଦୀପ ନାୟକ 2019 ନିର୍ବାଚନରେ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ଦଳ 10 ହଜାର ଭୋଟ ପାଇବା ପାଇଁ ସକ୍ଷମ ହେଉନଥିବା ବେଳେ ପ୍ରଦୀପଙ୍କୁ ପ୍ରଥମ ଥର ଦଳ 2014 ମସିହାରେ ପ୍ରାର୍ଥୀ କରି 19384 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କୁ ପୁନର୍ବାର ଦଳ ଭରସା କରି 2019 ମସିହାରେ 60279 ଖଣ୍ଡ ଭୋଟ ପାଇ କଂଗ୍ରେସ ବଦଳରେ ବିଜେଡିର ପ୍ରମୁଖ ପ୍ରତିଦ୍ଵନ୍ଦୀ ହୋଇଥିଲେ । ଏହାର ପ୍ରମୁଖ କାରଣ ପ୍ରଦୀପ ପେଶାରେ ଜଣେ ଜଣାଶୁଣା ଡାକ୍ତର ଏବଂ ସଂଖ୍ୟାଲଘୁ ଭୋଟ ବ୍ୟାଙ୍କରେ ତାଙ୍କର ଦଖଲ ରହିଛି ।

ତେବେ ନବାଗତ ଯୁବନେତା ତଥା ଭଦ୍ରକ ଶହୀଦ ଭଗତ ସେନାର ଆବାହକ ସୀତାଂଶୁଙ୍କର ମଧ୍ଯ ଏକ ସ୍ଵଚ୍ଛ ଚେହେରା ରହିଛି ବୋଲି ଚର୍ଚ୍ଚା ହେଉଛି । ହେଲେ ସେ ପୂର୍ବରୁ କୌଣସି ନିର୍ବାଚନ ଲଢ଼ି ନାହାନ୍ତି । ଏପରି ସ୍ଥଳେ ଜଣେ ରାଜନୈତିକ ପରିବାରରୁ ଆସିଥିବା ଅସିତ ଏବଂ ଅନ୍ୟ ଜଣେ ଭେଟେରାନ ପ୍ରଫୁଲ୍ଲଙ୍କୁ ସୀତାଂଶୁ କିପରି ମୁକାବିଲା କରିବେ ତାହା ଦେଖିବାକୁ ବାକି ରହିଲା । ତେବେ ପରସ୍ପର ପରସ୍ପରକୁ ଟକ୍କର ଦେବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିନାହିଁ ବୋଲି କୁହାଯାଇପାରେ ।

ଚଳିତ ଥର ଭଦ୍ରକ ନିର୍ବାଚନ ମଣ୍ଡଳୀରେ ବିଗତ ନିର୍ବାଚନ ମାନଙ୍କ ଭଳି ଦ୍ୱିମୁଖୀ ବଦଳରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ନବାଗତ ବନାମ ଭେଟେରାନ ଙ୍କ ଲଢାଇ, ଭଦ୍ରକ ରାଜନୈତିକ ସମୀକରଣକୁ ଗୋଳମାଳିଆ କରିଦେଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.