ETV Bharat / politics

ଦିନେ ଥିଲେ ପତି-ପତ୍ନୀ, ଏବେ କିନ୍ତୁ ପ୍ରତିଦ୍ବନ୍ଦ୍ବୀ: ପରସ୍ପର ବିରୋଧରେ ଲଢୁଛନ୍ତି ନିର୍ବାଚନ

author img

By ETV Bharat Odisha Team

Published : Mar 11, 2024, 11:05 PM IST

Bengal Story of Couple Separated by Ambition:ଦିନେ ଥିଲେ ପତି-ପତ୍ନୀ, ଏବେ କିନ୍ତୁ ପ୍ରତିଦ୍ବନ୍ଦ୍ବୀ । ଚଳିତ ଥର ପରସ୍ପର ବିରୋଧରେ ଲଢୁଛନ୍ତି ନିର୍ବାଚନ । ଚର୍ଚ୍ଚାରେ ପୂର୍ବତନ ଦମ୍ପତି ସୁଜାତା ମଣ୍ଡଳ ଓ ସୌମିତ୍ର ଖାନ । ଅଧିକ ପଢନ୍ତୁ

ଦିନେ ଥିଲେ ପତି-ପତ୍ନୀ, ଏବେ କିନ୍ତୁ ପ୍ରତିଦ୍ବନ୍ଦ୍ବୀ: ପରସ୍ପର ବିରୋଧରେ ଲଢୁଛନ୍ତି ନିର୍ବାଚନ
ଦିନେ ଥିଲେ ପତି-ପତ୍ନୀ, ଏବେ କିନ୍ତୁ ପ୍ରତିଦ୍ବନ୍ଦ୍ବୀ: ପରସ୍ପର ବିରୋଧରେ ଲଢୁଛନ୍ତି ନିର୍ବାଚନ

କୋଲକାତା: ଦିନେ ଥିଲେ ପତି-ପତ୍ନୀ, ଏବେ କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କର ପରିଚୟ ପ୍ରତିଦ୍ବନ୍ଦ୍ବୀ । ଉଭୟ ଗୋଟିଏ ଆସନରୁ ପୃଥକ ଦଳରୁ ପରସ୍ପର ବିରୋଧରେ ଲଢୁଛନ୍ତି ନିର୍ବାଚନ । ଦେଶରେ ଏବେ ନିର୍ବାଚନ ଓ ଟିକେଟ ଚର୍ଚ୍ଚା ମଧ୍ୟରେ ପଶ୍ଚିମବଙ୍ଗରେ ଏପରି ଏକ ଭିନ୍ନ ପ୍ରତିଦ୍ବନ୍ଦ୍ବିତା ଏବେ ଗଣମାଧ୍ୟମ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ବିବାହ ବିଚ୍ଛେଦ ପରେ ନିର୍ବାଚନୀ ପ୍ରତିଦ୍ବନ୍ଦ୍ବୀ ହୋଇଥିବା ଏହି ଦୁଇ ପୂର୍ବତନ ଦମ୍ପତି ହେଲେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ସୁଜାତା ମଣ୍ଡଳ ଓ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୌମିତ୍ର ଖାନ । ଉଭୟ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାର ବିଷ୍ଣୁପୁର ସଂସଦୀୟ କ୍ଷେତ୍ରରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ତେବେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇସାରିଥିବା ବେଳେ ସୁଜାତା ଏବେ ତୃଣମୂଳ କଂଗ୍ରେସରେ ଥିବା ବେଳେ ବିଜେପିରେ ଅଛନ୍ତି ସୌମିତ୍ର । ରବିବାର ଦଳ ସୁଜାତାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଏହା ପୂର୍ବରୁ ବିଜେପି ମଧ୍ୟ ଏହି ଆସନରେ ସୌମିତ୍ରଙ୍କ ନାମ ଘୋଷଣା କରିସାରିଥିଲା ।

ଉଭୟ ପ୍ରାୟ 14 ବର୍ଷ ପୂର୍ବେ ବିବାହ କରିଥିଲେ । 2010 ରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା । ସେତେବେଳେ ସୌମିତ୍ର ଭାରତୀୟ କଂଗ୍ରେସର ଜଣେ ସଦସ୍ୟ ଥିଲେ । ସୁଜୁତା ରାଜନୀତିରେ ପ୍ରବେଶ କରିନଥିଲେ । ଏକ ସରକାରୀ ସ୍କୁଲରେ ସେ ଶିକ୍ଷକତା କରୁଥିଲେ । ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । 2021 ବିଧାନସଭା ନିର୍ବାଚନ ପୂର୍ବରୁ 2020 ରେ ଟିଏମସିରେ ସାମିଲ ହୋଇଥିଲେ ସୁଜାତା । ପୂର୍ବରୁ ସୌମିତ୍ର ବିଜେପିର ସାଂସଦ ଥିଲେ । ପତ୍ନୀ ଟିଏମସିରେ ଯୋଗଦେବାର ମାତ୍ର ଦିନକ ପରେ ସେ ତାଙ୍କୁ ଛାଡପତ୍ର ପେପର ପଠାଇଥଲେ । ପରେ ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସାରେ, ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ;- ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା, ସାରା ଦେଶରେ ଲାଗୁ ହେଲା CAA

ଏବେ ରାଜ୍ୟରେ ତୃଣମୂଳ କଂଗ୍ରେସ ସହ ବିଜେପିର ସିଧା ଟକ୍କର ହେବାକୁ ଯାଉଛି । ଗତକାଲି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏକାକୀ ରାଜ୍ୟର ସମସ୍ତ 42 ଆସନରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ବିଷ୍ଣୁପୁର ଆସନରୁ ସୁଜାତାଙ୍କୁ ଟିକେଟ ଦେଇଛି ଦଳ । ଅନ୍ୟପଟେ ପୂର୍ବରୁ ବିଜେପି ଟିକେଟରେ ଏହି ଆସନରୁ ନିର୍ବାଚନ ଲଢିବା ପାଇଁ ସୌମିତ୍ର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏବେ ଏହି ପୂର୍ବତନ ଦମ୍ପତି ପରସ୍ପର ବିରୋଧରେ ନିର୍ବାଚନୀ ମୈଦାନରେ ବଳ କଷିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.